'ଅପରେସନ୍ ବ୍ଲାକ୍ ଫରେଷ୍ଟ-୨' ,୫ ମାଓବାଦୀ ନିହତ

 'ଅପରେସନ୍ ବ୍ଲାକ୍ ଫରେଷ୍ଟ-୨' ,୫ ମାଓବାଦୀ ନିହତ
Samaya Live News Picture
Published On

ମାଲକାନଗିରି : ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା । ତେଲେଙ୍ଗାନା-ଛତିଶଗଡ଼ ସୀମାରେ  ସୁରକ୍ଷାବାହିନିର ଏନକାଉଣ୍ଟର । 'ଅପରେସନ୍ ବ୍ଲାକ୍ ଫରେଷ୍ଟ-୨' ଏନକାଉଣ୍ଟରରେ  ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ଏହି ଘଟଣା ଗୁରୁବାର ସକାଳେ ମୁଲୁଗୁ ଜିଲ୍ଲାର କାର୍ରେଗୁଟ୍ଟାଲୁ ଜଙ୍ଗଲ ଅଞ୍ଚଳରେ ଘଟିଛି। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ ଜଙ୍ଗଲରେ ଯବାନଙ୍କ ଗୁଳିରେ ନକ୍ସଲ ମୂଳପୋଛ ଅଭିଯାନ ଆହୁରି ଜୋରଦାର ହୋଇଛି ।

ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ମାଓବାଦୀମାନେ ମେଳି କରୁଥିବା ଖବର ପାଇ ଯବାନମାନେ ଚଢ଼ାଉ କରିଥିଲେ । ଏହି ଭୟଙ୍କର ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ତେବେ ନିହତ ମାଓବାଦୀ ଏରିଆ କମିଟି ସଦସ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ସୁରକ୍ଷାବଳ ସ୍ୱୟଂଚାଳିତ ଅସ୍ତ୍ର-ଶସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।

ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଲକ୍ଷ୍ୟ ଅନୁଯାୟୀ ଏହି ଶେଷ ଲଢ଼େଇ ଆରମ୍ଭ ହୋଇଛି। ଗୁରୁବାରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି। ଘଟଣାସ୍ଥଳରୁ ସୁରକ୍ଷାବଳ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି। 

 

Tags: