ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ
Samaya Live News Picture
Published On

ଫୁଲବାଣୀ : ଯୁବକର ଉମ୍ମତ କାଣ୍ଡ । ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ସହ ସ୍ୱାମୀର ଗୁଳି ମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଟପାଙ୍ଗା ଗାଁ ରେ । ଗୁରୁତର ଆହତ ନରୋତ୍ତମ ବେହେରାଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀ ବିରଞ୍ଚି ବେହେରାକୁ ଅଟକ ରଖିଛି କନ୍ଧମାଳ ପୋଲିସ । ତା'ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ଆହତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । 

ଘଟନାନୁସାରେ , ଆଜି ସକାଳ ୯ଟା ବେଳେ କଟାପଙ୍ଗା ଗାଁ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂର ବଗାରମୁଣ୍ଡା ନିକଟରେ ରାସ୍ତରେ ନରୋତ୍ତମ ବେହେରା ତାଙ୍କ ସ୍ତ୍ରୀ ସହ ଯାଉଥିବାବେଳେ ସେଠାରେ ପହଞ୍ଚି ବିରଞ୍ଚି ପ୍ରଥମେ ଏକ ଦେଶୀ ବନ୍ଧୁକରୁ ନରୋତ୍ତମଙ୍କ ଉପରକୁ ଗୁଳିମାଡ଼ କରିଥିଲା । ତେବେ ଗୁଳିଟି ନରୋତ୍ତମଙ୍କ ଉପରେ ବାଜିଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଏହାପରେ ଉତ୍ୟକ୍ତ ହୋଇ ଘରକୁ ଆସିଥିଲା ବିରଞ୍ଚି । ଆଉ ଘରେ ପହଞ୍ଚି ସ୍ତ୍ରୀ ନିଳିମାକୁ ଗୁଳି କରି ହତ୍ୟା କରିଥିଲା  । ଘଟଣାସ୍ଥଳରେ ନୀଳିମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ବିରଞ୍ଚି ହଠାତ୍ କାହିଁକି ଗୁଳିମାଡ଼ କଲା ବର୍ତ୍ତମାନ ସୁଦ୍ଧା ଏହାର ସଠିକ କାରଣ ଜଣାପଡି ନାହିଁ  । ଗୋଛାପଡ଼ା ପୋଲିସ ବିରଞ୍ଚି ବେହେରାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

 

Tags: