ସମ୍ପତ୍ତି ବିବାଦରୁ ଦାଦାଙ୍କୁ ହତ୍ୟା କଲା ପୁତୁରା

ସମ୍ପତ୍ତି ବିବାଦରୁ ଦାଦାଙ୍କୁ ହତ୍ୟା କଲା ପୁତୁରା
Samaya Live News Picture
Published On

କେନ୍ଦ୍ରାପଡା : ଜମିବାଡ଼ି ବିବାଦରୁ ସମ୍ପର୍କରେ ଲାଗିଲା କଳଙ୍କ । ପୁତୁରା ଦାଦାଙ୍କୁ  ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ସାଆନ୍ତସାହିରେ ଘଟିଛି ଏହି ନୃସଂଶ ହତ୍ୟାକାଣ୍ଡ । ମୃତକ ଦାଦା ହେଲେ ବାବୁଲା ବାରିକ ଏବଂ ଅଭିଯୁକ୍ତ ହତ୍ୟାକାରୀ ପୁତୁରା ହେଲେ ହିମାଂଶୁ ବାରିକ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ସମ୍ପତ୍ତି ବିବାଦ ଲାଗି ରହିଥିଲା । ତେବେ କୌଣସି କଥାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ପ୍ରଥମେ ହାତାହାତି ହୋଇଥିଲେ । ପରେ ପୁତୁରା ହିମାଂଶୁ ରାଗିଯାଇ ଏକ ପଥରେ ଦାଦା ବାବୁଲା ମୁଣ୍ଡକୁ ଛେଚି ଦେବାରୁ ଘଟଣା ସ୍ଥଳରେ ଦାଦା ବାବୁଲା ବାରିକଙ୍କର ମୃତ୍ୟୁ ହୋଇଥିଲା  । ଦାଦାଙ୍କୁ ହତ୍ୟା ପରେ ପୁତୁରା ହିମାଂଶୁ ବରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅବିଯୋଗ ପାଇବା ପରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପହଞ୍ଚି ମାମଲାର ତଦନ୍ତ କରୁଛି ।

Tags: