ମୁଖ୍ୟସ୍ରୋତରେ ସାମିଲ ହେଲେ ୧୦ ମାଓବାଦୀ

ମୁଖ୍ୟସ୍ରୋତରେ ସାମିଲ ହେଲେ ୧୦ ମାଓବାଦୀ

ଫୁଲବାଣୀ : ସୁରକ୍ଷା ବାହିନୀକୁ ବଡ଼ ସଫଳତା । ମୁଖ୍ୟସ୍ରୋତରେ ସାମିଲ ହେଲେ ୧୦ହାର୍ଡକୋର ମାଓବାଦୀ । ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ଆଜି କନ୍ଧମାଳ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆଠାରେ ୧୦ ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଆତ୍ମସମର୍ପଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ADGP ସଞ୍ଜୀବ ପଣ୍ଡା, IGP ନିତି ଶେଖର, IGP ଦୀପକ କୁମାର, ବରିଷ୍ଠ ପୋଲିସ ଅଧିକାରୀ ଅମିତେନ୍ଦ୍ର, କନ୍ଧମାଳ ଏସପି ହରିଶ ବିଶି ପ୍ରମୁଖ ଉପସ୍ଥିତରେ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଫଳରେ ମାଓବାଦୀ ସଙ୍ଗଠନ ଛାଡି ମୁଖ୍ୟସ୍ରୋତ ଆଡକୁ ମୁହାଁଇଛନ୍ତି ।

ସମ୍ବନ୍ଧିତ ଖବର କୋର୍ଟ ସମ୍ମୁଖରେ ଯୁବକଙ୍କୁ ବିଭତ୍ସ ହତ୍ୟା

ଆତ୍ମସମର୍ପଣ କରିଥିବା ପ୍ରମୁଖ ମାଓବାଦୀମାନେ ହେଲେ ଷ୍ଟେଟ କମିଟି ମେମ୍ବର ନୀତୁ, ଡିଭିଜନ କମିଟି ମେମ୍ବର ଅନୁପା, ଏରିଆ କମିଟି ମେମ୍ବର ସୁନୀଲ, ସୁନିତା, ପାର୍ଟି ମେମ୍ବର ଶିଳ୍ପା, ଯମୁନା, ଗଣେଶ କୁଞ୍ଜ, ସୁଶିଳା ଡୁଡି, ସରିତା କୁମ ଦାମ୍, ଚୁଡ଼ି ୟୋଗୀ ଓରଫ୍ ରଜନୀ । ଏହି ମାଓବାଦୀମାନେ ମାଓ ସଂଗଠନର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଏବଂ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତିରେ ଅନୁପ୍ରାଣିତ ହୋଇ ପୁଲିସ ନିକଟରେ ଶରଣ ପଶିଛନ୍ତି । ସରକାରୀ ନିୟମ ଅନୁଯାୟୀ, ସେମାନଙ୍କୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଓ ଥଇଥାନ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା କନ୍ଧମାଳ ଜିଲ୍ଲା ଏବଂ 

ସମ୍ବନ୍ଧିତ ଖବର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

Tags: