ବ୍ରହ୍ମପୁର କୋର୍ଟରେ ପହଞ୍ଚିଲା ସିବିଆଇ ଟିମ
By: Samaya Live News
ବ୍ରହ୍ମପୁର : ଏସ୍ଆଇ ପରୀକ୍ଷା ମହାଦୁର୍ନୀତି ମାମଲାର ତନାଘନା I ବ୍ରହ୍ମପୁରରେ କୋର୍ଟରେ ପହଞ୍ଚିଲା ସିବିଆଇ ଟିମ୍। କ୍ରାଇମବ୍ରାଞ୍ଚ ପରେ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ସିବିଆଇ ଟିମ୍ ସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଆଜି ଭିଜିଲାନ୍ସ କୋର୍ଟରେ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ର ଶୁଣାଣି ଚାଲିଛି I ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିପାରେ ସିବିଆଇ। ସିବିଆଇ କୋର୍ଟକୁ କେସ ରେକର୍ଡ ସ୍ଥାନାନ୍ତର କରିବାକୁ ଜେଏମଏଫ୍ସି କୋର୍ଟ ରେ ସିବିଆଇ ପିଟିସନ ଦାଖଲ କରିଛି। ୩ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ,ସୁରେଶ ଓ ଅରବିନ୍ଦଙ୍କ ଜାମିନ ଆବେଦନକୁ କଡା ବିରୋଧ କରିଛି ସିବିଆଇ । ଜାମିନ ଆବେଦନ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।
Tags:


