ବୋହୂକୁ ପୋଡି ମାରିବା ଉଦ୍ୟମ,ଜଳିଗଲା ଘର ବର୍ତ୍ତୀ ଗଲେ ବୋହୂ

ବୋହୂକୁ ପୋଡି ମାରିବା ଉଦ୍ୟମ,ଜଳିଗଲା ଘର ବର୍ତ୍ତୀ ଗଲେ ବୋହୂ

ପଟ୍ଟାମୁଣ୍ଡାଇ : ନୃଶଂସ ଶ୍ଵଶୁରଙ୍କ ଉନ୍ମତ କାଣ୍ଡ । କନ୍ୟା ସନ୍ତାନ ଜନ୍ମ ଦେବାରୁ ବୋହୂକୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ । କିନ୍ତୁ ଏଥିରେ ସୌଭାଗ୍ୟ କ୍ରମେ ବୋହୂ ବର୍ତ୍ତୀ ଯାଇଥିବାବେଳେ ଘର ଜଳି ଯାଇ ଧ୍ବଂସ ହୋଇଯାଇଛି । ଏଭଳି ଏକ ଭୟଙ୍କର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ । 

ସମ୍ବନ୍ଧିତ ଖବର ମହିଳା ଦୃଷ୍ଟିବାଧିତ ବିଜେତା ଦଳକୁ ଶୁଭେଚ୍ଛା ଜଣାଇଲେ ଡଃ ତିରୁପତି ପାଣିଗ୍ରାହୀ

ସୂଚନାନୁସାରେ ,୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟଙ୍କୁ ବିବାହ କରିଥିଲେ । ସୁଶାନ୍ତଙ୍କର ପ୍ରଥମ ପତ୍ନୀଙ୍କ ଦୁଇଟି ଝିଅ ଥିଲା । ଦ୍ଵିତୀୟ ପତ୍ନୀଙ୍କ ଗୋଟିଏ ଝିଅ ହେବାରୁ ତାକୁ ବାରମ୍ବାର ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିଲେ । ଗତ କାଲି ବିଳମ୍ବିତ ରାତିରେ ବୋହୂ ସସ୍ମିତା ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଶ୍ୱଶୁର ।  ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ତେବେ ନିଆଁରେ ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଥିବା ସୂଚନା ମିଳିଛି  । 

ସମ୍ବନ୍ଧିତ ଖବର ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ ହେବ

Tags: