ପ୍ରେମିକାକୁ ହତ୍ୟା ପାଇଁ ୨ଲକ୍ଷ ଟଙ୍କାର ସୁପାରୀ - ଏସପି
ଜଗତସିଂହପୁର : ନିର୍ବନ୍ଧ ପରଦିନ ଯୁବତୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ । ବିହାରରୁ ସୁପାରୀ କିଲର ଲାଲୁ ଯାଦଙ୍କୁ ଗିରଫ ପରେ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି । ସୁପାରୀ କିଲରକୁ ଝାଡ଼ଖଣ୍ଡରୁ ଗିରଫ କଲା ଜଗତସିଂହପୁର ପୋଲିସ । ପ୍ରେମିକାଙ୍କୁ ହତ୍ୟା ପାଇଁ ୨ଲକ୍ଷ ଟଙ୍କାରେ ଡ଼ିଲ ଫାଇନାଲ ହୋଇଥିଲା ଇ ତେବେ ଏଥିପାଇଁ ପ୍ରେମିକ ସୂର୍ଯ୍ୟକାନ୍ତ ଲାଲୁ ଯାଦଙ୍କୁ ୨0 ହଜାର ଟଙ୍କା ଆଡ଼ଭାନ୍ସ ଦେଇଥିଲା । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ପୂର୍ବରୁ ଯୁବତୀଙ୍କ ପୂର୍ବତନ ପ୍ରେମିକ ଗିରଫ ହୋଇଛି ।
ସୂଚନାନୁସାରେ, ଗତମାସ ୨୧ ତାରିଖ ରାତିରେ କାଠିଆପଡ଼ା ଗ୍ରାମର ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସଙ୍କ ଝିଅକୁ ବିଲ ଭିତରେ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଶୁକ୍ରବାର ଜଗତସିଂହପୁର ପୋଲିସ ସୁପାରୀ କିଲର ଲାଲୁ କୁମାର ଓରଫ ଲାଲୁ ଯାଦବକୁ ବିହାରର କଇମୁଡରୁ ଗିରଫ କରିଛି । ଶନିବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯିବ । ଏ ନେଇ ଜଗତସିଂହପୁର ଏସ୍ପି ପ୍ରେସମିଟ୍ରେ ସୂଚନା ଦେବେ । ସସ୍ମିତାଙ୍କ ନିର୍ବନ୍ଧ ସରିବାର ଦିନକ ପରେ କୁଳମୁଣ୍ଡିଳ ଗ୍ରାମର ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ୍ ପୁପୁ ସୁପାରୀ କିଲର ଜରିଆରେ ହତ୍ୟା କରିଥିଲା । ସୂର୍ଯ୍ୟକାନ୍ତକୁ ମଧ୍ୟ ଝାଡ଼ଖଣ୍ଡରୁ ଗିରଫ କରାଯାଇଥିଲା । ସେ ପୂର୍ବରୁ ଜାମସେଦପୁରେ ବ୍ୟବସାୟ କରୁଥିଲା । ଗତ କିଛି ବର୍ଷ ହେବ ସେ ଗାଁକୁ ଫେରିଥିଲା । କାଠିଆପଡ଼ା ଗ୍ରାମ ନିକଟରେ ଏକ ଘର ତିଆରି କରୁଥିବା ସମୟରେ ସସ୍ମିତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ସସ୍ମିତାଙ୍କର ଅନ୍ୟତ୍ର ବିବାହ ସ୍ଥିର ହେବା ପରେ ସୂର୍ଯ୍ୟକାନ୍ତ ସସ୍ମିତାଙ୍କୁ ହତ୍ୟା କରିଥିଲା । ସେ ଅନ୍ୟ ଜଣକଙ୍କ ସହିତ ମିଶି ତାକୁ ତାର ଷଡ଼ଯନ୍ତ୍ରକୁ ହତ୍ୟାର ରୂପ ଦେଇଥିଲା ।




