ପଞ୍ଚସଫ୍ଟ ଓ ସିଲିକନ୍ କଳା ତାଲିକା ଭୁକ୍ତ

ପଞ୍ଚସଫ୍ଟ ଓ ସିଲିକନ୍ କଳା ତାଲିକା ଭୁକ୍ତ

ଭୁବନେଶ୍ୱର : ରାଜ୍ୟ ପୁଲିସ ଏସଆଇ ନିଯୁକ୍ତି ରେ ଜାଲିଆତି ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡନ ସୃଷ୍ଟିହୋଇଥିଲା। ପ୍ରଥମେ ସରକାରଙ୍କ ପକ୍ଷରୁ ଏସଆଇ ଜାତିଆତିର ତଦନ୍ତ  ଭାର କ୍ରାଇମବ୍ରାଞ୍ଚ ଦିଆଯାଇଥିଲା। ପରେ ଏହାର ତଦନ୍ତର ଭାର ସିବିଆଇ ନେଇଥିଲା । ସିବିଆଇ ତଦନ୍ତର ଭାର ହାତକୁ ନେବା ପରେ ଗୋଟିଏ ପରେ ଗୋଟିଏ ଅନିୟମିତତାର ସାମ୍ନା ବାହାରକୁ ଆସୁଛି। ତେବେ ତଦନ୍ତରୁ ଜଣାପଡିଛି ଯେ ଏସଆଇ ଜାଲିଆତିରେ ସିଲିକନ ସଂସ୍ଥାର ଭୂମିକା ରହିଛି। ଏହାପରେ ରାଜ୍ୟ ସରକାର ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କରିଥିବା ସୂଚନା ମିଳିଛି ।

Read More ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା - ପଞ୍ଚାୟତିରାଜ ମନ୍ତ୍ରୀ

ସିଲିକନ ସଂସ୍ଥାର ମୁଖ୍ୟ ସୁରେଶ ନାୟକ ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଅନିୟମିତତା ଆସିବା ପରେ କଳା ତାଲିକାଭୁକ୍ତ କରିଛି ଆଇଟି ବିଭାଗ । ପଞ୍ଚସଫ୍ଟ ଓ ସିଲିକନ୍ ଟେକ୍ ଏସଆଇ ଜାଲିଆତିରେ ସାମ୍ନାକୁ ଆସିଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ ପରେ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଓପିଆରବି ପକ୍ଷରୁ ଏସଆଇ ପରୀକ୍ଷା ପାଇଁ ଆଇଟିଆଇ ଲିମିଟେଡ୍‌ କୁ ଦାୟିତ୍ଵ ଦେଇଥିଲା । ପରେ ଆଇଟିଆଇ ସିଲିକନ ସଂସ୍ଥାକୁ ଦାୟିତ୍ଵ ଦେଇଥିଲା। ସିଲିକନ ସଂସ୍ଥା ପୁଣି ପଞ୍ଚସଫ୍ଟକୁ ସବ କଣ୍ଟ୍ରାକ୍ଟ ଦେଇଥିଲା ।

Read More ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

 

Read More ଉଡ଼ାଣରେ ବିଳମ୍ବ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

Tags: