ଧଉଳି ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଧଉଳି ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ଗଞ୍ଜାମରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ । ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି  । ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ପୋଲିସ ତଦନ୍ତ ବେଳେ ହାପିର ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରିବାରୁ ସଫଲତା ପାଇଛି ।  ଘଟଣା ରେଡ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି ।

ଗତ ୧୦ ତାରିଖ ଦିନ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ତିନି ଜଣ ଅଭିଯୁକ୍ତ । ଯାହାର ମାଷ୍ଟରମାଇଣ୍ଡ ଥିଲା ଏହି ଜୋକର ହାପି । ତେବେ ଘଟଣା ପରେ ମଧ୍ୟ ୨ ଦିନ ଯାଏଁ ଅମୁଖ୍ୟ ଅଭିଯୁକ୍ତ ଧଉଳି ଥାନା ଅଞ୍ଚଳରେ ନିର୍ଭୟରେ ବୁଲୁଥିଲା । ଏପରିକି ୧୨ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ଜୋକର ହାପି ଅପରାହ୍ଣରେ  ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍‌ପିଟ୍‌ କରିଥିଲା । ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା ।ହାପି ନାଁ ରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । 

Tags: