ଜେଲ ଫେରିଲେ ୪ ଅଭିଯୁକ୍ତ

ଜେଲ ଫେରିଲେ ୪ ଅଭିଯୁକ୍ତ

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୁଣି ଜେଲକୁ ଫେରିଲେ ୪ ଅଭିଯୁକ୍ତ ।  ୨ ଦିନିଆ ରିମାଣ୍ଡ ପରେ ଜେଲକୁ ଯାଇଛନ୍ତି ୪ ଅଭିଯୁକ୍ତ କୁରୁପତି ଭୂୟାଁ,ଚିଣ୍ଟୁ,ଉମା ଏବଂ ଯୋଗୀ ରାଉତ । ହତ୍ୟା ଘଟଣାରେ ଅଧିକ ତଦନ୍ତ ଓ ତଥ୍ୟ ପାଇଁ ଉପରୋକ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୁଲିସ ବ୍ରହ୍ମପୁର ଏସ୍‌ଢିଜେଏମ୍ କୋର୍ଟରେ ଆବେଦନ କରିଥିଲା । କୋର୍ଟ ଦୁଇଦିନ ରିମାଣ୍ଡ ଅନୁମତି ଦେବା ପରେ ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍‌ରୁ ଆଣି ବୈଦ୍ୟନାଥପୁର ଥାନାରେ ରଖାଯାଇଥିଲା । ଏଏସ୍‌ପି ଆଲୋକ କୁମାର ଜେନା ଓ ବ୍ରହ୍ମପୁର ଟାଉନ୍ ଏସ୍‌ଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସହ ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତଙ୍କୁ ପୁଣି ଜେରା କରିଥିଲେ ।

ସମ୍ବନ୍ଧିତ ଖବର ପ୍ରଣବଙ୍କ ଫାର୍ମ ହାଉସର ଭାଙ୍ଗିଲା ପାଚେରୀ

ଗିରଫ ହେବାର ମାସେ ପରେ ପୋଲିସ ଏମାନଙ୍କୁ ୨ୟ ଥର ପାଇଁ ରିମାଣ୍ଡରେ ଆଣି ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ଏହାର ପ୍ରମାଣ ନ ମିଳିବା ଯାଏଁ ହତ୍ୟାକାଣ୍ଡ ପଛରେ ସୁପାରି ଦିଗଟି ଦୁର୍ବଳ ହେବାର ଆଶଙ୍କା ରହିଛି । ତେବେ ଏହି ହାଇ ପ୍ରୋଫାଇଲ ମର୍ଡର ଘଟଣାରେ  ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୧ କୋଟି

 

ସମ୍ବନ୍ଧିତ ଖବର ପିଜି ନାମଲେଖା ଏଣ୍ଟ୍ରାନ୍ସ ପାଇଁ ତାରିଖ ଘୋଷଣା

Tags: