ଏସଆଇ ପରୀକ୍ଷା ସ୍କାମ,ନୀତିଶ କୁମାରଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ଦୀଘା ମଡ୍ୟୁଲ ଦଲାଲ ବିରଞ୍ଚି ନାରାୟଣ ନାୟକ ଘରେ ସିବିଆଇ ରେଡ୍
ଭୁବନେଶ୍ୱର : ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ତନାଘନା ଜାରି ରଖିଛି ସିବିଆଇ I ବିହାରରୁ ଧରାପଡିଛି ଆଉଜଣେ ଦଲାଲ ନୀତିଶ କୁମାର I ସେ ଦୀଘା ମୋଡ୍ୟୁଲ ଦଲାଲ ବିରଞ୍ଚି ନାରାୟଣ ନାୟକ ଓ ଶଙ୍କର ପୃଷ୍ଟି ଲିଙ୍କରେ ଥିଲା ନୀତିଶ I ସିବିଆଇ ମୁଖ୍ୟାଳୟରେ ନିତୀଶ କୁମାରଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି । ଅନ୍ୟପଟେ ଆଜି ଅନ୍ୟ ୪ଜଣଙ୍କୁ ସାମ୍ନାସାମ୍ନି ଜେରା କରିପାରେ ସିବିଆଇ ।ଗିରଫ ହୋଇ ଜେଲ୍ ଥିବା ଶଙ୍କର ଅନ୍ୟ ୪ ସହଯୋଗୀ ଦଲାଲ ମୁନା ମହାନ୍ତି, ପ୍ରିୟଦର୍ଶନୀ ସାମଲ, ଶ୍ରୀକାନ୍ତ ମହାରଣା ଓ ଏ ଅଭିମନ୍ୟୁ ଦୋରାଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ ହୋଇଥିଲା । କୋର୍ଟ ୨ ଦିନ ରିମାଣ୍ଡ୍ ମଞ୍ଜୁର କରିଛନ୍ତି ।
ସୂଚନାନୁସାରେ,ଗତକାଲି ବିହାରରୁ ନୀତିଶ କୁମାରଙ୍କୁ ଗିରଫ କରିଥିଲା ସିବିଆଇ । ବୁଧବାର କୋର୍ଟରେ ହାଜର କରି ୩ ଦିନ ରିମାଣ୍ଡ ଅବେଦନ କରିଥିଲା । ତେବେ ୨ ଦିନ ରିମାଣ୍ଡ ପାଇଁ କୋର୍ଟ ମଞ୍ଜୁର କରିଥିଲେ ।
ଅନ୍ୟପଟେ,ଦୀଘା ମଡ୍ୟୁଲ ଦଲାଲ ବିରଞ୍ଚି ନାରାୟଣ ନାୟକ ଘରେ ସିବିଆଇ ରେଡ୍ କରିଛି । ବାଲେଶ୍ଵରରେ ସିବିଆଇ ଟିମ୍ ଅତର୍କିତ ଚଢ଼ାଉ କରିଛି । ବିରଞ୍ଚି ଘରୁ ଅନେକ ତଥ୍ୟ, ତଥ୍ୟ ଭିତ୍ତିକ ପ୍ରମାଣ ସହ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ମିଳିଛି । ଦୀଘା ମଡ୍ୟୁଲରେ ଶତାଧିକ ପରୀକ୍ଷାର୍ଥୀଙ୍କ ଠାରୁ ଆଡ଼ଭାନ୍ସ ନେଇଥିଲେ ବିରଞ୍ଚି । ବିରଞ୍ଚିକୁ ଗିରଫ କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ଏବେ ଝାରପଡ଼ା ଜେଲ୍ ରେ ଅଛି ବିରଞ୍ଚି I


