ଆମେରିକା ପାର୍ଲାମେଣ୍ଟରେ ତାରିଫ ଝଡ

ଆମେରିକା ପାର୍ଲାମେଣ୍ଟରେ ତାରିଫ ଝଡ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଅଗଷ୍ଟ ୧ ତାରିଖରେ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଯାହାକୁ କିଛି ଦିନ ପରେ ଦୁଇଗୁଣ କରିଥିଲେ । ସେ ଭାରତର ଋଷୀୟ ତୈଳ କ୍ରୟକୁ ଉଲ୍ଲେଖ କରି ଯୁକ୍ତି ଦେଇଥିଲେ ଯେ ଏହି ବାଣିଜ୍ୟ ମସ୍କୋର ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧକୁ ଆର୍ଥିକ  ସହାୟତା କରିଥିଲା । ପରେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଜ ଦେଶ ଭିତରେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଆମେରିକା କଂଗ୍ରେସରେ ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଏକ ପ୍ରସ୍ତାବ ଆଗତ ହୋଇଛି । ଯେଉଁଥିରେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି, କଂଗ୍ରେସ ମହିଳା ଡେବୋରା ରସ୍ ଏବଂ କଂଗ୍ରେସ ସଦସ୍ୟ ମାର୍କ ଭିସେ ମିଳିତ ଭାବେ ନିମ୍ନ ସଦନରେ ଏହି ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର ଅନ୍ତ ପାଇଁ ଆହ୍ୱାନ କରାଯାଇଛି । ଯାହା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି । ଆମେରିକୀୟ ଆଇନ ପ୍ରଣୟନକାରୀମାନେ ଏହାକୁ ବେଆଇନ ଏବଂ ଆମେରିକୀୟ ଅର୍ଥନୀତି ପାଇଁ ବିପଦଜନକ ବୋଲି କହିଛନ୍ତି । ବ୍ରାଜିଲ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ ଆମେରିକୀୟ କଂଗ୍ରେସରେ ସମାନ ପ୍ରସ୍ତାବ ଆଗତ କରାଯାଇଥିଲା । ଟ୍ରମ୍ପ ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ କୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପାଇଁ ବ୍ୟବହାର କରିଥିଲେ । ଯାହା ଫଳରେ ଭାରତ ଉପରେ ବିଦ୍ୟମାନ ୨୫ ପ୍ରତିଶତ ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏହି ନିଷ୍ପତ୍ତି ଅଗଷ୍ଟ ୨୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ରାଜା କୃଷ୍ଣମୂର୍ତ୍ତିଙ୍କ ମତରେ ଭାରତ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାୟିତ୍ୱହୀନ ଶୁଳ୍କ ରଣନୀତି ଭୁଲ ଏବଂ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଭାଗୀତାକୁ କ୍ଷତି ପହଞ୍ଚାଉଛି । ସେ କହିଛନ୍ତି-ଆମେରିକୀୟ ସ୍ୱାର୍ଥକୁ ପ୍ରୋସôାହିତ କରିବା ପରିବର୍ତ୍ତେ ଟ୍ରମ୍ପଙ୍କ ନିଷ୍ପତ୍ତି ଯୋଗାଣ ଶୃଙ୍ଖଳାକୁ ବାଧା ଦେଉଛି । ଏହା ଆମେରିକୀୟ ଶ୍ରମିକମାନଙ୍କୁ କ୍ଷତି ପହଞ୍ଚାଉଛି ଏବଂ ଗ୍ରାହକମାନଙ୍କୁ ଅଧିକ ମୂଲ୍ୟରେ ସାମଗ୍ରୀ କିଣିବାକୁ ବାଧ୍ୟ କରୁଛି । ଯଦି ଏହି ଶୁଳ୍କ ଉଚ୍ଛେଦ କରାଯାଏ ତେବେ ଆମେରିକା ଭାରତ ସହିତ ଅର୍ଥନୈତିକ ଏବଂ ସୁରକ୍ଷା ସମେତ ଅନେକ ପ୍ରସଙ୍ଗରେ ଏହାର ଆଲୋଚନାକୁ ଆଗକୁ ବଢାଇପାରିବ । ରସ୍ କହିଛନ୍ତି ଯେ ଶୁଳ୍କ ପୂର୍ବରୁ ତାଙ୍କ ରାଜ୍ୟର ସମ୍ପ୍ରଦାୟକୁ କ୍ଷତି ପହଞ୍ଚାଉଛି । ଉତ୍ତର କାରୋଲିନାର ଅର୍ଥନୀତି ବାଣିଜ୍ୟ, ନିବେଶ ଏବଂ ସଖରିୟ ଭାରତୀୟ ଆମେରିକୀୟ ସମ୍ପ୍ରଦାୟ ମାଧ୍ୟମରେ ଭାରତ ସହିତ ଗଭୀର ଭାବେ ଜଡିତ । କୋଟି କୋଟି ଡଲାର ନିବେଶ ଏବଂ ଭାରତୀୟ କମ୍ପୀନୀଗୁଡିକ ସହିତ ଜଡିତ ହଜାର ହଜାର ନିଯୁକ୍ତିକୁ ଇଙ୍ଗିତ କରି । ସେ ସତର୍କ କରାଇ ଦେଇଛନ୍ତି ଯେ ଏହି ଶୁଳ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହଭାଗୀତାକୁ ଦୁର୍ବଳ କରିବାର ବିପଦ ସୃଷ୍ଟି କରୁଛି । ଏହା ବ୍ୟତୀତ ଭିସେ ଏହି ଶୁଳ୍କକୁ ପରିବାର ଉପରେ ଏକ ସିଧାସଳଖ ବୋଝ ଭାବେ ବର୍ଣ୍ଣନା କରିଛନ୍ତି । ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ , ଅର୍ଥନୈତିକ ଏବଂ ରଣନୈତିକ ଅଂଶୀଦାର । ଏହି ଅବୈଧ ଶୁଳ୍କ ହେଉଛି ପ୍ରତିଦିନ ଉତ୍ତର ଟେକ୍ସାନ୍ସ ଉପରେ ଏକ ଟିକସ  । ଯେଉଁମାନେ ପୂର୍ବରୁ ବର୍ଦ୍ଧିତ ମୂଲ୍ୟ ସହିତ ସଂଘର୍ଷ କରୁଛନ୍ତି । ରାଷ୍ଟ୍ରପତିଙ୍କ ବାଣିଜ୍ୟ ପ୍ରତିବନ୍ଧକ ଲଗାଇବା ପାଇଁ ଜରୁରୀକାଳୀନ କ୍ଷମତା ବ୍ୟବହାରକୁ ରୋକିବା ପାଇଁ ସେନେଟରେ ଦ୍ୱିପାକ୍ଷିକ ପ୍ରୟାସ ପରେ ଗୃହରେ ଏହି ପଦକ୍ଷେପ ନିଆଯାଇଥିଲା । ଯାହା ଏକ ଉପକରଣ ଯାହା ଉପରେ ଟ୍ରମ୍ପ ବହୁ ଦେଶ ସହିତ ବିବାଦରେ କ୍ରମାଗତ ଭାବେ ନିର୍ଭର କରିଆସୁଛନ୍ତି । ଆଇନ ପ୍ରଣୟନକାରୀମାନେ କହିଛନ୍ତି- ଯେ ଏହି ପ୍ରସ୍ତାବର ଲକ୍ଷ୍ୟ ହେଉଛି ଏକ ପ୍ରମୁଖ ରଣନୈତିକ ଅଂଶୀଦାର । ଭାରତ ସହିତ ସମ୍ପର୍କ ମରାମତି କରିବା ସହିତ ବାଣିଜ୍ୟ ଉପରେ କଂଗ୍ରେସର ସାମ୍ବିଧାନିକ କର୍ତ୍ତୃତ୍ୱକୁ ପୁନଃସ୍ଥାପନ କରିବା ।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା

Tags: