ପ୍ରେମ ନା ଗୁପ୍ତଚର ସମ୍ପର୍କ ! କିଏ ସେହି ଏଲିସ

ପ୍ରେମ ନା ଗୁପ୍ତଚର ସମ୍ପର୍କ ! କିଏ ସେହି ଏଲିସ
Samaya Live News Picture
Published On

ଆପଣ ଯେ କୌଣସି ଦେଶକୁ ଯିବେ ଯଦି କିଛି ଗୁପ୍ତ ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି ତାହାଲେ ଆପଣ ଗୁପ୍ତଚରଙ୍କ ସହାୟତା ନିହାତି ଆବଶ୍ୟକ ହୋଇଥାଏ  । ଏମିତି ଏକ ଘଟଣା ଶୁଣିବାକୁ ମିଳୁଛି ସୁଦୂର ଚୀନ ରେ । ଏନବିଡିୟାର ସିଇଓ ଜେନ୍ସେନ୍ ହୁଆଙ୍ଗ ବର୍ତମାନ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି  ଚୀନରେ ଏକଥାକୁ ନେଇ ଜୋରରେ ଚର୍ଚ୍ଚା ଉଠିଛି । ଗୋଟିଏ ଖବର କାଗଜ ର ରିପୋର୍ଟ ଅନୁସାରେ ହୁଆଙ୍ଗଙ୍କ ସମ୍ପର୍କ ଜଣେ ମହିଳାଙ୍କ ସହ ଥିଲା । ଶୁଣୁ ଶୁଣୁ କଥାଟି ସୋସିଆଲ ମିଡିଆରେ ଯୋରରେ ଭାଇରାଲ ହୋଇଗଲା  କିନ୍ତୁ କିଏ ସେହି ମହିଳା ? ଯାହାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ହଁ ଆଜ୍ଞା ସେ ହେଉଛନ୍ତି ,ଏକ ଟେକ୍ନୋଲୋଜି କମ୍ପାନୀ ମେଗା ସ୍ପିଡ୍ international ରେ ଏକ୍ସକ୍ୟୁଟିଭ ପଦରେ କାମ କରନ୍ତି  ଏବଂ ଏନ ମିଡ଼ିଆ ରୁ ଚିପ୍ କିଣିବା ଦାୟିତ୍ୱରେ ସେ ଥିଲେ ଆମେ ଜାଣିବାକୁ ପାଇଲୁ  ସେ ମହିଳା ଙ୍କ ନାଁ ହେଉଛି ଏଲିସ୍ । ଆମେରିକାର ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଏଲିସ୍ ଙ୍କୁ ଚାଇନା ପାଇଁ ସମ୍ବେଦନ ଶୀଳ ତଥ୍ୟ ସଂଗ୍ରହ କରିବା ପାଇଁ  ବେଜିଂ ରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କାହିଁକି ଏଲିସ୍ ଙ୍କ ଏହି କଥା ଟି ଲୋକ ଲୋଚନକୁ ଆସିଲା ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି  । ଏଲିସ୍ ଚାହିଁଥିଲେ ଏନ୍ ମିଡ଼ିଆ ର ସିଇଓ ଙ୍କ ସହ ଭଲ ସମ୍ପର୍କ ରଖି ପାରିଥାନ୍ତେ । କାରଣ ସିଇଓ ହୁଅଙ୍ଗ ଙ୍କ ଆନୁମାନିକ ସମ୍ପତି ଆମେ ଯଦି ଅନୁମାନ କରିବା ୧୬୫ ବିଲିଅନ ଡଲାର । ଯାହା ଭାରତୀୟ ମୁଦ୍ରା ରେ ପାଖା ପାଖି ୧୪.୫ ଲାଖ କୋଟି ଅଟେ । ସେ ଦୁନିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ  କିନ୍ତୁ କାହିଁକି ଏହି ଘଟଣା ଟି ଘଟିଲା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର : 

WhatsApp Image 2026-11-10 at 12.49.56 PM

ବିଶ୍ୱର ଟେକ୍ନୋଲୋଜି ଜଗତରେ ଏବେ ଚୀନ୍କୁ ନେଇ ଏକ ବଡ଼ ଚର୍ଚ୍ଚା । ଆମେରିକା ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ଧରି AI ଏବଂ ଚିପ୍ ଟେକ୍ନୋଲୋଜିକୁ ନେଇ ପ୍ରତିଯୋଗିତା ଚାଲିଥିବା ବେଳେ Nvidia CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ହନିଟ୍ରାପ୍ର ଚର୍ଚ୍ଚା ସାମ୍ନାକୁ ଆସିଛି।
ଆମେରିକାର ଅତ୍ୟାଧୁନିକ AI ଚିପ୍ ଟେକ୍ନୋଲୋଜି ଉପରେ ଚୀନ୍ର ଆଗ୍ରହ ଏବଂ ଦୁଇ ଦେଶ ମଧ୍ୟରେ ଟେକ୍ନୋଲୋଜି ଯୁଦ୍ଧ ଏହି ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି।

ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ୍ ମଧ୍ୟରେ ଏବେ ଟେକ୍ନୋଲୋଜିକୁ ନେଇ ଚାଲିଛି ଏକ ବଡ଼ ଲଢ଼େଇ । ବିଶେଷ କରି Artificial Intelligence ବା AI ଏବଂ ଅତ୍ୟାଧୁନିକ ଚିପ୍କୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି । ଏହି ସମୟରେ ଆମେରିକାର ପ୍ରମୁଖ ଚିପ୍ ନିର୍ମାତା କମ୍ପାନୀ Nvidiaର CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ଏକ ବଡ଼ ଗୁପ୍ତଚର ଅଭିଯୋଗ ସାମ୍ନାକୁ ଆସିଛି । ଆମେରିକୀୟ ଗୁଇନ୍ଦା ସଂସ୍ଥାର ସନ୍ଦେହ ଅନୁସାରେ, ଚୀନ୍ର ଜଣେ ମହିଳା ବ୍ୟବସାୟୀ ତାଙ୍କ ନିକଟତର ହୋଇ Nvidiaର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଥାଇପାରନ୍ତି । ତେବେ ଏହି ଅଭିଯୋଗକୁ ଚୀନ୍ ସରକାର ଖଣ୍ଡନ କରିଛନ୍ତି। ଅନ୍ୟପଟେ Nvidia ପକ୍ଷରୁ ମଧ୍ୟ ସ୍ୱାଧୀନ ତଦନ୍ତ ଆରମ୍ଭ ହୋଇଛି । ପ୍ରକୃତରେ ଏହା ପଛରେ ଚୀନ୍ର କୌଣସି ଗୁପ୍ତଚର ଯୋଜନା ଥିଲା କି? ନା ଏହା କେବଳ ଏକ ସନ୍ଦେହ? ଏବେ ସାରା ବିଶ୍ୱର ନଜର ଏହି ଘଟଣା ଉପରେ ।

ଏହି ଘଟଣା କେବଳ ଜଣେ ବ୍ୟବସାୟୀଙ୍କ ବ୍ୟକ୍ତିଗତ ଜୀବନର ବିବାଦ ନୁହେଁ, ବରଂ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା AI ଟେକ୍ନୋଲୋଜି ପ୍ରତିଯୋଗିତାକୁ ଆହୁରି ଚର୍ଚ୍ଚାକୁ ଆଣିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହା କେବଳ ଏକ ବ୍ୟକ୍ତିଗତ ସମ୍ପର୍କ ଥିଲା ନା ଏହା ପଛରେ ପ୍ରକୃତରେ କୌଣସି ଗୁପ୍ତଚର ଯୋଜନା ଥିଲା? ପ୍ରେମ ସମ୍ପର୍କରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ବିଶ୍ୱର ଦୁଇ ବଡ଼ ଶକ୍ତି ମଧ୍ୟରେ ଟେକ୍ନୋଲୋଜି ଯୁଦ୍ଧର ନୂଆ ଅଧ୍ୟାୟ ଖୋଲିବ କି? ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Tags: