ରିଲାଏନ୍ସ ଜିଓ ୪ଜି ସ୍ପିଡ୍‌ରେ ଏକ ନମ୍ବର

ମୁମ୍ବାଇ: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଓ ୪ଜି ଅପ୍‌ଲୋଡ୍‌ ସ୍ପିିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍‌ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକେଫାବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅକେଫାବର ମାସରେ ୧.୨ […]

Samaya Live Picture
Published On

ମୁମ୍ବାଇ: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଓ ୪ଜି ଅପ୍‌ଲୋଡ୍‌ ସ୍ପିିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍‌ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକେଫାବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅକେଫାବର ମାସରେ ୧.୨ ଏମ୍‌ବିପିଏସ୍‌ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଞ୍ଚିଛି । ଗତ ସେପେଫମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୯.୧ ଏମ୍‌ବିପିଏସ୍‌ ଥିଲା ।

୨୦୨୨ ଅକେଫାବର ମାସରେ ଭାରତୀ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୫ ଏମ୍‌ବିପିଏସ୍‌ ରହିଥିବା ବେଳେ ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୪.୫ ଏମ୍‌ବିପିଏସ୍‌ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଏୟାରଟେଲ ଏବଂ ଭୋଡାଫୋନ୍‌ ଆଇଡିଆର ଡାଉନ୍‌ଲୋଡ୍‌ ସ୍ପିଡ୍‌ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍‌ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ରେ ସେପେଫମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକେଫାବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। । ଅକେଫାବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ୬.୨ ଏମ୍‌ବିପିଏସ୍‌ ରହିଛି । ୨୦୨୨ ଅକେଫାବର ମାସରେ ଭୋଡାଫୋନ୍‌ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ୪.୫ ଏମ୍‌ବିପିଏସ୍‌ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ୨.୭ ଏମ୍‌ବିପିଏସ୍‌ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ଜିଓର ହାରାହାରି ୪ଜି ଅପ୍‌ଲୋଡ୍‌ ସ୍ପିଡ୍‌ ତୁଳନାରେ ଅଧାରୁ ମଧ୍ୟ କମ୍‌ ରହିଛି । ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍‌ ଆପ୍ଲିକେସନ୍‌ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍‌ ହିସାବ କରାଯାଉଛି ।