ହର୍ମୁଜ୍ ପ୍ରଣାଳୀରୁ ଟଙ୍କା ରୋଜଗାର କରୁଛି ଇରାନ

ହର୍ମୁଜ୍ ପ୍ରଣାଳୀରୁ ଟଙ୍କା ରୋଜଗାର କରୁଛି ଇରାନ
Samaya Live News Picture
Published On

ଆଜିର ଦୁନିଆରେ ଏକ ଭୟଙ୍କର ପ୍ରଶ୍ନ ଉଠୁଛି ମଧ୍ୟପ୍ରାଚ୍ୟରେ ଯାହା ଘଟୁଛି ସେଥିରେ ପ୍ରଭାବ କେବଳ ସେଠି ନୁହେଁ ସମ୍ପୂର୍ଣ୍ଣ ବିଶ୍ୱକୁ ହଲାଇଦେଉଛି ଏବଂ ଏହାର କେନ୍ଦ୍ରବିନ୍ଦୁ ହେଉଛି ଇରାନ । ହଁ ଆଜ୍ଞା ଇରାନ ଏବେ ସେମିତି ଗୋଟିଏ ଚାଲ ଖେଳୁଛି ଯାହା ବିଶ୍ୱ ଅର୍ଥନୀତିକୁ ଭାଙ୍ଗିଦେଇପାରେ । ସମୁଦ୍ରରେ ଚାଲୁଥିବା ତେଲ ଜାହାଜ ଏବେ ସୁରକ୍ଷିତ ନୁହେଁ । ବିଶେଷ କରି ଗୋଟିଏ ରାସ୍ତା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ । ଏହା ସେଇ ରାସ୍ତା ଯେଉଁଠାରୁ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଯାଏ । କିନ୍ତୁ ଏବେ ଏଠାରେ ଜାହାଜ ଉପରେ ଆକ୍ରମଣ, ବକ୍କୋରଣ ଏବଂ ଭୟ । ଇରାନ ଉପରେ ଅଭିଯୋଗ ଏବଂ ତାପରେ ତେଲ ସପ୍ଲାଇ ଧୀରେ ଧୀରେ ବନ୍ଦ । ଫଳସ୍ୱରୂପ ବିଶ୍ୱରେ ତେଲ ଅଭାବ, ଦର ବୃଦ୍ଧି ଏବଂ ଅର୍ଥନୀତି ଉପରେ ଚାପ । କିନ୍ତୁ ଏହି କାହାଣୀ ଏଠି ଶେଷ ନୁହେଁ ଇରାନ ଏହି ସଙ୍କଟକୁ ମଧ୍ୟ ଏକ ସୁଯୋଗରେ ପରିଣତ କରୁଛି । ତାଙ୍କର ତେଲ ଅନୟ ଦେଶ ତୁଳନାରେ ଅଧିକ ସୁରକ୍ଷିତ ଭାବରେ ଯାଉଛି ଏବଂ ଏଠାରୁ ଦିନକୁ କୋଟି କୋଟି ଟଙ୍କା ଆୟ । ଏହା ଦେଖି ଆମେରିକା ଆମେରିକା ଓ ଇସ୍ରାଏଲ ଏବେ ଚିନ୍ତାରେ ପଡିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ଆମେ ହର୍ମୁଜ୍ ଚାହୁଁନାହୁଁ କିନ୍ତୁ ଏହା ବନ୍ଦ ହେବା ଉଚିତ୍ ନୁହେଁ । କିନ୍ତୁ ଇରାନ ଏଠି ରୋକିହୋଇନାହିଁ । ସେ ଏବେ ଆଉ ଗୋଟିଏ ବଡ ଧମକ ଦେଇଛି । ଯଦି ଯୁଦ୍ଧ ବଢେ ତେବେ ଆଉ ଗୋଟିଏ ମୁକ୍ୟ ତେଲ ରାସ୍ତାକୁ ବନ୍ଦ କରାଯିବ । ବାବ୍-ଏଲ୍-ମାଣ୍ଡେବ୍ ପ୍ରଣାଳୀ ଏହି ରାସ୍ତା ଏସିଆ ଓ ୟୁରୋପକୁ ଯୋଡେ ଏବଂ ପ୍ରାୟ ୧୨ ପ୍ରତିଶତ ବିଶ୍ୱ ତେଲ ଏଠାରୁ ଯାଏ । ଏବେ ଭାବନ୍ତୁ ହର୍ମୁଜ୍ + ବାବ୍-ଏଲ୍-ମାଣ୍ଡେବ୍ ଦୁଇଟି ବନ୍ଦ । ତେବେ ବିଶ୍ୱ ତେଲ ସପ୍ଲାଇର ୩୦ ପ୍ରତିଶତ ଠପ୍ ଏବଂ ଏହି ଖେଳରେ ହୁତି ଆନେ୍ଦାଳନ ମଧ୍ୟ ମୁଖ୍ୟ ଭୂମିକାରେ । ଇରାନର ସମର୍ଥନରେ ଏହି ବିଦ୍ରୋହୀମାନେ ଜାହାଜକୁ ଅଟକାଇପାରନ୍ତି । ଏପଟେ ଯୁଦ୍ଧ ମାଟିରେ ମଧ୍ୟ ତୀବ୍ରତା ବଢୁଛି । ଇରାନ ମିସାଇଲ ଛାଡୁଛି , ହିଜବୋଲା ରକେଟ ମାଡ କରୁଛି ଓ ଇସ୍ରାଏଲରେ ସାଇରନ୍ ବାଜୁଛି ଏବଂ ଅନ୍ୟ ପଟେ ଆମେରିକାର ସାମରିକ ଘାଟିଗୁଡିକ ଟାର୍ଗେଟ୍ ହେଉଛି । କୁୱେତ୍, କାତାର ଓ ବାହାରିନର ଅନେକ ଘାଟି ଆକ୍ରମଣରେ ଧ୍ୱଂସ । ସ୍ଥିତି ଏତେ ଖରାପ ଯେ ଆମେରିକୀୟ ସୈନିକମାନେ ଏବେ ହୋଟେଲରେ ଲୁଚିରହିଛନ୍ତି ବୋଲି ଖବର ଆସୁଛି । ଇରାନ ତ ଏଠାରେ ମଧ୍ୟ ରହିନାହିଁ । ସେ କହିଛି ଯେଉଁଠାରେ ଆମେରିକୀୟ ସେନା ରହିବେ ସେଠାକୁ ଆମେ ଟାର୍ଗେଟ୍ କରିବୁ । ଏହା ମାନେ ସାଧାରଣ ହୋଟେଲ ମଧ୍ୟ ଯୁଦ୍ଧ ମାଟି ହୋଇପାରେ । ଏବେ ସବୁଠାରୁ ବଡ ପ୍ରଶ୍ନ ଏହା କଣ ବିଶ୍ୱ ଯୁଦ୍ଧ ଦିଗକୁ ଯାଉଛି । ଆମେରିକା ୧୦୦୦୦ ସୈନିକ ପଠାଇବାକୁ ପ୍ରସ୍ତୁତ , ଇରାନ ଲକ୍ଷ ଲକ୍ଷ ସୈନିକ ସଜାଇଛି । ପରିସ୍ଥିତି ପ୍ରତିଦିନ ଗରମ ହେଉଛି । କିନ୍ତୁ ଏହି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଏକ ଆଚମ୍ବିତ ସିଦ୍ଧାନ୍ତ ନେଇଛନ୍ତି । ସେ ଆକ୍ରମଣକୁ ୧୦ ଦିନ ପାଇଁ ରୋକିଦେଇଛନ୍ତି । ଏହା ଶାନ୍ତି ପାଇଁ ଚେଷ୍ଟା ନା ଏକ ବଡ ଆକ୍ରମଣ ପୂର୍ବର ନୀରବତା । ସମଗ୍ର ବିଶ୍ୱ ଏବେ ଅପେକ୍ଷା କରିଛି ଆଗକୁ କଣ ହେବ । ଏକ ଛୋଟ ନିଷ୍ପତ୍ତି ବିଶ୍ୱ ଅର୍ଥନୀତିକୁ ବଦଳାଇପାରେ ଏବଂ ଏକ ଭୁଲ ଚାଲ୍ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିପାରେ । ତେଣୁ ମଧ୍ୟ ପ୍ରାଚ୍ୟରେ ଯାହା ଚାଲିଛି ତାହା କେବଳ ଏକ ଯୁଦ୍ଧ ନୁହେଁ ତାହା ହେଉଛି ବିଶ୍ୱ ଶକ୍ତିର ଏକ ବଡ ଖେଳ । ତେବେ ଦେଖିବାକୁ ବାକି ରହିଲା ଯୁଦ୍ଧ କେଉଁଛି ଯାଇ ଥମିବ ।

Tags: