ଆଇଏମ୍‌ଏଫ ଡେପୁଟି ଏମ୍‌ଡି ହେଲେ ଗୀତା ଗୋପୀନାଥ

ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗୌବାନ୍ୱିତ କରିଛନ୍ତି । ତାଙ୍କୁ ଆଇଏମ୍‌ଏଫ୍‌ ଅର୍ଥାତ୍‌ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଦ୍ୱିତୀୟ ଶ୍ରେଷ୍ଠ ପଦବୀରେ ନିଯୁକ୍ତ କରାଯାଇଛି । ଅର୍ଥାତ୍‌ ଗୋପୀନାଥ ଖୁବଶୀଘ୍ର ଆଇଏମଏଫ୍‌ ଉପପରିଚାଳନା ନିର୍ଦ୍ଦେଶକ ବା ଡେପୁଟି ଏମ୍‌ଡି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ଆଇଏମ୍‌ଏଫ୍‌ର ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । ଜାନୁଆରୀରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା ଏବଂ […]

Samaya Live Picture
Published On

ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗୌବାନ୍ୱିତ କରିଛନ୍ତି । ତାଙ୍କୁ ଆଇଏମ୍‌ଏଫ୍‌ ଅର୍ଥାତ୍‌ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଦ୍ୱିତୀୟ ଶ୍ରେଷ୍ଠ ପଦବୀରେ ନିଯୁକ୍ତ କରାଯାଇଛି । ଅର୍ଥାତ୍‌ ଗୋପୀନାଥ ଖୁବଶୀଘ୍ର ଆଇଏମଏଫ୍‌ ଉପପରିଚାଳନା ନିର୍ଦ୍ଦେଶକ ବା ଡେପୁଟି ଏମ୍‌ଡି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ଆଇଏମ୍‌ଏଫ୍‌ର ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି । ଜାନୁଆରୀରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା ଏବଂ ଏହାପରେସେ ହାର୍ଭର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ ଫେରିଥାନ୍ତେ । ହେଲେ ଏହାପୂର୍ବରୁ ଆଇଏମଏଫର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକଫରଙ୍କ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି ।

ସେ ଜିଓଫ୍ରେ ଓକାମୋଟୋଙ୍କ ସ୍ଥାନ ନେବେ । ଇଣ୍ଡୋ-ଆମେରିକୀୟ ଗୀତା ଗୋପୀନାଥ କେରଳର ମୂଳବାସିନ୍ଦା । ସେ ତାଙ୍କର ପ୍ରାଥମିକ ଶିକ୍ଷା କର୍ଣ୍ଣାଟକର ମହୀଶୂରର ନିର୍ମଲା କନଭେଣ୍ଟ ସ୍କୁଲରୁ କରିଥିଲେ । ପିଲାଦିନେ ଅଧ୍ୟୟନରେ ଗୀତା ଭଲ ନଥିଲେ । ଏକ ସାକ୍ଷାତକାରରେ ତାଙ୍କ ପିତା କହିଥିଲେ ଯେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗୀତାଙ୍କ ମାର୍କ ୪୫ ପ୍ରତିଶତରେ ରହୁଥିଲା । ସ୍କୁଲ ଶିକ୍ଷା ପରେ ଗୀତା ମହୀଶୂରର ମହାରାଜା ପୀୟୁ କଲେଜରୁ ବିଜ୍ଞାନ ଅଧ୍ୟୟନ କରିଥିଲେ । ଏହାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଲେଡି ଶ୍ରୀରାମ କଲେଜରେ ଆଡମିଶନ ନେଇଥିଲେ ଏବଂ ଇକୋନୋମିକ୍ସ ପଢିଥିଲେ । ପରେ ସେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ଅର୍ଥଶାସ୍ତ୍ରରେ ସ୍ନାତ୍ତକ ହାସଲ କଲେ ।

ଏହାପରେ ୱାଶିଂଟନ ପିଏଚଡି କରିଥିଲେ । ଅନ୍ତର୍ଜାତୀୟ ଅର୍ଥନୀତି ଏବଂ ମାକ୍ରୋଇକୋନିକ୍ସ ସହ ଜଡିତ ଗବେଷଣା ପାଇଁ ଦୁନିଆର ଅନ୍ୟତମ ଅଗ୍ରଣୀ ଅର୍ଥନୀତିଜ୍ଞ ଭାବେ ଗୀତା ଗୋପୀନଥା ବେଶ୍‌ ଜଣାଶୁଣା । ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଗୀତା ଗୋପୀନାଥ ହେଉଛନ୍ତି ପ୍ରଥମ ମହିଳା । କରୋନା ମହାମାରୀ ସମୟରେ ବିଶ୍ୱର ଖରାପ ଆର୍ଥିକ ସ୍ଥିତିକୁ ଦୂର କରିବା ପାଇଁ ସେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ । ସମଗ୍ର ବିଶ୍ୱ ଲକଡାଉନ୍‌ ଦେଇ ଗତି କରୁଥିଲା ବେଳେ ସେ ବିଶ୍ୱକୁ ଆର୍ଥିକ ଅବନତିରୁ ବାହାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କରୋନା ମହାମାରୀକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଏବଂ ସାରା ବିଶ୍ୱରେ ଟୀକାକରଣର ଲକ୍ଷ୍ୟ ପୂରଣ ଦିଗରେ କିପରି ଗତି କରିବେ, ସେନେଇ ଯୋଜନା କରିବାରେ ଗୀତା ଗୋପୀନାଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ତାଙ୍କ କାର୍ଯ୍ୟ ଯୋଜନା ଅନୁସାରେ ଆଇଏମ୍‌ଏଫ୍‌, ବିଶ୍ୱ ବ୍ୟାଙ୍କ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ମଲଫି ଲାଟେରାଲ୍‌ ଟାସ୍କ ଫୋର୍ସ ପ୍ରସ୍ତୁତ କରିଥିଲେ ଏବଂ ଟିକା ଉତ୍ପାଦନଠାରୁ ଆରମ୍ଭ କରି ଏହାର ବଣ୍ଟନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାଯାଇଥିଲା । ଆଇଏମଏଫର ପ୍ରଥମ ଡେପୁଟି ଏମ୍‌ଡି ହେବା ପରେ ଗୀତା ଗୋପୀନାଥ ଆଇଏମଏଫରେ ମନିଟରିଂ ଏବଂ ଆନୁସଙ୍ଗିକ ନୀତିର ନେତୃତ୍ୱ ନେବେ । ଆସନ୍ତାବର୍ଷ ଜାନୁୟାରୀ ୨୧ରୁ ଗୀତା ଗୋପୀନାଥ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ ।