ସୁନା ରୂପା ଦରରେ ବଡ ଧରଣର ହ୍ରାସ
କିଛିଦିନ ସୁନା ଓ ରୂପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ ୍ରାସ ପାଇଛି । ସୁନା ଦର ହ ୍ରାସ ପାଇ ୧୦ ଗ୍ରାମ ପ୍ରତି ୫୦,୬୫୬ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର ମଧ୍ୟ ହ ୍ରାସ ପାଇଛି । ଏକ ସମୟରେ ରୂପା ପ୍ରତି କିଲୋକୁ ୭୬,୦୦୮ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା ବେଳେ ଏବେ ଏହା ୫୫,୮୮୮ ଟଙ୍କାକୁ ଖସିଛି । ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ […]
କିଛିଦିନ ସୁନା ଓ ରୂପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ ୍ରାସ ପାଇଛି । ସୁନା ଦର ହ ୍ରାସ ପାଇ ୧୦ ଗ୍ରାମ ପ୍ରତି ୫୦,୬୫୬ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର ମଧ୍ୟ ହ ୍ରାସ ପାଇଛି । ଏକ ସମୟରେ ରୂପା ପ୍ରତି କିଲୋକୁ ୭୬,୦୦୮ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା ବେଳେ ଏବେ ଏହା ୫୫,୮୮୮ ଟଙ୍କାକୁ ଖସିଛି । ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୬,୪୦୦ ଟଙ୍କା ରହିଛି । ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୫୧, ୦୫୪ ଟଙ୍କା ଥିଲା । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୬,୭୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୫୦ ଟଙ୍କା ରହିଛି ।




