ବଜାରରେ କମିଛି ସୁନା ଦର

ନୂଆଦିଲ୍ଲୀ: ମଇ ୨୬: ଭାରତୀୟ ବଜାରରେ ଆଜି ସୁନା ଦର ହ ୍ରାସ ପାଇଥିବା ବେଳେ ବଢିଛି ରୂପା ଦର । ୯୯୯ ପ୍ୟୁରିଟି ସୁନା ପ୍ରତି ୧୦ ଗ୍ରାମକୁ ଆଜି ୫୧, ୨୧୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୂପା ଦର ବୃଦ୍ଧି ପାଇ ୯୯୯ ପ୍ୟୁରିଟି ୧ କିଲୋକୁ ୬୧,୭୫୭ ଟଙ୍କାରେ ପହଞ୍ଚିଛି । ଗ୍ଲୋବାଲ୍‌ ମାର୍କେଟରେ ସୁନା ଦର ହ ୍ରାସ ପାଇଥିବାରୁ ଭାରତୀୟ ବଜାରରେ ମଧ୍ୟ ଦର ହ ୍ରାସ ପାଇଛିଛ । ଗତ […]

Samaya Live Picture
Published On

ନୂଆଦିଲ୍ଲୀ: ମଇ ୨୬: ଭାରତୀୟ ବଜାରରେ ଆଜି ସୁନା ଦର ହ ୍ରାସ ପାଇଥିବା ବେଳେ ବଢିଛି ରୂପା ଦର । ୯୯୯ ପ୍ୟୁରିଟି ସୁନା ପ୍ରତି ୧୦ ଗ୍ରାମକୁ ଆଜି ୫୧, ୨୧୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୂପା ଦର ବୃଦ୍ଧି ପାଇ ୯୯୯ ପ୍ୟୁରିଟି ୧ କିଲୋକୁ ୬୧,୭୫୭ ଟଙ୍କାରେ ପହଞ୍ଚିଛି । ଗ୍ଲୋବାଲ୍‌ ମାର୍କେଟରେ ସୁନା ଦର ହ ୍ରାସ ପାଇଥିବାରୁ ଭାରତୀୟ ବଜାରରେ ମଧ୍ୟ ଦର ହ ୍ରାସ ପାଇଛିଛ । ଗତ କିଛିଦିନ ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ହ ୍ରାସ ପାଇଛି । ହେଲେ ରୂପା ଦରରେ ବୃଦ୍ଧି ଘଟିଛି । ତେବେ ସୁନା ଦର ହ ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୧,୦୭୫ ଟଙ୍କାରେ ପହଞ୍ଚିଛି । ରୂପା ଦର ବୃଦ୍ଧି ପାଇ ୬୧,୯୮୬ ଟଙ୍କାରେ ପହଞ୍ଚିଛି । ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୦୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୦ ଟଙ୍କା ରହିଛି । ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏକ ଆପ୍‌ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରାବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।