ଏଲୋନ୍ ମସ୍କଙ୍କ ଚେହେରା ଓ ଛେଳି ଶରୀର ଥିବା ୩୦ ଫୁଟ ର ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ଥିବା ଟେସଲା ସିଇଓ ଏଲୋନ୍ ମସ୍କଙ୍କ ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ I ପ୍ରଶଂସକ ତାଙ୍କର ଏକ ୩୦ ଫୁଟ ଲମ୍ବ ର ଏକ ସ୍ମାରକ ତିଆରି କରିଛନ୍ତି I ମସ୍କଙ୍କୁ ‘ହିରୋ’ ସଜାଇ ତାଙ୍କ ସମ୍ମାନାର୍ଥେ ପ୍ରଶଂସକ ଜଣକ ତାଙ୍କର ଏକ ଅଜବ ପ୍ରତିମୁର୍ତି ତିଆରି କରିଛନ୍ତି I ପ୍ରତିମୂର୍ତୀରେ ଚେହେରା ମସ୍କଙ୍କର ଓ ଶରୀର ଛେଳି ପରି ହୋଇଛି I ମୂର୍ତ୍ତିଟିକୁ ଏକ ରକେଟ୍‌ ଉପରେ […]

Samaya Live Picture
Published On

ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ଥିବା ଟେସଲା ସିଇଓ ଏଲୋନ୍ ମସ୍କଙ୍କ ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ I ପ୍ରଶଂସକ ତାଙ୍କର ଏକ ୩୦ ଫୁଟ ଲମ୍ବ ର ଏକ ସ୍ମାରକ ତିଆରି କରିଛନ୍ତି I ମସ୍କଙ୍କୁ ‘ହିରୋ’ ସଜାଇ ତାଙ୍କ ସମ୍ମାନାର୍ଥେ ପ୍ରଶଂସକ ଜଣକ ତାଙ୍କର ଏକ ଅଜବ ପ୍ରତିମୁର୍ତି ତିଆରି କରିଛନ୍ତି I ପ୍ରତିମୂର୍ତୀରେ ଚେହେରା ମସ୍କଙ୍କର ଓ ଶରୀର ଛେଳି ପରି ହୋଇଛି I ମୂର୍ତ୍ତିଟିକୁ ଏକ ରକେଟ୍‌ ଉପରେ ରଖାଯାଇଛି । ପ୍ରତିମୂର୍ତ୍ତିଟିର ଉଚ୍ଚତା ୫ ଫୁଟ ୯ ଇଞ୍ଚ I ଏହି ମୂର୍ତ୍ତିର ମୂଲ୍ୟ ୬ ଲକ୍ଷ ଡଲାର ଅର୍ଥାତ୍‌ ହାରାହାରି ୪.୮ କୋଟି ଟଙ୍କା । କାନାଡାର ସ୍ଥପତୀ କେଭିନ୍‌ ଓ ମିଶେଲ ଷ୍ଟୋନ୍‌ ଏହାକୁ ନିର୍ମାଣ କରିଛନ୍ତି । ମୂର୍ତ୍ତିର ମୁଣ୍ଡ ଆଲୁମିନିୟମ୍‌ରେ ନିର୍ମିତ ହୋଇଛି । ମସ୍କଙ୍କର ଏହି ମୂର୍ତ୍ତି ନିର୍ମାଣର ବିଚାର କ୍ରିପ୍ଟୋକରେନ୍ସି କମ୍ପାନି ଏଲନ୍‌ ଗୋଟ୍‌ ଟୋକନ୍‌ର ।

ଏହି ପ୍ରତିମୂର୍ତ୍ତୀର ଫଟୋକୁ ଟ୍ୱିଟର ୟୁଜର ଜ୍ୟାକ୍ ଜୁଚେଲ୍ଲି ଟ୍ୱିଟରରେ ଶେୟାର କରିଛନ୍ତି। ଜୁଚେଲି ଫଟୋକୁ ଶେୟାର କରିବା ସହିତ ଟ୍ୱିଟ୍ କରି ଲେଖିଛନ୍ତି “ ଏକ ଛେଳି ଚେହାରରେ ରକେଟ୍‌ରେ ଯାଉଥିବା ଏଲନ ମସ୍କଙ୍କୁ କେବେ ଦେଖିଛନ୍ତି କି ? ଏହାକୁ ଇଲନ ଗୋଟ୍ ବୋଲି କହୁଛନ୍ତି। ଏହା ଟେସଲା ଚାରିପାଖରେ ଘୂରୁଛି।”

ମିଡ଼ିଆ ରିପୋର୍ଟ ଅନୁସାରେ ଏଲୋନ୍ GOAT ଟୋକେନ୍ ($ EGT) ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛି I ଚଳିତ ନଭେମ୍ବର ୨୬ ରେ ଟେକ୍ସାସର ଅଷ୍ଟିନରେ ଥିବା ଟେସଲାର ଗିଗା ପ୍ଲାଣ୍ଟରେ ମୂର୍ତ୍ତିଟିକୁ ମସ୍କଙ୍କୁ ଉପହାର ଦେବାକୁ କମ୍ପାନି ଚାହୁଁଛି। କ୍ରିପ୍ଟୋକରେନ୍ସି କମ୍ପାନି ମସ୍କଙ୍କୁ ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌ ବା ‘ସର୍ବକାଳୀନ ମହାନ’ ବ୍ୟକ୍ତି ଭାବେ ସମ୍ବୋଧନ କରି କହିଛି, ଦୀର୍ଘ ୧ ବର୍ଷ ଧରି ଏହି ସ୍ମାରକୀ ନିର୍ମାଣ କରିବା ପରେ ଏହାକୁ ଏଲନ୍‌ଙ୍କୁ ଦେବାର ସମୟ ଆସିଛି । ଆମେ ତାଙ୍କୁ ଭେଟି ଏହାକୁ ଦେବାକୁ ଚାହୁଁଛୁ । ସେ ହେଉଛନ୍ତି ସବୁଠୁ ଅଭିନବ ମଣିଷ । ତେଣୁ ସେ ହେଉଛନ୍ତି ଗୋଟ୍‌ (ଗ୍ରେଟେଷ୍ଟ୍‌ ଅଫ୍‌ ଅଲ୍‌ ଟାଇମ୍‌) ବା ସର୍ବକାଳୀନ ମହାନ ବ୍ୟକ୍ତି । ତାଙ୍କର ଅନେକ ଉପଲବ୍ଧି ଓ କ୍ରିପ୍ଟୋକରେନ୍ସ ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆମେ ଏହି ସ୍ମାରକୀ ନିର୍ମାଣ କରିଛୁ।