ବଢିଲା ସିଲିଣ୍ଡର ଡିପୋଜିଟ୍‌ ରାଶି: ୧୪୫୦ରୁ ହୋଲା ୨୨୦୦ ଟଙ୍କା

ଭୁବନେଶ୍ୱର: ଜୁନ ୧୭: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପୁଣି ବଢିଲା ଏଲପିଜି କନେକ୍ସନ ଦର । ନୂଆ ଏଲପିଜି କନେକ୍ସନ ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ । ସିଲିଣ୍ଡର ପାଇଁ ଅତିରିକ୍ତ ୭୫୦ ଏବଂ ରେଗୁଲେଟର ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ । ଏହି ନୂଆ ଦର ଗତକାଲିଠାରୁ ହିଁ ଲାଗୁ ହୋଇସାରିଛି । ଏବେ ଆପଣ ନୂଆ କନେକ୍ସନ ନେଲେ ସିଲିଣ୍ଡର […]

Samaya Live Picture
Published On

ଭୁବନେଶ୍ୱର: ଜୁନ ୧୭: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ପୁଣି ବଢିଲା ଏଲପିଜି କନେକ୍ସନ ଦର । ନୂଆ ଏଲପିଜି କନେକ୍ସନ ନେବାକୁ ଚାହୁଁଥିବା ଗ୍ରାହକଙ୍କୁ ଏଣିକି ଅତିରିକ୍ତ ୮୫୦ ଟଙ୍କା ଦେବାକୁ ପଡ଼ିବ । ସିଲିଣ୍ଡର ପାଇଁ ଅତିରିକ୍ତ ୭୫୦ ଏବଂ ରେଗୁଲେଟର ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ । ଏହି ନୂଆ ଦର ଗତକାଲିଠାରୁ ହିଁ ଲାଗୁ ହୋଇସାରିଛି । ଏବେ ଆପଣ ନୂଆ କନେକ୍ସନ ନେଲେ ସିଲିଣ୍ଡର ଏବଂ ରେଗୁଲେଟର ପାଇଁ ସିକ୍ୟୁରିଟି ଡିପୋଜିଟ୍‌ ବେଳେ ୮୫୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ପୂର୍ବରୁ ସିଲିଣ୍ଡର ପାଇଁ ଏହି ଡିପୋଜିଟ୍‌ ରାଶି ୧୪୫୦ ଟଙ୍କା ଥିଲା । ଏବେ ଏହି ଦର ବଢ଼ି ୨୨୦୦ ଟଙ୍କା ହୋଇଛି । ସେହିପରି ରେଗୁଲେଟର ପାଇଁ ପୂର୍ବ ଦର ୧୫୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଦେବାକୁ ପଡ଼ିବ । ଏହି ବର୍ଦ୍ଧିତ ଡିପୋଜିଟ୍‌ ରାଶି କେବଳ ଘରୋଇ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସିକ୍ୟୁରିଟି ଡିପୋଜିଟ୍‌ ରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।