Bahuda Yatra
ଓଡ଼ିଶା 

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ

ଭଲରେ  ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜୁଲାଇ ୨୦: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି । ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ […]
Read More...
ଓଡ଼ିଶା 

ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ

ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ ପୁରୀ: ଜୁଲାଇ ୨୦: ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥି ରେ ସଂପନ୍ନ ହୋଇଛି ମହାପ୍ରଭୁ ଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରା ରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ ରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡିଛନ୍ତି । କୋଭିଡ୍ ଜନିତ କଟକଣା ଯୋଗୁଁ ଗତବର୍ଷ ଭଳି ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି ଶ୍ରୀଜିଉ ମାନଙ୍କ ବାହୁଡା ଯାତ୍ରା । ସନ୍ଧ୍ୟା […]
Read More...
ଓଡ଼ିଶା 

ରାତି ପାହିଲେ ସୁନାବେଶ; ସିଂହଦ୍ୱାରରେ ଲାଗିଲା ତିନି ରଥ

ରାତି ପାହିଲେ ସୁନାବେଶ; ସିଂହଦ୍ୱାରରେ ଲାଗିଲା ତିନି ରଥ ଭୁବନେଶ୍ୱର : ଜୁଲାଇ ୦୧:ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛ । ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ପରେ ଜନ୍ମବେଦୀରୁ ବାହୁଡିଛନ୍ତି । ବୁଧବାର ଅପରାହ୍ନ ୪ଟା ୩୫ ସୁଦ୍ଧା ତିନିଠାକୁରଙ୍କ ରଥ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି । ବାହୁଡ଼ା ଯାତ୍ରା ଅବସରରେ ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥକୁ ପୂର୍ବାହ୍ନ […]
Read More...
ଓଡ଼ିଶା 

ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ

ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ ଭୁବନେଶ୍ୱର : ଜୁନ ୩୦:ରାତି ପାହିଲେ ବାହୁଡା । ରଥଯାତ୍ରାର ବିବରଣୀ ସିଧାପ୍ରସାରଣ ପରେ ଏବେ ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେର ମଧ୍ୟ ସିଧାପ୍ରସାରଣ ହେବ । ସବୁ ଚ୍ୟାନେଲ କୁ ମାଗଣାରେ ଫିଡ଼ ଯୋଗାଇ ଦିଆଯିବ । ଏଥିପାଇଁ ୧୨ ଟି ଏଚ ଡି କ୍ୟାମେରା ଓ ୨ଟି ଜିମି ଲାଗିଛି । ଡ୍ରୋନ ମଧ୍ୟ ବ୍ୟବହାର ହୋଇଛି । ବାହୁଡ଼ା ଓ ସୁନାବେଶର ଲାଇଭ ଏନ ଆଇ ସି ମାଧ୍ୟମରେ ହେବ । ବହୁଡାଯାତ୍ରାଠୁ […]
Read More...
ଓଡ଼ିଶା 

ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଲେ ତିନି ରଥ

ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଲେ ତିନି ରଥ ପୁରୀ : ଜୁନ ୨୮:ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ବିଜେ ହୋଇଥିଲା ଆଜ୍ଞାମାଳ । ଏହାପରେ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି । […]
Read More...

Advertisement