ଚୀନର ବୁହାନରେ ପୁଣି ଫେରିଲା କରୋନା
ବୁହାନ୍: ଚୀନର ବୁହାନରେ ପୁଣିଥରେ କରୋନା ଫେରିଛି । ଏଠାରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିୟାଙ୍ଗP୍ସିୟା ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି । ସିନେମା ହଲ୍, କାଫେ, ରେଷ୍ଟୁରାଷ୍ଟ ଆଦିକୁ ବନ୍ଦ କରି ଦିଆଯାଇଛି । ଜିୟାଙ୍ଗP୍ସିୟାରେ କରୋନାର ୪ ମାମଲା ମିଳିବା ପରେ ପ୍ରଶାସନ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ମୁତାବକ, ଜିୟାଙ୍ଗP୍ସିୟାର ସହରାଞ୍ଚଳରେ ୩ ଦିନ ପାଇଁ ଅସ୍ଥାୟୀ ନିୟନ୍ତ୍ରଣ ଉପାୟ ଲାଗୁ କରାଯାଇଛି । କରୋନା ମାମଲାକୁ […]
ବୁହାନ୍: ଚୀନର ବୁହାନରେ ପୁଣିଥରେ କରୋନା ଫେରିଛି । ଏଠାରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିୟାଙ୍ଗP୍ସିୟା ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି । ସିନେମା ହଲ୍, କାଫେ, ରେଷ୍ଟୁରାଷ୍ଟ ଆଦିକୁ ବନ୍ଦ କରି ଦିଆଯାଇଛି । ଜିୟାଙ୍ଗP୍ସିୟାରେ କରୋନାର ୪ ମାମଲା ମିଳିବା ପରେ ପ୍ରଶାସନ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ମୁତାବକ, ଜିୟାଙ୍ଗP୍ସିୟାର ସହରାଞ୍ଚଳରେ ୩ ଦିନ ପାଇଁ ଅସ୍ଥାୟୀ ନିୟନ୍ତ୍ରଣ ଉପାୟ ଲାଗୁ କରାଯାଇଛି ।

କରୋନା ମାମଲାକୁ ନଜରରେ ରଖି ଜିଲ୍ଲାରେ ମାର୍କେଟ୍ ପ୍ଲେସ୍, ମଲ୍ ଆଦିକୁ ବନ୍ଦ ରଖାଯାଇଛି । ଏଥିସହ ବଡ଼ ବଡ଼ ଆୟୋଜନ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରି ଦିଆଯାଇଛି ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ ବି ଅଙ୍କୁଶ ଲଗାଯାଇଛି । କେବଳ ଏତିକି ନୁହେଁ, ଶିକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅତି ଜରୁରୀ ନ ହେଲେ, ଲୋକମାନଙ୍କୁ ସହର ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଅଧିକାରୀମାନେ ୪ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିଛନ୍ତି, ଯେଉଁଠି ଅଞ୍ଚଳବାସୀଙ୍କୁ ଘର ଛାଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ସୂଚନାଥାଉ କି, ଚୀନର ବୁହାନରେ ୨୦୨୦ ମସିହା ପ୍ରାରମ୍ଭରେ ବିଶ୍ୱର ପ୍ରଥମ ଲକଡାଉନ ଲାଗିଥିଲା । ଏଥିରେ ୨ ମାସ କାଳ ଲୋକେ ନିଜ ଘରୁ ବାହାରି ପାରି ନ ଥିଲେ ।




