ବିଶିଷ୍ଟ ଲେଖକ ସଲମାନ ରୁଶଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ନୁ୍ୟୟର୍କ: ସୁସ୍ଥ ହେଉଛନ୍ତି ବିବାଦୀୟ ତଥା ଭାରତରେ ଜନ୍ମିତ ବ୍ରିଟିଶ ବିଶିଷ୍ଟ ଲେଖକ ସଲମାନ ରୁଶଦୀ । ଗତକାଲି ଛୁରାମାଡ଼ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ତାଙ୍କୁ ଭେଣ୍ଟିଲେଟର୍‌ରୁ ହଟାଇ ଦିଆଯାଇଛି । ସେ କଥାବାର୍ତ୍ତା ମଧ୍ୟ କରୁଥିବା ସୂଚନା ମିଳିଛି । ଶୁକ୍ରବାର ଭାରତୀୟ ନୁ୍ୟୟର୍କର ଚୌତୌକ୍ୱାଠାରେ ଚାଲିଥିବା ଗୋଟିଏ କାର୍ଯ୍ୟକ୍ରମରେ ରୁଶଦୀଙ୍କୁ ଜଣେ ଯୁବକ ଷ୍ଟେଜ ଉପରେ ଆକ୍ରମଣ କରିଥିଲେ । ରୁଶଦୀ ଭାଷଣ ଦେବାକୁ ଯାଉଥିବା ବେଳେ ଯୁବକ […]

Samaya Live Picture
Published On

ନୁ୍ୟୟର୍କ: ସୁସ୍ଥ ହେଉଛନ୍ତି ବିବାଦୀୟ ତଥା ଭାରତରେ ଜନ୍ମିତ ବ୍ରିଟିଶ ବିଶିଷ୍ଟ ଲେଖକ ସଲମାନ ରୁଶଦୀ । ଗତକାଲି ଛୁରାମାଡ଼ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ତାଙ୍କୁ ଭେଣ୍ଟିଲେଟର୍‌ରୁ ହଟାଇ ଦିଆଯାଇଛି । ସେ କଥାବାର୍ତ୍ତା ମଧ୍ୟ କରୁଥିବା ସୂଚନା ମିଳିଛି ।

ଶୁକ୍ରବାର ଭାରତୀୟ ନୁ୍ୟୟର୍କର ଚୌତୌକ୍ୱାଠାରେ ଚାଲିଥିବା ଗୋଟିଏ କାର୍ଯ୍ୟକ୍ରମରେ ରୁଶଦୀଙ୍କୁ ଜଣେ ଯୁବକ ଷ୍ଟେଜ ଉପରେ ଆକ୍ରମଣ କରିଥିଲେ । ରୁଶଦୀ ଭାଷଣ ଦେବାକୁ ଯାଉଥିବା ବେଳେ ଯୁବକ ଜଣଙ୍କ ଦୌଡ଼ି ଆସି ତାଙ୍କ ପାଖରେ ପହଞ୍ଚିଥିଲେ ଓ ୧୦ରୁ ୧୫ ମୁଥ ମାରିବା ସହ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ । ଯୁବକ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ରୁଶଦୀଙ୍କୁ ହେଲିକପଫର ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବିଶିଷ୍ଟ ଲେଖକ ସଲମାନ ରୁଶଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ତେବେ ଲେଖକ ସଲମାନ ରୁଶଦୀଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେଲେ ହାଡି ମାତାର । ସେ ଏପର୍ଯ୍ୟନ୍ତ ନିଜ ଅପରାଧ ସ୍ୱୀକାର କରି ନଥିବା ସୂଚନା ମିଳିଛି । ନ୍ୟୁଜର୍ସି ନିବାସୀ ୨୪ ବର୍ଷର ମାତାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଆକ୍ରମଣ ଅଭିଯୋଗ ହୋଇଛି । ନ୍ୟୁୟର୍କ ଷ୍ଟେଟ୍‌ ପୋଲିସ ସୂଚନା ମୁତାବକଳ ଅଭିଯୁକ୍ତ ମାତାର ଏପର୍ଯ୍ୟନ୍ତ ତାଙ୍କ ଅପରାଧ ସ୍ୱୀକାର କରିନାହାଁନ୍ତି । ଅଭିଯୁକ୍ତ ମାତାରଙ୍କୁ ବର୍ତ୍ତମାନ ଚୌତୌକ୍ୱା କାଉଣ୍ଟି ଜେଲରେ ରଖାଯାଇଛି ।

ସେପଟେ ଜଣେ ଲେଖକ ଆତିଶ ତାସିର ଟୁଇଟ୍‌ କରି କହିଛନ୍ତି, ରୁଶଦୀଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଯାଇଛି । ସେ ବର୍ତ୍ତମାନ କଥା ହେଉଛନ୍ତି । ଗତକାଲି ରୁଶଦୀଙ୍କ ବୁକ୍‌ ଏଜେଣ୍ଟ ଆଣ୍ଡ୍ରିୟୁ ୱିଲି କହିଥିଲେ, ‘ଆକ୍ରମଣ ପରେ ସଲମାନଙ୍କ ଯକୃତ ନଷ୍ଟ ହୋଇଯାଇଛି ଏବଂ ସେ ଗୋଟିଏ ଆଖି ହରାଇବାର ସମ୍ଭାବନା ରହିଛି ।’

ବିଶିଷ୍ଟ ଲେଖକ ସଲମାନ ରୁଶଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର
ଅଭିଯୁକ୍ତ ହାଡି ମାତାର

୭୫ ବର୍ଷୀୟ ରୁଶଦୀ ନିଜର ଲେଖା ପାଇଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ସେ ନିଜ ବିବାଦୀୟ ଉପନ୍ୟାସ ‘ଦ ସାଟାନିକ୍‌ ଭର୍ସେସ୍‌’ ପାଇଁ ଚର୍ଚ୍ଚାକୁ ଆସିଥିଲେ । ସେ ଲେଖା ଜରିଆରରେ ଇସଲାମକୁ ଅପବିତ୍ର କରିଥିବା ଅଭିଯୋଗ ହୋଇଥିଲା ସ୍ଥିତି ଏପରି ହୋଇଥିଲା ଯେ ୧୯୮୮ରେ ଇରାନରେ ଏହି ବହିକୁ ନିଷିଦ୍ଧ କରାଯାଇଥିଲା । ୧୯୮୯ରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ରୁହୁଲ୍ଲା ଖୋମିନି ବହି ଲେଖିଥିବା ରୁଶଦୀଙ୍କ ବିରୋଧରେ ଫତୱା ଜାରି କରିଥିଲେ । ରୁଶଦୀଙ୍କୁ ଯିଏ ହତ୍ୟା କରିବ ତାକୁ ୨.୮ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ ।