୭୦ କୋଟିରେ ନିଲାମ ହେଲା ବିଶ୍ୱର ତୃତୀୟ ବହୁମୂଲ୍ୟ ନମ୍ବର ପ୍ଲେଟ୍
ନୂଆଦିଲ୍ଲୀ: ଏପ୍ରିଲ ୨୩: ଦୁବାଇର ‘ମୋଷ୍ଟ ନୋବଲ୍ ନମ୍ବର୍ସ’ ଚାରିଟୀ ନିଲାମରେ ବିଶ୍ୱର ତୃତୀୟ ବହୁମୂଲ୍ୟ ନମ୍ବର ପ୍ଲେଟ୍ ବିକ୍ରି ହୋଇଛି । ଉକ୍ତ ବହୁମୂଲ୍ୟ ନମ୍ବର ପ୍ଲେଟ୍ଟି ହେଉଛି ‘ଏଏ୮’ । ତେବେ ଏହି ନମ୍ବର ପ୍ଲେଟ୍କୁ କିଣିବା ପାଇଁ ବହୁ ପ୍ରତିଦ୍ୱନ୍ଦିତା ଦେଖାଯାଇଥିଲା । ‘ଏମିରେଟ୍ସ୍ ଅକ୍ସନ୍ ଆଣ୍ଡ ରୋଡସ୍ ଆଣ୍ଡ ଡ୍ରାନ୍ସପୋର୍ଟ ଅଥରିଟୀ’ଙ୍କ ଦ୍ୱାରା ଏହି ନିଲାମ ଅୟୋଜନ ହୋଇଥିଲା । ଉକ୍ତ ନମ୍ବର ପ୍ଲେଟ୍ଟି ଏକକ ଅଙ୍କ ବିଶିଷ୍ଟ ହୋଇଥିବାରୁ ଏହାର […]
ନୂଆଦିଲ୍ଲୀ: ଏପ୍ରିଲ ୨୩: ଦୁବାଇର ‘ମୋଷ୍ଟ ନୋବଲ୍ ନମ୍ବର୍ସ’ ଚାରିଟୀ ନିଲାମରେ ବିଶ୍ୱର ତୃତୀୟ ବହୁମୂଲ୍ୟ ନମ୍ବର ପ୍ଲେଟ୍ ବିକ୍ରି ହୋଇଛି । ଉକ୍ତ ବହୁମୂଲ୍ୟ ନମ୍ବର ପ୍ଲେଟ୍ଟି ହେଉଛି ‘ଏଏ୮’ । ତେବେ ଏହି ନମ୍ବର ପ୍ଲେଟ୍କୁ କିଣିବା ପାଇଁ ବହୁ ପ୍ରତିଦ୍ୱନ୍ଦିତା ଦେଖାଯାଇଥିଲା । ‘ଏମିରେଟ୍ସ୍ ଅକ୍ସନ୍ ଆଣ୍ଡ ରୋଡସ୍ ଆଣ୍ଡ ଡ୍ରାନ୍ସପୋର୍ଟ ଅଥରିଟୀ’ଙ୍କ ଦ୍ୱାରା ଏହି ନିଲାମ ଅୟୋଜନ ହୋଇଥିଲା । ଉକ୍ତ ନମ୍ବର ପ୍ଲେଟ୍ଟି ଏକକ ଅଙ୍କ ବିଶିଷ୍ଟ ହୋଇଥିବାରୁ ଏହାର ଚାହିଦା ଢ଼େର୍ ଅଧିକ ।
ରିପୋର୍ଟ ଅନୁସାରେ, ଏହି ଏକକ ଅଙ୍କ ବିଶିଷ୍ଟ ନମ୍ବର ପ୍ଲେଟ୍ଟି ୫୩ ୟୁଏଇ ଦିରହାମ୍(ଦୁବାଇର ପଇସା)ରେ ନିଲାମ ହୋଇଛି । ଭାରତୀୟ ମୂଲ୍ୟ ହିସାବରେ ଏହା ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ହେବ । ‘ୱାନ୍ ବିଲିୟନ୍ ମିଲ୍ସ’ଅଭିଯାନକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ନିଲାମୀ ଡକାଯାଇଥିଲା । ୫୦ରୁ ଊର୍ଦ୍ଧ୍ୱ ଦେଶରେ ଥିବା ଅସୁରକ୍ଷିତ ସମ୍ପ୍ରଦାୟଙ୍କୁ ଆହାର ଯୋଗାଇ ଦେବା ହେଉଛି ଏହି ଅଭିଯାନ ଲକ୍ଷ୍ୟ ।

ଗତବର୍ଷ ଅନ୍ୟ ଏକକ ଅଙ୍କ ବିଶିଷ୍ଟ ‘ଏଏ୯’ ନମ୍ବର ପ୍ଲେଟ୍ଟି ୭୯ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ନିଲାମ ହୋଇଥିଲା । ସୂଚନା ଥାଉଯେ, ଏହି ନିଲାମରେ ସ୍ୱତନ୍ତ୍ର ଗାଡ଼ି ନମ୍ବର, ସ୍ୱତନ୍ତ୍ର ମୋବାଇଲ୍ ନମ୍ବର ଆଦି ନିଲାମ ଡକାଯାଏ । ଏହି ନିଲାମରେ ଦୁଇ ଅଙ୍କବିଶିଷ୍ଟ ଦୁବାଇ କାର୍ ନମ୍ବର ପ୍ଲେଟ୍ ‘ଏଫ୍୫୫’ ମଧ୍ୟ ନିଲାମ ହୋଇଛି । ଏହାର ନିଲାମୀ ମୂଲ୍ୟ ୮.୨୩ କୋଟିରୁ ଅଧିକ ରହିଥିଲା । ସେହିପରି ‘ଭି୬୬’ ନମ୍ବର ପ୍ଲେଟ୍ଟି ୮.୨୩ କୋଟି ଏବଂ ‘ୱାଇ୬୬’ ନମ୍ବର ପ୍ଲେଟ୍ଟି ୮.୨୩ କୋଟି ଟଙ୍କାରୁ ଅଧିକରେ ମୂଲ୍ୟରେ ନିଲାମ ହୋଇଛି ।




