ୟୁକ୍ରେନ୍‌ରେ ଥିବା ବିଶ୍ୱର ବୃହତମ ବିମାନକୁ ଜାଳିଦେଲା ଋଷ

କିଭ୍‌ : ଫେବୃଆରୀ ୨୮: ଗତକାଲି ୟୁକ୍ରେନ୍‌-ଋଷ ଯୁଦ୍ଧରେ ୟୁକ୍ରେନ୍‌ରେ ନିର୍ମିତ ବିଶ୍ୱର ବୃହତମ ବିମାନକୁ ଋଷ ସୈନ୍ୟମାନେ ପୋଡ଼ି ଦେଇଥିବା ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବ ଟୁଇଟ୍‌ କରି ସୂଚନା ଦେଇଛନ୍ତି । This was the world’s largest aircraft, AN-225 ‘Mriya’ (‘Dream’ in Ukrainian). Russia may have destroyed our ‘Mriya’. But they will never be able to destroy our dream of a […]

Samaya Live Picture
Published On

କିଭ୍‌ : ଫେବୃଆରୀ ୨୮: ଗତକାଲି ୟୁକ୍ରେନ୍‌-ଋଷ ଯୁଦ୍ଧରେ ୟୁକ୍ରେନ୍‌ରେ ନିର୍ମିତ ବିଶ୍ୱର ବୃହତମ ବିମାନକୁ ଋଷ ସୈନ୍ୟମାନେ ପୋଡ଼ି ଦେଇଥିବା ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବ ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

କିଭ୍‌ ନିକଟବର୍ତ୍ତୀ ଏକ ବିମାନ ବନ୍ଦରରେ ଋଷୀୟ ସେନାଙ୍କ ଲଗାତାର ବୋମା ବର୍ଷଣ ଫଳରେ ବିଶ୍ୱର ବଡ଼ ବିମାନ ‘ଏଏନ୍‌-୨୨୫ ମ୍ରିୟା’ ଜଳିଯାଇଛି । ୟୁକ୍ରେନ୍‌ ଭାଷାରେ ‘ମ୍ରିୟା’ର ଅର୍ଥ ‘ସ୍ୱପ୍ନ’ । ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍‌’ ଏହି ବିମାନକୁ ନିର୍ମାଣ କରିଥିଲା ।

ବିମାନ ପୋଡି ଯାଇଥିବା ଖବର ୟୁକ୍ରେନ୍‌ର ସରକାରୀ ଟୁଇଟର୍‌ ହ୍ୟାଣ୍ଡଲରେ ମଧ୍ୟ ପ୍ରକାଶ ପାଇବା ସହିତ ବିମାନର ଏକ ଫଟୋ ମଧ୍ୟ ସେୟାର୍‌ କରାଯାଇଛି । ସେଥିରେ ଲେଖାଯାଇଛି ଯେ, ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଭ୍‌ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ରୁଷୀୟ ସେନା ଧ୍ୱଂସ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍‌ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ ।

ଏହାସହିତ ଆହୁରୀ ମଧ୍ୟ ଲେଖାଯାଇଛି ଯେ, ସେମାନେ ଆମର ବୃହତ୍ତମ ବିମାନକୁ ପୋଡ଼ି ପକାଇଲେ କି;ୁ, ଆମ ‘ମ୍ରିୟା’ କଦାପି ନଷ୍ଟ ହେବନାହିଁ ।