୩୬୦ ଡିଗ୍ରୀ ସୁଇମିଂ ପୁଲ୍‌

ଦୁବାଇ: ବିଳାସପୂର୍ଣ୍ଣ ଜୀବନ ପାଇଁ ପ୍ରସିଦ୍ଧ ଦୁବାଇ ପୁଣି ଥରେ ଚର୍ଚ୍ଚାରେ । ଆଲୋଚନାର କାରଣ ହେଉଛି ସୁଇମିଂ ପୁଲ୍‌ । ଦୁବାଇରେ ଦୁନିଆର ପ୍ରଥମ ଏବଂ ସର୍ବୋଚ୍ଚ ୩୬୦ ଡିଗ୍ରୀ ‘ଇନଫିନିଟି ପୁଲ୍‌’ ନିର୍ମାଣ କରାଯାଇଛି । ଏହାକୁ ଦୁବାଇର ରେସିଡେନ୍ସିଆଲ-ହୋଟେଲ ବିଲïିଂ ପାମ୍‌ ଟାୱାରରେ ନିର୍ମାଣ କରାଯାଇଛି । ଏହାର ନାମ ରଖାଯାଇଛି ଆରା ସ୍କାଏପୁଲ୍‌ । ସମଗ୍ର ବିଶ୍ୱରେ ଏହି ପୁଲ୍‌କୁ ନେଇ ଜୋରଦାର ଆଲୋଚନା ଚାଲିଛି । କାରଣ ହେଉଛି ଏହାର […]

Samaya Live Picture
Published On

ଦୁବାଇ: ବିଳାସପୂର୍ଣ୍ଣ ଜୀବନ ପାଇଁ ପ୍ରସିଦ୍ଧ ଦୁବାଇ ପୁଣି ଥରେ ଚର୍ଚ୍ଚାରେ । ଆଲୋଚନାର କାରଣ ହେଉଛି ସୁଇମିଂ ପୁଲ୍‌ । ଦୁବାଇରେ ଦୁନିଆର ପ୍ରଥମ ଏବଂ ସର୍ବୋଚ୍ଚ ୩୬୦ ଡିଗ୍ରୀ ‘ଇନଫିନିଟି ପୁଲ୍‌’ ନିର୍ମାଣ କରାଯାଇଛି । ଏହାକୁ ଦୁବାଇର ରେସିଡେନ୍ସିଆଲ-ହୋଟେଲ ବିଲïିଂ ପାମ୍‌ ଟାୱାରରେ ନିର୍ମାଣ କରାଯାଇଛି ।
୩୬୦ ଡିଗ୍ରୀ ସୁଇମିଂ ପୁଲ୍‌

ଏହାର ନାମ ରଖାଯାଇଛି ଆରା ସ୍କାଏପୁଲ୍‌ । ସମଗ୍ର ବିଶ୍ୱରେ ଏହି ପୁଲ୍‌କୁ ନେଇ ଜୋରଦାର ଆଲୋଚନା ଚାଲିଛି । କାରଣ ହେଉଛି ଏହାର ଉଚ୍ଚତା । ଏହି ସୁଇମିଂ ପୁଲ୍‌ ପାମ୍‌ ଟାୱାରର ୫୦ତମ ମହଲାରେ ନିର୍ମିତ ହୋଇଛି । ଏହା ୭୫୦ ବର୍ଗ ମିଟର ପରିସରରେ ବ୍ୟାପିଛି ଏବଂ ଏହାର ଉଚ୍ଚତା ପ୍ରାୟ ୨୦୦ ମିଟର ।
୩୬୦ ଡିଗ୍ରୀ ସୁଇମିଂ ପୁଲ୍‌

ଏହାର ଗଠନ ଏପରି ହୋଇଛି ଯେ ସ୍ପଷ୍ଟ ଭାବରେ ଦେଖିଲେ ଏହା ଝୁଲୁଥିବା ପରି ଜଣାପଡ଼େ । ଦୁବାଇର ଜଣାଶୁଣା ଡେଭଲପର୍‌ କମ୍ପାନୀ ନଖିଲ୍‌ ପ୍ରପର୍ଟିଜ୍‌ ଦ୍ୱାରା ଏହି ପୁଲ୍‌ ପ୍ରସ୍ତୁତ କରାଯାଇଛି । ଏଠାରେ ପ୍ରବେଶ ପାଇଁ ଜଣେ ବ୍ୟକ୍ତିଙ୍କୁ ୩,୪୪୮ ଟଙ୍କା ଦେବାକୁ ପଡିବ ।
୩୬୦ ଡିଗ୍ରୀ ସୁଇମିଂ ପୁଲ୍‌

ଯଦି ଆପଣ କେବଳ ଏହି ପୁଲରେ ପହଁରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୭,୫୦୫ ଟଙ୍କା ଦେବାକୁ ପଡିବ । ଏହି ୩୬୦ ଡିଗ୍ରୀ ଇନଫିନିଟି ପୁଲ୍‌ରେ ସୂର୍ଯେ୍ୟାଦୟ ଏବଂ ସୂର୍ଯ୍ୟାସ୍ତର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି ।
୩୬୦ ଡିଗ୍ରୀ ସୁଇମିଂ ପୁଲ୍‌

ସୁଇମିଂ ପୁଲ୍‌ର କିଛି ଅଂଶ ଡାଇନିଂ ଏବଂ କକଟେଲ ପାଇଁ ପ୍ରସ୍ତୁତ କରାଯାଇଛି । ଆପଣ ଏଠାରେ ଅନ୍ତର୍ଜାତୀୟ ଖାଦ୍ୟ ଉପଭୋଗ କରିପାରିବେ । ଏହା ଏକ ୩୬୦ ଡିଗ୍ରୀ ପୁଲ୍‌ ହୋଇଥିବାରୁ ଏଠାରୁ ଦୁବାଇର