ବୃଦ୍ଧି ପାଉଛି ବିଶ୍ୱ ତାପମାତ୍ରା,ଲୋପ ପାଇଯିବ ଏମ୍ପରର ପେଙ୍ଗୁଇନ ବଂଶ !

ସମୟଲାଇଭ,୧୧/୧୧: ତାପମାତ୍ରାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଦିନକୁ ଦିନ ତାମପାତ୍ରା ବୃଦ୍ଧି ପାଇବା ସହ ଧ୍ୱଂସାଭିମୂଖୀ ଆଡକୁ ବିଶ୍ୱ ଏବେ ଅଗ୍ରସର ହେଉଛି। ସାରା ବିଶ୍ୱରେ ଲଗାତାର ତାପାମାତ୍ରା ବୃଦ୍ଧି ପାଉଥିବାରୁ ୨୧୦୦ ମସିହା ସୁଦ୍ଧା ଏମ୍ପରର ପେଙ୍ଗୁଇନ୍ ବଂଶ ଲୋପ ପାଇଯିବାର ଅନେକ ସମ୍ଭାବନା ରହିଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ସୂଚନା ଅନୁସାରେ ଏଠାରେ ବାସ କରୁଥିବା ୮୬ ପ୍ରତିଶତ ଏମ୍ପରର ପେଙ୍ଗୁଇନ୍ ଲୋପ ପାଇଯିବ ବୋଲି କୁହାଯାଉଛି। ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ […]

Samaya Live Picture
Published On

ସମୟଲାଇଭ,୧୧/୧୧: ତାପମାତ୍ରାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଦିନକୁ ଦିନ ତାମପାତ୍ରା ବୃଦ୍ଧି ପାଇବା ସହ ଧ୍ୱଂସାଭିମୂଖୀ ଆଡକୁ ବିଶ୍ୱ ଏବେ ଅଗ୍ରସର ହେଉଛି। ସାରା ବିଶ୍ୱରେ ଲଗାତାର ତାପାମାତ୍ରା ବୃଦ୍ଧି ପାଉଥିବାରୁ ୨୧୦୦ ମସିହା ସୁଦ୍ଧା ଏମ୍ପରର ପେଙ୍ଗୁଇନ୍ ବଂଶ ଲୋପ ପାଇଯିବାର ଅନେକ ସମ୍ଭାବନା ରହିଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ସୂଚନା ଅନୁସାରେ ଏଠାରେ ବାସ କରୁଥିବା ୮୬ ପ୍ରତିଶତ ଏମ୍ପରର ପେଙ୍ଗୁଇନ୍ ଲୋପ ପାଇଯିବ ବୋଲି କୁହାଯାଉଛି। ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ ଏମ୍ପରର ପେଙ୍ଗୁଇନ୍ ନିଜର ସସ୍ତ ପ୍ରଜାତି ମଧ୍ୟରୁ ସବୁଠାରୁ ଲମ୍ବା ଓ ଓଜନଦାର ପକ୍ଷୀ । ଜୀବନଯାପନ ପାଇଁ ଏମାନେ ସମୁଦ୍ର ଉପରେ ନିର୍ଭରଶୀଳ । ଆରାମ କରିବା ପାଇଁ ବରଫ ଟୁକୁଡ଼ା ଉପଯୋଗ କରନ୍ତି ଏହି ପ୍ରଜାତି । ହେଲେ ଆଣ୍ଟର୍କଟିକାରେ ବରଫ ତରଳିବା ପରେ ଏମ୍ପରର ପେଙ୍ଗୁଇନ୍ ସଂଖ୍ୟା ବୃଦ୍ଧି ହେବାର ଦେଖାଯାଉ ନାହିଁ । ବରଫ ପାହାଡ଼ ତରଳିବା ଯୋଗୁ ପେଙ୍ଗୁଇନ୍ ବସତି ଅଧିକ ପ୍ରଭାବିତ ହୋଇଛି ବୋଲି ଜଣାପଡିଛି।

Tags: