ରାଉରକେଲାରେ ବିଶ୍ୱ ସାଇକେଲ ଦିବସ ପାଳିତ
ରାଉରକେଲା: ଜୁନ ୦୩: ଜୁନ ମାସ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଏ । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଛି । ସାଇକେଲ ଚଳାଇବା ଦ୍ୱାରା ନା କେବଳ ସ୍ୱାସ୍ଥ୍ୟ ଭଲ ରୁହେ ବରଂ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ । ଅପ୍ରେଲ ୨୦୧୮ରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା […]
ରାଉରକେଲା: ଜୁନ ୦୩: ଜୁନ ମାସ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଏ । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଛି । ସାଇକେଲ ଚଳାଇବା ଦ୍ୱାରା ନା କେବଳ ସ୍ୱାସ୍ଥ୍ୟ ଭଲ ରୁହେ ବରଂ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ । ଅପ୍ରେଲ ୨୦୧୮ରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା । ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଏହି କ୍ରମରେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା । ଆଜି ବିଶ୍ୱ ସାଇକେଲ ଦିବସ ଅବସରରେ ବିଶ୍ୱ ବ୍ୟାପୀ ସାଇକ୍ଲୋଥନ ଓ ବିଭିନ୍ନ ସଚେତନତା ଶିବିରର ଆୟୋଜନ କରାଯାଉଛି । ଏହିକ୍ରମରେ ରାଉରକେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଛି ସାଇକେଲ ଦିବସ । ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ କମିଶନର, ପାନପୋଷ ଉପ ଜିଲ୍ଲାପାଳ, ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଏକାଠି ହୋଇ ସାଇକେଲ ଦିବସ ପାଳନ କରିଛନ୍ତି ।




