ସମଗ୍ର ବିଶ୍ୱ ଏବେ ଜଳବାୟୁ ଜନିତ ସମସ୍ୟାରେ କବଳିତ

ସମୟ ଲାଇଭ,୬/୧୧: ସାରା ବିଶ୍ୱ ଏବେ ଜଳବାୟୁ ଜନିତ ସମସ୍ୟାଦେଇ ଗତି କରୁଛି। ପରିସ୍ତିତି ଏମିତି ହୋଇଛି କି ଏବେ ଆଉ ଭାବିବା ସମୟ ବି ନାହିଁ। ଯଦି ବିଶ୍ୱ ସମୁଦାୟ ଏବେ ହିଁ ଏହି କ୍ଷତ୍ରରେ ପରିବର୍ତ୍ତନ ଅଣାନଯାଏ ତେବେ ଖୁବଶୀଘ୍ର ବିଶ୍ୱ ଧ୍ୱଂସ ପାଇବ ବୋଲି ପରିବେଷବିତମାନେ ମତ ଦେଇଛନ୍ତି। ବିଶ୍ୱର ୧୫୦ଟି ଦେଶର ୧୧ ହଜାର ବୈଜ୍ଞାନିକ ଏକାଠି ହୋଇ ଏହି ସର୍ବେକ୍ଷଣ କରିଛନ୍ତି। ବିଶ୍ୱରେ ଜଳବାୟୁ ବରିବର୍ତ୍ତନ ପାଇଁ ଯେଉଁସବୁ ପଦକ୍ଷପ […]

Samaya Live Picture
Published On

ସମୟ ଲାଇଭ,୬/୧୧: ସାରା ବିଶ୍ୱ ଏବେ ଜଳବାୟୁ ଜନିତ ସମସ୍ୟାଦେଇ ଗତି କରୁଛି। ପରିସ୍ତିତି ଏମିତି ହୋଇଛି କି ଏବେ ଆଉ ଭାବିବା ସମୟ ବି ନାହିଁ। ଯଦି ବିଶ୍ୱ ସମୁଦାୟ ଏବେ ହିଁ ଏହି କ୍ଷତ୍ରରେ ପରିବର୍ତ୍ତନ ଅଣାନଯାଏ ତେବେ ଖୁବଶୀଘ୍ର ବିଶ୍ୱ ଧ୍ୱଂସ ପାଇବ ବୋଲି ପରିବେଷବିତମାନେ ମତ ଦେଇଛନ୍ତି। ବିଶ୍ୱର ୧୫୦ଟି ଦେଶର ୧୧ ହଜାର ବୈଜ୍ଞାନିକ ଏକାଠି ହୋଇ ଏହି ସର୍ବେକ୍ଷଣ କରିଛନ୍ତି। ବିଶ୍ୱରେ ଜଳବାୟୁ ବରିବର୍ତ୍ତନ ପାଇଁ ଯେଉଁସବୁ ପଦକ୍ଷପ ନିଆଯାଉଛି ତାହା ସଠିକରୂପେ କାର୍ଯ୍ୟକାରି କରାଯାଉନାହିଁ। ଯେଉଁଥିପାଇଁ ବିଶ୍ୱରେ ବର୍ତ୍ତମାନ ଜଳବାୟୁ ସଂକଟ ଅତି ଉତ୍କଟ ରୁପ ଧାରଣ କରିଲାଣି। ତେବେ ଜଳବାୟୁ ପରିବର୍ତ୍ତନ ପଛରେ ଆଜିର ମଣିଷର ବିଳାସପୂର୍ଣ୍ଣ ଜୀବନଶୈଳୀ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି। ଜଳବାୟୁ ପରିବର୍ତ୍ତନ ସମାଧାନ ପାଇଁ ୬ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ବୈଜ୍ଞାନିକମାନେ। ପେଟ୍ରୋଲ, ଡିଜେଲ ଓ କୋଇଲା ପରି ଜୀବାଶ୍ମ ବଦଳରେ ମିଥେନ ବ୍ୟବହାର, ପରିବେଶକୁ ସୁହାଇଲା ଭଳି ମଣିଷ କାମ କରିବା, ଅଙ୍ଗାରକାମ୍ଳ ମୁକ୍ତ ପରିବେଶ ଏବଂ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଲଗାଇବା। ଜନସଂଖ୍ୟାକୁ ମଣିଷ ନିୟନ୍ତ୍ରଣ  ଆଦି କ୍ଷେତ୍ରରେ ନିୟମ ଅବଲମ୍ବନ କରିଲେ ହିଁ ଜଳବାୟୁ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

Tags: