ଓସ୍କାର ମଞ୍ଚ ଉପରେ ଅଘଟଣ: ପତ୍ନୀଙ୍କୁ ନେଇ ମଜା କରିବାରୁ ହୋଷ୍ଟଙ୍କୁ ଚାପୁଡ଼ା ମାରିଲେ ଅଭିନେତା

ଲସ୍‌ ଏଞ୍ଜଲିସ: ମାର୍ଚ୍ଚ ୨୮: ସିନେ ଜଗତର ସବୁଠାରୁ ବଡ଼ ପୁରସ୍କାର ଓସ୍କାର ଏକାଡେମୀ ମଞ୍ଚ ଉପରେ ଘଟିଛି ଏକ ବଡ଼ ଅଘଟଣ । ପତ୍ନୀଙ୍କୁ ନେଇ ମଜା କରିବାରୁ ଲୋକପ୍ରିୟ ହଲିଉଡ୍‌ ଅଭିନେତା ୱିଲ୍‌ ସ୍ମିଥ ହୋଷ୍ଟଙ୍କୁ ଚାପୁଡ଼ା ମାରିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଓସ୍କାର ଇଭେଣ୍ଟକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ସିନେ ତାରକାମାନେ ଉପସ୍ଥିତ ରହିଥାନ୍ତି । ଇଭେଣ୍ଟ ହୋଷ୍ଟ କରୁଥିଲେ ହାସ୍ୟ […]

Samaya Live Picture
Published On

ଲସ୍‌ ଏଞ୍ଜଲିସ: ମାର୍ଚ୍ଚ ୨୮: ସିନେ ଜଗତର ସବୁଠାରୁ ବଡ଼ ପୁରସ୍କାର ଓସ୍କାର ଏକାଡେମୀ ମଞ୍ଚ ଉପରେ ଘଟିଛି ଏକ ବଡ଼ ଅଘଟଣ । ପତ୍ନୀଙ୍କୁ ନେଇ ମଜା କରିବାରୁ ଲୋକପ୍ରିୟ ହଲିଉଡ୍‌ ଅଭିନେତା ୱିଲ୍‌ ସ୍ମିଥ ହୋଷ୍ଟଙ୍କୁ ଚାପୁଡ଼ା ମାରିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଓସ୍କାର ମଞ୍ଚ ଉପରେ ଅଘଟଣ: ପତ୍ନୀଙ୍କୁ ନେଇ ମଜା କରିବାରୁ ହୋଷ୍ଟଙ୍କୁ ଚାପୁଡ଼ା ମାରିଲେ ଅଭିନେତା
ଓସ୍କାର ଇଭେଣ୍ଟକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ସିନେ ତାରକାମାନେ ଉପସ୍ଥିତ ରହିଥାନ୍ତି । ଇଭେଣ୍ଟ ହୋଷ୍ଟ କରୁଥିଲେ ହାସ୍ୟ ଅଭିନେତା କ୍ରିସ୍‌ ରକ୍‌ । ହୋଷ୍ଟ କରିବା ସମୟରେ କ୍ରିସ୍‌ ଅଭିନେତା ସ୍ମିଥ ପତ୍ନୀଙ୍କର ମଜା ଉଡ଼ାଇଥିଲେ । ଯାହା ତାଙ୍କ ଉପରେ ଭାରି ପଡ଼ିଥିଲା । ଏଥିରେ ସ୍ମିଥ କ୍ଷୁବ୍ଧ ହୋଇଉଠିଥିଲେ ଓ ମଞ୍ଚ ଉପରକୁ ଯାଇ ସମସ୍ତଙ୍କ ସାମ୍ନାରେ କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରିଥିଲେ । ପତ୍ନୀଙ୍କୁ ନେଇ ଏଭଳି ପରିହାସ କରିବା ଅଭିନେତା ସ୍ମିଥଙ୍କୁ ପସନ୍ଦ ଆସିନଥିଲା । କେବଳ ସେତିକି ନୁହେଁ ମଞ୍ଚରୁ ତଳକୁ ସେ ଓହ୍ଲାଇ ଖୁବ୍‌ ଜୋର ପାଟି କରି କ୍ରିସ୍‌ ରକ୍‌ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ।

ତେବେ ଅଭିନେତା ସ୍ମିଥଙ୍କ ଏପରି ବ୍ୟବହାରରେ କ୍ରିସ୍‌ ରକ୍‌ କିଛି ସମୟ ପାଇଁ ଚୁପ୍‌ ହୋଇଯାଇଥିଲେ । ସେପଟେ ସ୍ମିଥ ଚେଆର୍‌ ଉପରେ ବସିବା ପରେ ରକ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ‘ଆଉ ଥରେ ତୁମ ପାଟିରୁ ଯେପରି କେବେ ମୋ ପତ୍ନୀଙ୍କ ନାମ ମୁଁ ନଶୁଣେ ।’ କ୍ରିସ୍‌ ମଧ୍ୟ ଉତ୍ତର ଦେଇଥିଲେ କି ‘ଆଉ କେବେ ଏମିତି ଭୁଲ ହେବନି ।’ କିନ୍ତୁ ପରେ ଆୱାର୍ଡ ଗ୍ରହଣ କରିବା ବେଳେ ଅଭିନେତା ସ୍ମିଥ ଚାପୁଡ଼ା ମାରିଥିବାରୁ ରକ୍‌ଙ୍କୁ କ୍ଷମା ମାଗିଥିଲେ ।