କିଏ ପାଇବ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସଂପତ୍ତି

ଦିଲ୍ଲୀ: ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଛି । ୧୯୫୨ ମସିହାରେ ସେ ବ୍ରିଟେନର ମହାରାଣୀ ଭାବେ ଅଭିଷିକ୍ତ ହୋଇଥିଲେ । ତାଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଫଟୁ୍ୟନ୍‌ ମୁତାବକ ମହାରାଣୀଙ୍କ ସମ୍ପତ୍ତିର ପ୍ରାୟ ମୂଲ୍ୟ ୫୦୦ ମିଲିୟନ ଡଲାର ବା ୩୯, ୮୫, ୮୯, ୭୫, ୦୦୦ ଟଙ୍କା । ରାଜା ହେବା ପରେ ଏହି ସମ୍ପତ୍ତି ରାଜକୁମାର ଚାଲର୍ସଙ୍କୁ […]

Samaya Live Picture
Published On

ଦିଲ୍ଲୀ: ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଛି । ୧୯୫୨ ମସିହାରେ ସେ ବ୍ରିଟେନର ମହାରାଣୀ ଭାବେ ଅଭିଷିକ୍ତ ହୋଇଥିଲେ । ତାଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଫଟୁ୍ୟନ୍‌ ମୁତାବକ ମହାରାଣୀଙ୍କ ସମ୍ପତ୍ତିର ପ୍ରାୟ ମୂଲ୍ୟ ୫୦୦ ମିଲିୟନ ଡଲାର ବା ୩୯, ୮୫, ୮୯, ୭୫, ୦୦୦ ଟଙ୍କା ।

 କିଏ ପାଇବ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସଂପତ୍ତି

ରାଜା ହେବା ପରେ ଏହି ସମ୍ପତ୍ତି ରାଜକୁମାର ଚାଲର୍ସଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିବ ବୋଲି କୁହାଯାଉଛି । ଏକ ରିପୋର୍ଟ ମୁତାବକ ମହାରାଣୀଙ୍କ ବିନିଯୋଗ, କଳା ସଂଗ୍ରହ, ଗହଣା ଓ ରିଏଲଷ୍ଟେଟ ହୋଲïିଂରୁ ମୋଟ ୫୦୦ ମିଲିୟନ ଡଲାର ସମ୍ପତ୍ତି ଠୁଳ କରିଥିଲେ । ଏହି ସମ୍ପତ୍ତି ମଧ୍ୟରେ ସିଣ୍ଡ୍ରିଘମ ହାଉସ ଓ ବାଲ୍ମୋରଲ କୈଶଲ ମଧ୍ୟ ସାମିଲ ରହିଛି । ଏବେ ତାଙ୍କର ମୃତ୍ୟୁ ହୋଇଥିବାରୁ ଏସବୁ ସମ୍ପତ୍ତି ରାଜକୁମାର ଚାଲର୍ସଙ୍କୁ ସମର୍ପିତ କରାଯିବ ।

 କିଏ ପାଇବ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସଂପତ୍ତି
ସେପଟେ ଦ୍ୱିତୀୟ ଏଲିଜାବେଥଙ୍କ ଅକାଳ ବିୟୋଗ ପରେ ତାଙ୍କ ବଡ଼ପୁଅ ଚାର୍ଲସ ବ୍ରିଟେନର ରାଜା ହୋଇଛନ୍ତି । ୭୩ ବର୍ଷୀୟ ଚାର୍ଲସ ଏବେ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜଲାଣ୍ଡ ଭଳି ୧୫ ଟି ଦେଶର ପ୍ରମୁଖ ହୋଇଛନ୍ତି । ଶାହୀ ପରିବାରର ନିୟମ ମୁତାବକ ଏଲିଜାବେଥଙ୍କର ମୃତ୍ୟୁ ହୋଇଥିବାରୁ ଚାଲର୍ସ ଏବେ ତାଙ୍କ ଦାୟୀତ୍ୱ ସମ୍ଭାଳିବେ ।

 କିଏ ପାଇବ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସଂପତ୍ତି

ଏଲିଜାବେଥଙ୍କ ମୃତ୍ୟୁ ପରେ ସଂଗେ ସଂଗେ ଚାଲର୍ସଙ୍କୁ ରାଜା ଭାବେ ଘୋଷଣା କରାଯାଇଛି । ଲଣ୍ଡନର ଜାମେସ ପ୍ୟାଲେସରେ ବରିଷ୍ଠ ସାଂସଦ, ସିଭିଲ ସର୍ଭେଣ୍ଟ ଓ ମେୟର ଚାଲର୍ସଙ୍କ ଔପଚାରିକ ଭାବେ ରାଜା ଘୋଷଣା କରିଛନ୍ତି ।