କଣ ରହିଛି ଇରାନର ଶକ୍ତି

କଣ ରହିଛି ଇରାନର ଶକ୍ତି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସମ୍ପର୍କର ଇତିହାସ

ଇରାନ ପାଖରେ ବିଶ୍ୱର ଅନ୍ୟତମ ବୃହତ୍ତମ ବାଲିଷ୍ଟିକ ମିସାଇଲ୍ ଭଣ୍ଡାର ରହିଛି, ଯେଉଁଥିରେ ୨,୦୦୦ ରୁ ୨,୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସାମିଲ ଅଛି । ଏହା ସହିତ ଇରାନର ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, ବିଶେଷ କରି ଶାହେଦ୍ ସିରିଜର ଆତ୍ମଘାତୀ ଡ୍ରୋନ୍, ଆଧୁନିକ ଯୁଦ୍ଧକ୍ଷେତ୍ରରେ ନିଜର ଘାତକ କ୍ଷମତା ପ୍ରମାଣିତ କରିଛି। ପ୍ରାୟ ୬,୧୦,୦୦୦ ସକ୍ରିୟ ସୈନ୍ୟ ଏବଂ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଶକ୍ତିଶାଳୀ ନେଟୱର୍କ ସହ ଇରାନ ସ୍ଥଳ ଭାଗରେ ବେଶ୍ ଶକ୍ତିଶାଳୀ । ଯଦିଓ ସାମ୍ପ୍ରତିକ ଆମେରିକା-ଇସ୍ରାଏଲ୍ ସାମରିକ ଅଭିଯାନ ଯୋଗୁଁ ଇରାନର କିଛି କ୍ଷେପଣାସ୍ତ୍ର ଘାଟି ଏବଂ ପରମାଣୁ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି, ତଥାପି ଏହାର ଅଣ୍ଡରଗ୍ରାଉଣ୍ଡ 'ମିସାଇଲ ସିଟି' ଏବଂ ଆସିମେଟ୍ରିକ୍ ୱାରଫେୟାର କୌଶଳ ଆଞ୍ଚଳିକ ସୁରକ୍ଷା ପାଇଁ ଏବେ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ।

ସମ୍ବନ୍ଧିତ ଖବର ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ

aeerr

ସମ୍ବନ୍ଧିତ ଖବର ବଳେନ୍ଦ୍ର ଶାହ ନେପାଳର ପରବର୍ତ୍ତୀ ପ୍ରଧାନ ମନ୍ତ୍ରୀ

ଇସ୍ରାଏଲର  ଶକ୍ତି ବଢାଉଛି ଆମେରିକା

ଇସ୍ରାଏଲର ସାମରିକ ଏବଂ ବୈଷୟିକ ଶକ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ ।  ଏହାର ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ, ଗୁପ୍ତଚର ସଂସ୍ଥା 'ମୋସାଦ' ଏବଂ ଆମେରିକାର ଅକୁଣ୍ଠ ସମର୍ଥନ ଏହାକୁ ଶକ୍ତିଶାଳୀ କରୁଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପାଖରେ ବିଶ୍ୱର ସର୍ବୋତ୍ତମ ବାୟୁସେନା ରହିଛି, ଯେଉଁଥିରେ ଆମେରିକା ନିର୍ମିତ ଏଫ୍ _ ୩୫ ଭଳି ଅତି ଆଧୁନିକ ଷ୍ଟିଲ୍ଥ୍ ଯୁଦ୍ଧ ବିମାନ ସାମିଲ ରହିଛି ଏବଂ ଏହାର 'ଆଇରନ୍ ଡୋମ୍' , 'ଡେଭିଡସ୍ ସ୍ଲିଙ୍ଗ୍' ଓ 'ଆରୋ' ଭଳି ବହୁସ୍ତରୀୟ ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥା ଶତ୍ରୁର ଯେକୌଣସି ଆକ୍ରମଣକୁ ଆକାଶରେ ହିଁ ଧ୍ୱଂସ କରିବାର କ୍ଷମତା ରଖେ।  ଏହି ଶକ୍ତି ପଛରେ ଆମେରିକାର ଏକ ବଡ଼ ହାତ ରହିଛି, ଯିଏକି ଇସ୍ରାଏଲକୁ ବାର୍ଷିକ ପ୍ରାୟ ୩.୮ ବିଲିୟନ ଡଲାରର ସାମରିକ ସହାୟତା ପ୍ରଦାନ କରିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରଣନୈତିକ ସୂଚନା ଦେଇ ସୁରକ୍ଷିତ ରଖିଥାଏ। ଏହା ବ୍ୟତୀତ ଇସ୍ରାଏଲ୍କୁ ଏକ ଅଘୋଷିତ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ବୋଲି ବିଚାର କରାଯାଏ ଏବଂ ଏହାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 'ମେରକାଭା' ଟ୍ୟାଙ୍କ ଓ ବିଶ୍ୱସ୍ତରୀୟ ସାଇବର ସେନା ଯୋଗୁଁ ଏହା ମଧ୍ୟପ୍ରାଚ୍ୟରେ ଏକ ଅଜେୟ ସାମରିକ ଶକ୍ତି ଭାବେ ଛିଡ଼ା ହୋଇଛି ।

Tags: