ସୋଭିଏତ ସଂଘ ବିଲୟ ପରେ, ଅଭାବ ପୂରଣ କରିବା ପାଇଁ ପୁଟିନ୍ ଚଲାଉଥିଲେ ଟ୍ୟାକ୍ସି
ମସ୍କୋ: ଡିସେମ୍ବର ୧୩: ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟର ଋଷ ରଷ୍ଟ୍ରପତି ଭ୍ଲାଦମିର ପୁଟନ୍ ପରିଚିତ । ୨୨ ବର୍ଷ ହେବ ସେ ଋଷରେ ନିଜ ସତ୍ତାକୁ ବଳବତ୍ତର ରଖିଛନ୍ତି । ନିଜକୁ ପ୍ରତିପାଦନ କରିବା ପାଇଁ ସେ ବହୁ ସଂଘର୍ଷ କରିଛନ୍ତି । ଏକଦା ସେ ସୋଭିଏତ୍ ସଂଘ(ଦେଶ)ର ସିକୁ୍ୟରିଟି ସର୍ଭିସର ପୂର୍ବତନ ଏଜେଣ୍ଟ ଥିଲେ । ହେଲେ ଦେଶର ବିଲୟ ପରେ ସେ ଭାଙ୍ଗିପଡ଼ିଥିଲେ । ଦୁଃଖରେ ମି୍ରୟମାଣ ହୋଇପଡ଼ିଥିଲେ । ନିଜ ଅଭାବ […]
ମସ୍କୋ: ଡିସେମ୍ବର ୧୩: ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟର ଋଷ ରଷ୍ଟ୍ରପତି ଭ୍ଲାଦମିର ପୁଟନ୍ ପରିଚିତ । ୨୨ ବର୍ଷ ହେବ ସେ ଋଷରେ ନିଜ ସତ୍ତାକୁ ବଳବତ୍ତର ରଖିଛନ୍ତି । ନିଜକୁ ପ୍ରତିପାଦନ କରିବା ପାଇଁ ସେ ବହୁ ସଂଘର୍ଷ କରିଛନ୍ତି । ଏକଦା ସେ ସୋଭିଏତ୍ ସଂଘ(ଦେଶ)ର ସିକୁ୍ୟରିଟି ସର୍ଭିସର ପୂର୍ବତନ ଏଜେଣ୍ଟ ଥିଲେ । ହେଲେ ଦେଶର ବିଲୟ ପରେ ସେ ଭାଙ୍ଗିପଡ଼ିଥିଲେ । ଦୁଃଖରେ ମି୍ରୟମାଣ ହୋଇପଡ଼ିଥିଲେ । ନିଜ ଅଭାବ ପୂରଣ କରିବା ପାଇଁ ସେ ଟ୍ୟାକ୍ସି ଚାଳାଉଥିଲେ ବୋଲି ଭ୍ଲାଦମିର ନିକଟରେ ପ୍ରକାଶ କରିଛନ୍ତି ।
ତିନ ଦଶନ୍ଧି ପୂର୍ବେ ଦେଶର ବିଲୟରେ ଅଧିକାଂଶ ନାଗରିକଙ୍କ ଭାଙ୍ଗି ପଡ଼ିଥିଲେ । କାରଣ ଦେଶର ପରିସମାପ୍ତି ପରେ ରୁଷ୍ ସାମ୍ୟବାଦରୁ ପୁଞ୍ଜିବାଦକୁ ପରିବର୍ତ୍ତିତ ହୋଇଥିଲା । ଅର୍ଥନେତିରେ ପ୍ରବଳ ଅସ୍ଥିରତା ସୃଷ୍ଟି ହୋଇଥିଲା ଏବଂ ଅନେକ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ ବୋଲି ଗତକାଲି ରାଷ୍ଟ୍ରପତି ‘ଆର୍ଆଇଏ ନୋଭୋସ୍ତିଦ’ରିପୋର୍ଟରେ ପ୍ରକାଶ କରିଛନ୍ତି । ଏହିପରି କି ସେ ଦେଶର ବିଲୟକୁ ‘ବୃହତ୍ତମ ଭୂ-ରାଜନେତିକ ଦୁର୍ବିପାକ’ର ଆଖ୍ୟା ଦେଇଛନ୍ତି ।
ପୁଟିନ କହିଛନ୍ତି, ଆୟ ବଢ଼ାଇବା ପାଇଁ ସେତେବେଳ କେବେ କେମିତି ଟ୍ୟାକ୍ସି ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଥିଲି । କେବେ କେମିତି ମୋତେ ଅଧିକ ଟଙ୍କା ଉପାର୍ଜନ କରିବାକୁ ପଡୁଥିଲା । ମୋ କହିବାର ଅର୍ଥ ହେଲା ଜଣେ ଘରୋଇ ଡ୍ରାଇଭର୍ ଭାବେ କାର୍ ଚଳାଇ ଅଧିକ ଟଙ୍କା ଉପାର୍ଜନ କରିବା । ଏ କଥା କହିବାକୁ ଖରାପ ଲାଗୁଥିଲେ ବି, ସତ କହିବାକୁ ଗଲେ ଦୁର୍ଯୋଗକୁ ଏଭଳି ପରିସ୍ଥିତି ପଡ଼ିଥିଲା ।
ସୂଚନାଯୋଗ୍ୟ, ପଶ୍ଚିମାଞ୍ଚଳର ବାଲ୍ଟିକ୍ସଠାରୁ ଆରମ୍ଭ କରି କେନ୍ଦ୍ରୀୟ ଏସିଆ ପର୍ଯ୍ୟନ୍ତ ୧୫ଟି ସାଧାରଣତନ୍ତ୍ରକୁ ସାମିଲ କରି ରୁଷ୍ ‘ସୋଭିଏତ ସଂଘ’ର କେନ୍ଦ୍ର ହୋଇ ରହିଥିଲା । କି;ୁ, ୧୯୯୧ରେ ଆର୍ଥିକ ସମସ୍ୟା ଯୋଗୁଁ ସଂଘ ଭାଙ୍ଗିପଡ଼ିଲା ଏବଂ ରୁଷ୍ ସ୍ୱତନ୍ତ୍ର ଦେଶ ହୋଇଗଲା ।




