ସମୁଦ୍ର ତଳରୁ ଚିନି ଆବିଷ୍କୃତ !

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସମୁଦ୍ରର ଗଭୀର ଜଳପତ୍ତନରେ ଚିନିର ଏକ ବଡ଼ ଉତ୍ସ ରହିଛି । ସାମୁଦି୍ରକ ଘାସ ଆକାରରେ ଉପସ୍ଥିତ ଏହି ଉତ୍ସରେ ଶୁକ୍ରୋଜ ରହିଛି । ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା ଚିନିର ଏହା ହେଉଛି ମୁଖ୍ୟ ଉପାଦାନ । ରିସର୍ଚ୍ଚରୁ ଜଣାପଡ଼ିଛି, ସମୁଦ୍ର ତଳ ଭାଗରେ ଥିବା ଘାସରେ ୧୩ ଲକ୍ଷ ଟନ୍‌ ଚିନିର ଭଣ୍ଡାର ରହିଛି ଅର୍ଥାତ ଏହା ୩୨ ଅରବ କୋଲï ଡ୍ରିଙ୍କ୍ସରମଧୁରତା ସହିତ ସମାନ । […]

Samaya Live Picture
Published On

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସମୁଦ୍ରର ଗଭୀର ଜଳପତ୍ତନରେ ଚିନିର ଏକ ବଡ଼ ଉତ୍ସ ରହିଛି । ସାମୁଦି୍ରକ ଘାସ ଆକାରରେ ଉପସ୍ଥିତ ଏହି ଉତ୍ସରେ ଶୁକ୍ରୋଜ ରହିଛି । ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ହେଉଥିବା ଚିନିର ଏହା ହେଉଛି ମୁଖ୍ୟ ଉପାଦାନ । ରିସର୍ଚ୍ଚରୁ ଜଣାପଡ଼ିଛି, ସମୁଦ୍ର ତଳ ଭାଗରେ ଥିବା ଘାସରେ ୧୩ ଲକ୍ଷ ଟନ୍‌ ଚିନିର ଭଣ୍ଡାର ରହିଛି ଅର୍ଥାତ ଏହା ୩୨ ଅରବ କୋଲï ଡ୍ରିଙ୍କ୍ସରମଧୁରତା ସହିତ ସମାନ ।

ସମୁଦ୍ର ତଳରୁ ଚିନି ଆବିଷ୍କୃତ !

ସମ୍ପ୍ରତି ଜର୍ମାନୀର ‘ମ୍ୟାକ୍ସ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ମରିନ୍‌ ମାଇକ୍ରୋ ବାୟୋଲୋଜି’ରେ ହୋଇଥିବା ଏକ ଅନୁସନ୍ଧାନରେ ଏହି ତଥ୍ୟ ସମ୍ନାକୁ ଆସିଛି । ସାମୁଦ୍ରିକ ସୂକ୍ଷ୍ମ ଜୀବବିଜ୍ଞାନୀ ନିକୋଲ ଡୁବିଲିଅର କହିଛନ୍ତି ଯେ-ସାମୁଦ୍ରିକ ଘାସ ଆଲୋକ ଶ୍ଲେଷଣ ପ୍ରକ୍ରିୟା ସମୟରେ ଚିନି ଉତ୍ପାଦନ କରିଥାଏ । ଅନୁସନ୍ଧାନକାରୀମାନେ ସାମୁଦ୍ରିକ ଘାସରେ ମାସ୍‌ ସ୍ପେକେଫ୍ରାମେଟ୍ରୀ କୌଶଳ ମାଧ୍ୟମରେ ସେମାନଙ୍କର ହାଇପୋଥେସିସ୍‌ ପରୀକ୍ଷା କରିଥିଲେ ।

ସମୁଦ୍ର ତଳରୁ ଚିନି ଆବିଷ୍କୃତ !

ଏଥିରୁ ଜଣାପଡ଼ିଥିଲା ଯେ, ଏହି ସାମୁଦ୍ରିକ ଘାସ ମେଟାବୋଲିଜିମ୍‌ ପାଇଁ ଶୁକ୍ରୋଜର ବ୍ୟବହାର କରନ୍ତି, କି;ୁ ଦ୍ୱିìପହର କିମ୍ବା ଅଧିକ ସୂର୍ଯ୍ୟ କିରଣରେ ଏହି ଉଦ୍ଭିଦଗୁଡ଼ିକ ଅଧିକ ଚିନି ଉତ୍ପାଦନ କରିଥାନ୍ତି । ପରେ ସେମାନେ ଅଧିକ ଶୁକ୍ରୋଜକୁ ନିଜ ରାଇଜୋସ୍ପିୟରରେ ଛାଡ଼ିଦିଅନ୍ତି । ଅଙ୍ଗାରକାମ୍ଳକୁ ଏହି ସାମୁଦ୍ରିକ ଘାସ ଅବଶୋଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଏବଂ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ପାଣିର ଗୁଣବତ୍ତା କମିବାରେ ଲାଗିଛି ।

ସମୁଦ୍ର ତଳରୁ ଚିନି ଆବିଷ୍କୃତ !

ତେଣୁ ସାମୁଦ୍ରିକ ଘାସର ଶୁକ୍ରୋଜ ମାତ୍ରା ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି, ଯେଉଁଥିରେ ପରିବେଶ ପ୍ରଦୂଷିତ ହେବା ସହ ମାନବସଭ୍ୟତା ଉପରେ ପ୍ରଭାବ ପଡ଼ୁଛି । ଏଥିପାଇଁ ବ୍ଲì କାର୍ବନ ଇକୋସିଷ୍ଟମକୁ ସଂରକ୍ଷିତ କରିବା ଜରୁରୀ ।