ଭାରତୀୟ କଫ ସିରପକୁ ବ୍ୟାନ କଲା ଉଜବେକିସ୍ତାନ

ନୂଆଦିଲ୍ଲୀ : ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାରଣ କରାଯାଇଛି । ନୂଆଦିଲ୍ଲୀ ନୋଏଡା ସ୍ଥିତ କମ୍ପାନୀ ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ୨ ଟି ଭାରତୀୟ କାଶ ଔଷଧ ଉପରେ ନିଷେଧାଦେଶ ଜାରି ରଖିଛି କାରଣ ଏହା ପିଲାମାନଙ୍କ ବ୍ୟବହାରରେ ଅନୁପଯୁକ୍ତ ଥିଲା I । ପିଲାଙ୍କ ପାଇଁ ଏହି ସିରପ୍‌ ସୁରକ୍ଷିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଉଜବେକିସ୍ତାନରେ ୧୯ଜଣ […]

Samaya Live Picture
Published On

ନୂଆଦିଲ୍ଲୀ : ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାରଣ କରାଯାଇଛି । ନୂଆଦିଲ୍ଲୀ ନୋଏଡା ସ୍ଥିତ କମ୍ପାନୀ ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ୨ ଟି ଭାରତୀୟ କାଶ ଔଷଧ ଉପରେ ନିଷେଧାଦେଶ ଜାରି ରଖିଛି କାରଣ ଏହା ପିଲାମାନଙ୍କ ବ୍ୟବହାରରେ ଅନୁପଯୁକ୍ତ ଥିଲା I
।
ପିଲାଙ୍କ ପାଇଁ ଏହି ସିରପ୍‌ ସୁରକ୍ଷିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଉଜବେକିସ୍ତାନରେ ୧୯ଜଣ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ ପକ୍ଷରୁ ଏହି ପଦେକ୍ଷପ ନିଆଯାଇଛି ।

ଡବ୍ଲୁଏଚଓ ତାର ୱେବସାଇଟେର ଏହାକୁ ନେଇ ଆଲର୍ଟ କରିଛି । ଡବ୍ଲୁଏଚଓ କହିଛି ଯେ, ଆମବ୍ରୋନୋଲ ସିରପ ଏବଂ ଡୋକ୍-୧ ମ୍ୟାକ୍ସ ସିରପର ନିର୍ମାତା ହେଉଛି ମାରିଅନ୍ ବୋୟୋଟକ୍ ପ୍ରାେଇଭଟ୍ ଲିମେିଟଡ୍ । ଯାହା ଭାରତର ଉତ୍ତରପ୍ରେଦଶେର ରହିଛି । ହେଲେ ଏହି କମ୍ପାନୀ ନିରାପତ୍ତା ଉପେର ଉତ୍ପାଦଗୁଡିକର ଗୁଣବତ୍ତା ଏବଂ ଗ୍ୟୋରଣ୍ଟି ପ୍ରଦାନ କରିନାହାଁନ୍ତି । କିଛି ଦିନ ତଳେ ମାରିଅନ ବାୟୋଟେକର କଫ୍‌ ସିରପ ଖାଇ ଉଜବେକିସ୍ତାନରେ ୧୯ଜଣ ଛୋଟ ପିଲା ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା।

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପ୍ରଡକ୍ଟର ଯାଞ୍ଚ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶ ସରକାର ମଧ୍ୟ କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ଏଯାଏ କମ୍ପାନୀ ଆବଶ୍ୟକ ଉତ୍ତର ଦେଇ ପାରି ନଥିବା ଜଣାପଡ଼ିଛି।

Tags: