ରୋହିଙ୍ଗ୍ୟାଙ୍କୁ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବ ଆମେରିକା : ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

ଡେସ୍କ : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଥଇଥାନ କାର୍ଯ୍ୟ ଆମେରିକା ତ୍ୱରାନ୍ୱ୍ୱିତ କରିବ । ଯେଉଁ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଙ୍ଗଲାଦେଶରୁ ଯାଇଛନ୍ତି ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ । ଏହାଦ୍ୱାରା ସେମାନେ ଆମେରିକାରେ ସେମାନଙ୍କର ଜୀବିକା ନିର୍ବାହ କରିପାରିବେ । ଆମେରିକା ବୈଦେଶିକ ବିଭାଗରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ ଏହା କୁହାଯାଇଛି ।       ମିଆଁମାରରୁ ରୋହିଙ୍ଗ୍ୟାମାନଙ୍କୁ ବଳପୂର୍ବକ ବିତାଡ଼ିତ କରାଯିବାର ୫ ବର୍ଷ ପରେ ଆମେରିକା ବୈଦେଶିକ ବିଭାଗ ଏହି ବିବୃତି ଜାରି […]

Samaya Live Picture
Published On

ଡେସ୍କ : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଥଇଥାନ କାର୍ଯ୍ୟ ଆମେରିକା ତ୍ୱରାନ୍ୱ୍ୱିତ କରିବ । ଯେଉଁ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଙ୍ଗଲାଦେଶରୁ ଯାଇଛନ୍ତି ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ । ଏହାଦ୍ୱାରା ସେମାନେ ଆମେରିକାରେ ସେମାନଙ୍କର ଜୀବିକା ନିର୍ବାହ କରିପାରିବେ । ଆମେରିକା ବୈଦେଶିକ ବିଭାଗରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ ଏହା କୁହାଯାଇଛି ।

 

ରୋହିଙ୍ଗ୍ୟାଙ୍କୁ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବ ଆମେରିକା : ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

 

 

ମିଆଁମାରରୁ ରୋହିଙ୍ଗ୍ୟାମାନଙ୍କୁ ବଳପୂର୍ବକ ବିତାଡ଼ିତ କରାଯିବାର ୫ ବର୍ଷ ପରେ ଆମେରିକା ବୈଦେଶିକ ବିଭାଗ ଏହି ବିବୃତି ଜାରି କରିଛି । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ରୋହିଙ୍ଗ୍ୟା ଓ ବର୍ମାର ଶରଣାର୍ଥୀମାନଙ୍କୁ ସେମାନଙ୍କର ସ୍ୱାଧୀନତା ଓ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ସଂଗ୍ରାମରେ ଆମେରିକା ସହାୟତା କରିବା ଜାରି ରଖିବ । ସେ କହିଛନ୍ତି ବର୍ମାର ପ୍ରତ୍ୟେକ ଶରଣାର୍ଥୀଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କର ଉତ୍ତରଦାୟିତା, ସେମାନଙ୍କ ପାଇଁ ଅର୍ଥନୈତିକ ଓ କୁଟନୈତିକ ଚାପ ପ୍ରୟୋଗ ଏବଂ ସେମାନଙ୍କ ମାନବାଧିକାରର ସୁରକ୍ଷା ସକାଶେ ଆମେରିକା ଏହାର ପ୍ରୟାସ ଜାରି ରଖିବ ।

ରୋହିଙ୍ଗ୍ୟାଙ୍କୁ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବ ଆମେରିକା : ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

 

ବାଙ୍ଗଲାଦେଶ ସରକାର ଓ ରୋହିଙ୍ଗ୍ୟାମାନଙ୍କୁ ଶରଣ ଦେଇଥିବା ଅନ୍ୟ ଦେଶର ସରକାରମାନଙ୍କ ପ୍ରତି ସମର୍ଥନ ଜଣାଇ ଶ୍ରୀ ବ୍ଲିଙ୍କେନ କହିଛନ୍ତି । ବର୍ମା, ବାଙ୍ଗଲାଦେଶ ଓ ଅନ୍ୟାନ୍ୟ ଅଞ୍ଚଳରେ ରୋହିଙ୍ଗ୍ୟା ସଂକଟ ଯୋଗୁଁ ଯେଉଁମାନେ ଅସୁବିଧା ଭୋଗ କରିଛନ୍ତି, ଆମେରିକା ସେମାନଙ୍କ ପାଇଁ ୧୭୦ କୋଟି ଡଲାର ଅର୍ଥ ସହାୟତା ପ୍ରଦାନ କରିଛି ।

ରୋହିଙ୍ଗ୍ୟାଙ୍କୁ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବ ଆମେରିକା : ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

 

ଗାମ୍ବିଆ ଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟରେ ଗଣହତ୍ୟା ନିୟମ ଅଧୀନରେ ମ୍ୟାଁମାର ବିରୁଦ୍ଧରେ ଦାଖଲ କରାଯାଇଥିବା ମାମଲାକୁ ଆମେରିକା ସମର୍ଥନ ପ୍ରଦାନ କରିଛି । ଏହି ବିବୃତିରେ କୁହାଯାଇଛି ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ନିୟମ ଅନୁସାରେ ଆମେରିକା ଜାତିସଂଘ ନିରାପତ୍ତା ପରିଷଦର ପଦକ୍ଷେପ ଗୁଡ଼ିକୁ ସମର୍ଥନ କରୁଛି ।
ଇତିମଧ୍ୟରେ ବାଙ୍ଗଲାଦେଶର କୋକ୍ସ ବଜାର ଅଞ୍ଚଳସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଥିବା ଶରଣାର୍ଥୀମାନେ ମିଆଁମାରର ରାଖାଇନ୍‌ ପ୍ରଦେଶରୁ ସେମାନଙ୍କୁ ବଳପୂର୍ବକ ବିତାଡ଼ିତ କରାଯିବାର ୫ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି ।

 

ରୋହିଙ୍ଗ୍ୟାଙ୍କୁ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବ ଆମେରିକା : ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ

ସଂପୂର୍ଣ୍ଣ ନାଗରିକତ୍ୱ ପ୍ରଦାନ ସହ ସେମାନଙ୍କୁ ସୁରକ୍ଷିତ ଭାବେ ଓ ସସମ୍ମାନେ ମ୍ୟାଁମାରକୁ ସେ୍ୱଚ୍ଛାକୃତ ଉପାୟରେ ଫେରିବାକୁ ଦେବା ପାଇଁ ଦାବି କରି ସେମାନେ ରାଲି କରିଛନ୍ତି । ମିଆଁମାରର ସାମରିକ ସରକାର ୨୦୧୭ ଅଗଷ୍ଟ ୨୫ ତାରିଖରେ ରୋହିଙ୍ଗ୍ୟାମାନଙ୍କ ଉପରେ ଅତ୍ୟାଚାର କରିବା ପରେ ରାଖାଇନ୍‌ ପ୍ରଦେଶର ୭ ଲକ୍ଷ ୪୦ ହଜାରରୁ ଅଧିକ ରୋହିଙ୍ଗ୍ୟା ସଂପ୍ରଦାୟର ଲୋକ ଦେଶ ଛାଡ଼ି ପଳାୟନ କରିଥିଲେ । ସେମାନେ ବାଙ୍ଗଲାଦେଶରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଥିଲେ ଓ କୋକ୍ସ ବଜାର ଅଞ୍ଚଳର ବିଭିନ୍ନ ଶରଣାର୍ଥୀ ଶିବିରରେ ରହିଥିଲେ । ବାଙ୍ଗଲାଦେଶରେ ବର୍ତ୍ତମାନ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ସଂଖ୍ୟା ୧୦ଲକ୍ଷରୁ ଅଧିକ ହେବ ।