ଥମୁନାହିଁ ରୁଷ -ୟୁକ୍ରେନ ଯୁଦ୍ଧ : ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ଦୂତାବାସ ପକ୍ଷରୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ୯ ମାସ ବିତି ଯାଇଥିଲେ ମଧ୍ୟ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣିଥରେ ଜୋର ଧରିଛି । ରୁଷ ର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ ଧ୍ବଂସ ସ୍ତୁପ ରେ ପରିଣତ ହେଲାଣି I ସେହିପରି ୟୁକ୍ରେନର ପାଲଟା ଆକ୍ରମଣରେ ରୁଷ ସେନା ମଧ୍ୟ ଥରହର ହେଲେଣି I କିନ୍ତୁ ଏହା ଭିତରେ ଋଷ ୟୁକ୍ରେନର ପ୍ରମୁଖ ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ଏହାକୁ ନଜରରେ ରଖି ବୁଧବାର […]
ନୂଆଦିଲ୍ଲୀ : ୯ ମାସ ବିତି ଯାଇଥିଲେ ମଧ୍ୟ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣିଥରେ ଜୋର ଧରିଛି । ରୁଷ ର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ ଧ୍ବଂସ ସ୍ତୁପ ରେ ପରିଣତ ହେଲାଣି I ସେହିପରି ୟୁକ୍ରେନର ପାଲଟା ଆକ୍ରମଣରେ ରୁଷ ସେନା ମଧ୍ୟ ଥରହର ହେଲେଣି I କିନ୍ତୁ ଏହା ଭିତରେ ଋଷ ୟୁକ୍ରେନର ପ୍ରମୁଖ ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ଏହାକୁ ନଜରରେ ରଖି ବୁଧବାର ଦିନ ଭାରତ ଏହାର ସମସ୍ତ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ କହିଛି। ଏହା ସହିତ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ବର୍ତ୍ତମାନ ୟୁକ୍ରେନରେ ଥିବା ଛାତ୍ର ନାଗରିକଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନର ଚାରୋଟି ଅଞ୍ଚଳରେ ସାମରିକ ଶାସନ ଘୋଷଣା କରିଛନ୍ତି। ଋଷ ସହିତ ଏହି ଚାରିଟି ପ୍ରଦେଶର ମିଶ୍ରଣ ବିଷୟରେ ପୁଟିନ ପୁର୍ବରୁ ଘୋଷଣା କରିସାରିଛନ୍ତି। ଏହାକୁ ଗୁରୁତର ସହ ନେଇ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ୟୁକ୍ରେନରେ ସମ୍ପ୍ରତି ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ୟୁକ୍ରେନ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ୟୁକ୍ରେନରେ ରହୁଥିବା ଛାତ୍ରଙ୍କ ସମେତ ଭାରତୀୟମାନେ ଯଥାଶୀଘ୍ର ସେଠାରୁ ଚାଲିଯିବା ଉଚିତ ବୋଲି କହିଛନ୍ତି। ସୂଚନା ଥାଉଯେ ଯେତେବେଳେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଭାରତ ବହୁ ପରିମାଣରେ ଏକ ମିଶନ ଗଙ୍ଗା ଦ୍ବାରା ବହୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ତେବେ ବର୍ତ୍ତମାନ ସରକାର ଏଭଳି କୌଣସି ସୁବିଧା ଯୋଗାଇବାକୁ ଯାଉନାହାଁନ୍ତି। ସେଠାରୁ ବାହାରିବା ପାଇଁ ଲୋକଙ୍କୁ ନିଜର ଉପାୟ ଖୋଜିବାକୁ ପଡିବ ବୋଲି ନିର୍ଦ୍ଦେଶମାନାରେ କୁହାଯାଇଛି। ୟୁକ୍ରେନ ସୀମାର ୮ଟି ଅଞ୍ଚଳରେ ଜନସାଧାରଣଙ୍କୁ ବାହାରେ ବୁଲିବା ଉପରେ କଟକଣା ଲଗାଯାଇଛି । କିଭ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡ୍ଭାଇଜରୀ ଜାରି କରାଯାଇ ଏପରି ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧର ପ୍ରାରମ୍ଭରେ ୟୁକ୍ରେନରେ ଥିବା ପ୍ରାୟ ୬୦,୦୦୦ ନାଗରିକଙ୍କୁ ଥଇଥାନ କରିବା ପାଇଁ ଭାରତ “ଅପରେସନ୍ ଗଙ୍ଗା” କରିଥିଲା।
ଏହାପୂର୍ବରୁ ବୁଧବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖେରସନ, ଜାପୋରିଜିଆ, ଲୁହାନସ୍କ ଏବଂ ଡୋନେଟସ୍କ ଚାରିଟି ଅଞ୍ଚଳରେ ସାମରିକ ଆଇନ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ସୂଚାଇ ଦେଇଛି ଯେ ରୁଷ ପୂର୍ବ ୟୁକ୍ରେନରେ ନିଜର ନିୟନ୍ତ୍ରଣକୁ ଦୃଢ କରୁଛି।ଋଷସେନା ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଥିଲେ। ଦିନକୁ ଦିନ ଋଷ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ୟୁକ୍ରେନ ଯଦିସ ପ୍ରତି ଜବାବ ଦେଉଛି, ତଥାପି ଏହାକୁ ନଜରରେ ରଖି କିଛି ପାଶ୍ଚାତ୍ୟ ଦେଶମାନେ ତାଙ୍କୁ ପ୍ରତିରକ୍ଷା ଉପକରଣ ଯୋଗାଉଛନ୍ତି। ଏଭଳି ପରିସ୍ଥିତିରେ ୟୁକ୍ରେନର ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି।




