ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ
ଦିଲ୍ଲୀ: ଜୁଲାଇ ୦୭: ମନ୍ତ୍ରୀମଣ୍ଡଳର ବିଦ୍ରୋହ କାରଣରୁ ଆଜି ବି୍ରଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ବ୍ରିଟେନ୍ ଗଣମାଧ୍ୟମଠାରୁ ସୂଚନା ସଂଗ୍ରହ କରାଯାଇଛି । ବୋରିସ୍ଙ୍କ ବିରୋଧରେ ତାଙ୍କ ମନ୍ତ୍ରୀମଣ୍ଡଳର ୪୦ ଜଣ ମନ୍ତ୍ରୀ ବିଦ୍ରୋହ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ପ୍ରଥମେ ଅର୍ଥମନ୍ତ୍ରୀ ଥିବା ତ୍ରୁଷି ସୁନକ ଇସ୍ତଫା ଦେଇଥିଲେ ଓ ଏହାପରେ ଜଣଙ୍କ ପରେ ଜଣ ଇସ୍ତଫା ଦେଇଥିଲେ । ଫଳରେ ବୋରିସ୍ଙ୍କ ଉପରେ […]
ଦିଲ୍ଲୀ: ଜୁଲାଇ ୦୭: ମନ୍ତ୍ରୀମଣ୍ଡଳର ବିଦ୍ରୋହ କାରଣରୁ ଆଜି ବି୍ରଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ବ୍ରିଟେନ୍ ଗଣମାଧ୍ୟମଠାରୁ ସୂଚନା ସଂଗ୍ରହ କରାଯାଇଛି । ବୋରିସ୍ଙ୍କ ବିରୋଧରେ ତାଙ୍କ ମନ୍ତ୍ରୀମଣ୍ଡଳର ୪୦ ଜଣ ମନ୍ତ୍ରୀ ବିଦ୍ରୋହ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ପ୍ରଥମେ ଅର୍ଥମନ୍ତ୍ରୀ ଥିବା ତ୍ରୁଷି ସୁନକ ଇସ୍ତଫା ଦେଇଥିଲେ ଓ ଏହାପରେ ଜଣଙ୍କ ପରେ ଜଣ ଇସ୍ତଫା ଦେଇଥିଲେ । ଫଳରେ ବୋରିସ୍ଙ୍କ ଉପରେ ନିଜ ପଦରୁ ଇସ୍ତଫା ଦେବା ପାଇଁ ଚାପ ପଡ଼ିଥିଲା ।
ସୂଚନା ଥାଉଯେ, କ୍ରିଷ୍ଟୋଫର୍ ପିଞ୍ଚରଙ୍କୁ ବୋରିସ୍ ନିଯୁକ୍ତି ଦେବା ପରେ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀମାନେ ବିଦ୍ରୋହ ଆରମ୍ଭ କରିଥିଲେ ।ଚଳିତ ବର୍ଷ ଫେବୃଆରୀ ମାସରେ ବୋରିସ୍ ପିଞ୍ଚରଙ୍କୁ ଦଳର ଉପମୁଖ୍ୟ ହ୍ୱିପ୍ ଭାବେ ନିଯୁକ୍ତ କରିଥିଲେ ।

ସେହି ସମୟରେ ବି୍ରଟେନ୍ ଗଣମାଧ୍ୟମ ପିଞ୍ଚରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ରହିଛି ବୋଲି ପ୍ରକାଶ କରିଥିଲା । ତେବେ ଏଭଳି ଅଭିଯୋଗ ପରେ ପିଞ୍ଚର ନିଜ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ, ମନ୍ତ୍ରୀମଣ୍ଡଳର ନେତା ଓ ମନ୍ତ୍ରୀମାନେ ଅଭିଯୋଗ କରିଥିଲେ ପିଞ୍ଚରଙ୍କ ଏଭଳି ଅଭିଯୋଗ ବାବଦରେ ବୋରିସ୍ ପୂର୍ବରୁ ଜାଣିଥିଲେ ।




