ଗାଡି ଚଳାଇବା ବେଳେ ମୋବାଇଲରେ ଗପିବା ପଡିବ ମହଙ୍ଗା
ସମୟ ଲାଇଭ,୨/୧: ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ୨୦୨୦ ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି। ଗାଡି ଚଳାଇବା ବେଳେ ମୋବାଇଲ ଫୋନର ବ୍ୟବହାର କରିବା ମହଙ୍ଗା ପଡିବ। ଉଲ୍ଲଂଘନକାରୀଙ୍କୁ ଜରିମାନା ସହ ଖିଲାପକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏଥିସହ ମଦୁଆ ଗାଡି ଚାଳକଙ୍କ ଲାଇସେନ୍ସ ରଦ୍ଦ ମଧ୍ୟ କରାଯିବ। ସେହିପରି ମାଲବୁହା ଗାଡିରେ ଯାତ୍ରୀ ବୋହିଲେ, ଗାହିରେ ଓଭର ଲୋଡିଂ ସାମଗ୍ରୀ ନେଲେ, ଅଧିକ ବେଗରେ ଗାଡି […]
ସମୟ ଲାଇଭ,୨/୧: ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ୨୦୨୦ ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି। ଗାଡି ଚଳାଇବା ବେଳେ ମୋବାଇଲ ଫୋନର ବ୍ୟବହାର କରିବା ମହଙ୍ଗା ପଡିବ। ଉଲ୍ଲଂଘନକାରୀଙ୍କୁ ଜରିମାନା ସହ ଖିଲାପକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏଥିସହ ମଦୁଆ ଗାଡି ଚାଳକଙ୍କ ଲାଇସେନ୍ସ ରଦ୍ଦ ମଧ୍ୟ କରାଯିବ। ସେହିପରି ମାଲବୁହା ଗାଡିରେ ଯାତ୍ରୀ ବୋହିଲେ, ଗାହିରେ ଓଭର ଲୋଡିଂ ସାମଗ୍ରୀ ନେଲେ, ଅଧିକ ବେଗରେ ଗାଡି ଚଳାଇଲେ ଲାଇସେନ୍ସ ବାତିଲ ହେବ। ତେବେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ଦୁର୍ଘଟଣା ହାର ୨୦% କମାଇବାର ପ୍ରାଥମିକ ଲକ୍ଷ୍ୟ ରଖାଯାଇଛି ।




