ଲେବନାନର ସ୍ଥିତି

ଲେବନାନର ସ୍ଥିତି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କଣ ରହିଛି ଇରାନର ଶକ୍ତି

ମଧ୍ୟପ୍ରାଚୀର ଦେଶ ଲେବାନନରେ ପରିସ୍ଥିତି ଏବେ ବେଶ୍ ଗମ୍ଭୀର ହେବାରେ ଲାଗିଛି । ଗତ ସୋମବାର ଦିନ ସେଠାରେ ଯୁଦ୍ଧର ଏକ ନୂଆ ମୋଡ଼ ଆରମ୍ଭ ହୋଇଛି, ଯେତେବେଳେ ସନ୍ତ୍ରାସବାଦୀ ସଂଗଠନ 'ହିଜବୁଲ୍ଲା' ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଲକ୍ଷ୍ୟ କରି ରକେଟ୍ ମାଡ଼ କରିଛି । ଏହାର ଜବାବରେ ଇସ୍ରାଏଲ୍ ପକ୍ଷରୁ ବେରୁଟ୍ ଏବଂ ଦକ୍ଷିଣ ଲେବାନନର ଅନେକ ଅଞ୍ଚଳରେ ପ୍ରବଳ ଆକ୍ରମଣ କରାଯାଇଛି । ହିଜବୁଲ୍ଲା ହେଉଛି ଇରାନ ସରକାରଙ୍କ ଏକ ପ୍ରମୁଖ ସହଯୋଗୀ ଏବଂ ଖାମେନେଇଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଆକ୍ରମଣ କରୁଥିବା ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ହିଜବୁଲ୍ଲାକୁ ରୋକିବା ପାଇଁ ସେମାନଙ୍କ ସ୍ଥଳ ସେନା ଖୁବଶୀଘ୍ର ଲେବାନନର ଆହୁରି ଅଧିକ ରଣନୈତିକ ଅଞ୍ଚଳକୁ ନିଜ କବଜାକୁ ନେବା ପାଇଁ ଆଗକୁ ବଢ଼ିବ । ସେପଟେ  ମିଳିତ ଜାତିସଂଘର ସୂଚନା ଅନୁଯାୟୀ, ଯୁଦ୍ଧର ଏହି ଭୟଙ୍କର ରୂପ ଯୋଗୁଁ ଏବେ ସୁଦ୍ଧା ୩୦,୦୦୦ ରୁ ଅଧିକ ଲୋକ ନିଜ ଘରଦ୍ୱାର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି  । ଅନେକ ଧନ ଜନହାନି ହେବାରେ ମଧ୍ୟ ଲାଗିଛି ।

ସମ୍ବନ୍ଧିତ ଖବର ସମ୍ପର୍କର ଇତିହାସ

Tags: