ବିଶ୍ୱର ସବୁଠୁ ଭୟାନକ ସଡ଼କ
ଆମ ଏଇ ପୃଥିବୀରେ ଏପରି ବହୁ ସ୍ଥାନ ରହିଛି ଯାହା ବିଷୟରେ ଆମକୁ କିଛି ଜଣାନାହିଁ । ଏହିପରି ସ୍ଥାନକୁ ବୁଲି ଯାଇ ଭିନ୍ନ ଅନୁଭବ ଲାଭ କରିବାକୁ ଅନେକଙ୍କର ଇଚ୍ଛା ଥାଏ । ବହୁ ଲୋକଙ୍କୁ ଦୀର୍ଘ ସଡକ ଯାତ୍ରା ଅଧିକ ପସନ୍ଦ ଆସିଥାଏ । କିନ୍ତୁ ପାହାଡିଆ ଅଙ୍କା ବଙ୍କା ସଡକରେ ଚାଲିବା କିଛି ଭୟାନକ ହୋଇଥାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି ଏକ ସଡକ ବିଷୟରେ କହିବାକୁ ଯାଉଛୁ […]
ଆମ ଏଇ ପୃଥିବୀରେ ଏପରି ବହୁ ସ୍ଥାନ ରହିଛି ଯାହା ବିଷୟରେ ଆମକୁ କିଛି ଜଣାନାହିଁ । ଏହିପରି ସ୍ଥାନକୁ ବୁଲି ଯାଇ ଭିନ୍ନ ଅନୁଭବ ଲାଭ କରିବାକୁ ଅନେକଙ୍କର ଇଚ୍ଛା ଥାଏ । ବହୁ ଲୋକଙ୍କୁ ଦୀର୍ଘ ସଡକ ଯାତ୍ରା ଅଧିକ ପସନ୍ଦ ଆସିଥାଏ । କିନ୍ତୁ ପାହାଡିଆ ଅଙ୍କା ବଙ୍କା ସଡକରେ ଚାଲିବା କିଛି ଭୟାନକ ହୋଇଥାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି ଏକ ସଡକ ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟକ୍ତିର ମସ୍ତିଷ୍କକୁ ଘୁରାଇ ଦେଇଥାଏ ।

ସୋସିଆଲ୍ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଏକ ଲହରାୟିତ ସଡକ ନଜରକୁ ଆସୁଛି । ଏହା ଦେଖିବାକୁ ଏତେ ଭୟଙ୍କର ଲାଗୁଛି ଯେ, ଏହା ଉପରେ ଚାଲିବା କଥା ଚିନ୍ତା କଲେ ମୁଣ୍ଡ ଘୁରାଇ ଯାଉଛି । ଆର୍ଜେଣ୍ଟିନାରେ ରହିଛି ଏହି ଲହରାୟିତ ସଡକ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୮୧୬ରେ ଆର୍ଜେଣ୍ଟିନା ସ୍ପେନ୍ ଠାରୁ ସ୍ୱାଧୀନ ହୋଇଥିଲା । ଏହା ପରଠାରୁ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶର ପାହାଚ ଚଢିବାରେ ଲାଗିଛି । ଏହି ଦେଶର ଏକ ହାଇେୱ ଏଠିକାର ଆଡଭାନ୍ସଡ୍ ଇଂଜିନିୟରିଂ ବିଷୟରେ ସୂଚନା ଦେଉଛି ।

ଚିଲି ଓ ଆର୍ଜେଣ୍ଟିନାକୁ ଯୋଡୁଥିବା ଏହି ହାଇେୱ ଲାସ୍ କାରାକୋଲ୍ସ ନାମରେ ପରିଚିତ ଓ ଏହା ବିଶ୍ୱର ସବୁଠାରୁ ଭୟାନକ ସଡକ । ସାମାନ୍ୟ ଅସାବଧନତା କାରଣରୁ ଏଠାରେ ବଡ ଧରଣର ଦୁର୍ଘଟଣାର ଆଶଙ୍କା ବଢିଯାଏ । ପାହାଡ ମଧ୍ୟ ଦେଇ ଯାଇଥିବା ଏହି ଧୂଆଁଳିଆ ରାସ୍ତାକୁ ହେୟାର ପିନ୍ ବ୍ୟାଣ୍ଡସ୍ ହାଇେୱ ମଧ୍ୟ କୁହାଯାଏ । ୧୦ ହଜାର ୪୧୯ ଫୁଟ ଉଚ୍ଚତାରେ ନିର୍ମିତ ଏହି ସଡକ ବରଫପାତ କାରଣରୁ ବର୍ଷରେ ପ୍ରାୟ ୬ ମାସ ବନ୍ଦ ରହିଥାଏ । ୨୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ସଡକ ମଝିରେ କେଉଁଠାରେ ତାର ବାଡ ବି ଲଗାଯାଇନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଧୂଆଁଳିିଆ ସଡକରେ ଦୈନିକ ଶହ ଶହ ଗାଡି ଯାତାୟାତ କରିଥାଏ ।




