ଖୁସିରେ ୨ ଲକ୍ଷ ଟଙ୍କାର ଟିପ୍‌ ଦେଇ ଅଡ଼ୁଆରେ ପଡ଼ିଲେ ଗ୍ରାହକ

ଆମେ ଯେତେବେଳେ କୌଣସି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥାଉ ସେତେବେଳେ ଖାଦ୍ୟ ପରଷୁଥିବା ଲୋକର ସେବା ଉପରେ ସନ୍ତୁଷ୍ଟ ହୋଇ କିଛି ଅଧିକ ପଇସା ଟିପ୍‌ ଭାବରେ ଦେଇଥାଉ । ଏହାଦ୍ୱାରା ସେବା ଯୋଗାଉଥିବା ବ୍ୟକ୍ତିକୁ ପ୍ରୋତ୍ସାହନ ମିଳିଥାଏ । ତେବେ ଆମେରିକାରେ ଜଣେ ଗ୍ରାହକ ମହିଳା େୱଟରଙ୍କ ସେବାରେ ସନ୍ତୁଷ୍ଟ ହୋଇ ଯେତେବେଳେ ତାଙ୍କୁ ଲକ୍ଷେ ଟଙ୍କା ଟିପ୍‌ ଆକାରରେ ଦେଇଛନ୍ତି ସେତେବେଳେ ଏକ ସମସ୍ୟା ସୃଷ୍ଟି ହୋଇଛି । ଆମେରିକାର ସ୍କ୍ରାନଟନ୍‌ ସହରରେ ଅବସ୍ଥିତ ଏକ […]

Samaya Live Picture
Published On

ଆମେ ଯେତେବେଳେ କୌଣସି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥାଉ ସେତେବେଳେ ଖାଦ୍ୟ ପରଷୁଥିବା ଲୋକର ସେବା ଉପରେ ସନ୍ତୁଷ୍ଟ ହୋଇ କିଛି ଅଧିକ ପଇସା ଟିପ୍‌ ଭାବରେ ଦେଇଥାଉ । ଏହାଦ୍ୱାରା ସେବା ଯୋଗାଉଥିବା ବ୍ୟକ୍ତିକୁ ପ୍ରୋତ୍ସାହନ ମିଳିଥାଏ । ତେବେ ଆମେରିକାରେ ଜଣେ ଗ୍ରାହକ ମହିଳା େୱଟରଙ୍କ ସେବାରେ ସନ୍ତୁଷ୍ଟ ହୋଇ ଯେତେବେଳେ ତାଙ୍କୁ ଲକ୍ଷେ ଟଙ୍କା ଟିପ୍‌ ଆକାରରେ ଦେଇଛନ୍ତି ସେତେବେଳେ ଏକ ସମସ୍ୟା ସୃଷ୍ଟି ହୋଇଛି ।

ଖୁସିରେ ୨ ଲକ୍ଷ ଟଙ୍କାର ଟିପ୍‌ ଦେଇ ଅଡ଼ୁଆରେ ପଡ଼ିଲେ ଗ୍ରାହକ

ଆମେରିକାର ସ୍କ୍ରାନଟନ୍‌ ସହରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ େୱଟର ମାରିଆନା ଲାମ୍ବର୍ଟଙ୍କୁ ୨.୩ ଲକ୍ଷ ଟଙ୍କାର ଟିପ୍‌ ଦେଇଛନ୍ତି । ଏହାପରେ ରେଷ୍ଟୁରାଣ୍ଟ ଯେପରି ଆଟିଚ୍ୟୁଡ୍‌ ଦେଖାଇଛି ତାହା ଆପଣ ଚିନ୍ତା କରିପାରିବେ ନାହିଁ । ଏହି ଅଜବ ଘଟଣା ପେନସିଲ୍‌ଭାନିଆର ସ୍କ୍ରେଟନ ସହରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟର । ଏଠାରେ ଜଣେ େୱଟରକୁ ବିଲ୍‌ ଠାରୁ ବହୁ ଗୁଣ ଅଧିକ ପଇସା ଟିପ୍‌ ଆକାରରେ ମିଳିଛି । ଗ୍ରାହକଙ୍କ ମିଲ୍‌ର ଦାମ୍‌ ମାତ୍ର ୧୩୦୦ ଟଙ୍କା ହୋଇଥିବା ବେଳେ ଗ୍ରାହକ ଟିପ୍‌ ଦେଇଛନ୍ତି ୨.୩ ଲକ୍ଷ ଟଙ୍କା । ସେ ଏହାକୁ ନେଇ ଖୁସି ହୋଇଯାଇଥିବା ବେଳେ ଅନ୍ୟ ଷ୍ଟାଫମାନେ ଏହା ଦେଖି ଈର୍ଷାନ୍ୱିତ ହୋଇଥିଲେ ।

ଏହାପରେ ଗ୍ରାହକ ଓ ମ୍ୟାନେଜମେଣ୍ଟ ମଧ୍ୟରେ ଝଗଡା ହୋଇଥିଲା । ମ୍ୟାନେଜମେଣ୍ଟ ଏତେ ବଡ ରକମର ଟିପ୍‌କୁ ସନ୍ଦେହାସ୍ପଦ କହୁଥିବା ବେଳେ ଗ୍ରାହକ ଉତ୍ତର ରଖିଛନ୍ତି ଏହା ଟିପସ୍‌ ଫର୍‌ ଜିସସ୍‌ ଙ୍କ ନାମରେ ସୋସିଆଲ ମିଡିଆ ମୁଭମେଣ୍ଟର ଏକ ଅଂଶ । କିନ୍ତୁ ମ୍ୟାନେଜମେଣ୍ଟ ଏହା ମାନିବାକୁ ପ୍ରସ୍ତୁତ ନୁହେଁ । ଅନ୍ୟପକ୍ଷରେ ତାଙ୍କ କର୍ମଚାରୀଙ୍କୁ ଉସୁକା ଯାଉଥିବା ଅଭିଯୋଗ କରି ମ୍ୟାନେଜମେଣ୍ଟ ଗ୍ରାହକଙ୍କ ଉପରେ କେସ୍‌ କରିଛି ।