ଥାଇଲାଣ୍ଡରେ ଗଞ୍ଜେଇ ଚାଷ ବୈଧ
ଥାଇଲାଣ୍ଡରେ ଗଞ୍ଜେଇକୁ ବୈଧ କରାଯାଇଛି । ଏହାର ଅର୍ଥ ଥାଇଲାଣ୍ଡରେ ଲୋକମାନେ ଏହାକୁ ଚାଷ କରିପାରିବେ । ଏହାର ବିକ୍ରି ମଧ୍ୟ ବର୍ତ୍ତମାନ ସହଜରେ ହୋଇପାରିବ । ଲୋକମାନେ ବିନା କୌଣସି ପ୍ରତିବନ୍ଧକରେ ଗଞ୍ଜେଇ ବ୍ୟବହାର କରିବାରେ ସମର୍ଥ । ତେବେ ଏପରି କରିବାରେ ଥାଇଲାଣ୍ଡ ଏସିଆ ମହାଦେଶର ପ୍ରଥମ ଦେଶ ପାଲଟିଛି । ଦେଶର ଫୁଡ୍ ଆଣ୍ଡ୍ ଡ୍ରଗ୍ ଏଡମିନିଷ୍ଟ୍ରେଶନ ଗଞ୍ଜେଇ ଗଛକୁ ନିଶାଯୁକ୍ତ ଔଷଧ ଶ୍ରେଣୀରୁ ବାଦ୍ ଦେଇଛି, ଯାହାଦ୍ୱାରା ଗଞ୍ଜେଇ ଚାଷ ଏବଂ […]
ଥାଇଲାଣ୍ଡରେ ଗଞ୍ଜେଇକୁ ବୈଧ କରାଯାଇଛି । ଏହାର ଅର୍ଥ ଥାଇଲାଣ୍ଡରେ ଲୋକମାନେ ଏହାକୁ ଚାଷ କରିପାରିବେ । ଏହାର ବିକ୍ରି ମଧ୍ୟ ବର୍ତ୍ତମାନ ସହଜରେ ହୋଇପାରିବ । ଲୋକମାନେ ବିନା କୌଣସି ପ୍ରତିବନ୍ଧକରେ ଗଞ୍ଜେଇ ବ୍ୟବହାର କରିବାରେ ସମର୍ଥ ।

ତେବେ ଏପରି କରିବାରେ ଥାଇଲାଣ୍ଡ ଏସିଆ ମହାଦେଶର ପ୍ରଥମ ଦେଶ ପାଲଟିଛି । ଦେଶର ଫୁଡ୍ ଆଣ୍ଡ୍ ଡ୍ରଗ୍ ଏଡମିନିଷ୍ଟ୍ରେଶନ ଗଞ୍ଜେଇ ଗଛକୁ ନିଶାଯୁକ୍ତ ଔଷଧ ଶ୍ରେଣୀରୁ ବାଦ୍ ଦେଇଛି, ଯାହାଦ୍ୱାରା ଗଞ୍ଜେଇ ଚାଷ ଏବଂ ଖାଦ୍ୟ ସାମଗ୍ରୀରେ ଏହାର ବ୍ୟବହାର କରାଯାଇପାରିବ । ତେବେ ଧୂମପାନରେ ଗଞ୍ଜେଇ ଏବେ ବି ନିଷିଦ୍ଧ ରହିଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଗଞ୍ଜେଇ ଯୋଜନା ଅଧୀନରେ ଲୋକଙ୍କୁ ୧୦ଲକ୍ଷ ଚାରା ବାଣ୍ଟିଛନ୍ତି । ଅର୍ଥାତ୍ ଲୋକମାନେ ଏହାକୁ ନିଜ ଘରେ ଲଗାଇପାରିବେ । ଅନୁମତି ମିଳିବା ପରେ ଘରୋଇ କମ୍ପାନୀ ମଧ୍ୟ ଗଞ୍ଜେଇ ଚାଷ କରିପାରିବେ । ହେଲେ ଏହା ବୈଧ ହେବା ସତ୍ତେ୍ୱ ଲୋକମାନେ ଏହାକୁ ସର୍ବସାଧାରଣରେ ବ୍ୟବହାର କରିପାରିବେ ନାହିଁ ।

ଏପରି କଲେ ୬୦ ହଜାର ଟଙ୍କା ଜୋରିମନା ଏବଂ ୩ମାସର ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କରୋନା ମହାମାରୀ ପରେ ଦେଶର ଅର୍ଥନୀତିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଥାଇଲାଣ୍ଡ ଏପରି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଗଞ୍ଜେଇ ମିଶ୍ରିତ ପାନୀୟ ଏବଂ ଖାଦ୍ୟ ରେଷ୍ଟୁରାଣ୍ଟରେ ମିଳିପାରିବ । ଏଥିସହ ଥାଇଲାଣ୍ଡବାସୀ ଘରେ ବସି ଏହାର ସେବନ କରିପାରିବେ, କିନ୍ତୁ ଏଥିପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ପ୍ରମାଣ କରିବାକୁ ହେବ ଯେ ଏହାର ବ୍ୟବହାର କେବଳ ଚିକିତ୍ସା ଉଦ୍ଦେଶ୍ୟରେ କରାଯାଉଛି । ଥାଇଲାଣ୍ଡ ପୂର୍ବରୁ ୨୦୧୨ରେ ଉରୁଗୁେୱ ବିଶ୍ୱର ପ୍ରଥମ ଦେଶ ଭାବେ ଗଞ୍ଜେଇର ପ୍ରୟୋଗକୁ ବୈଧ କରିଥିଲା । ଗତ ବର୍ଷ ମେକ୍ସିକୋ ଏବଂ ୨୦୨୦ରେ କାନାଡାରେ ମଧ୍ୟ ଗଞ୍ଜେଇ ଚାଷକୁ ଆଇନଭୁକ୍ତ କରାଯାଇଥିଲା ।




