ମାଳଦ୍ଵୀପରେ ଭୟଙ୍କର ଅଗ୍ନିକାଣ୍ଡ,୯ ଭାରତୀୟ ଙ୍କ ସମେତ ୧୦ ମୃତ

ମାଲେ : ମାଳଦ୍ଵୀପ ରାଜଧାନୀ ମାଲେ ରୁ ଆସିଛି ଏକ ଦୁଖଦଃ ଖବର I ମାଲେ ରେ ଆଜି ଅର୍ଥାତ ଗୁରୁବାର ଦିନ ବିଦେଶୀ ଶ୍ରମିକଙ୍କ ପାଇଁ ନିର୍ମିତ ଆବାସରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ସମ୍ବାଦ ସରବରାହ ସଂସ୍ଥା‘ଏଏଫ୍‌ପି’ ରିପୋର୍ଟ ଅନୁସାରେ ଅଗ୍ନିକାଣ୍ଡରେ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି I ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରେ ୯ ଜଣ ଭାରତୀୟ ଶ୍ରମିକ ଥିବା ଜଣାପଡିଛି I […]

Samaya Live Picture
Published On

ମାଲେ : ମାଳଦ୍ଵୀପ ରାଜଧାନୀ ମାଲେ ରୁ ଆସିଛି ଏକ ଦୁଖଦଃ ଖବର I ମାଲେ ରେ ଆଜି ଅର୍ଥାତ ଗୁରୁବାର ଦିନ ବିଦେଶୀ ଶ୍ରମିକଙ୍କ ପାଇଁ ନିର୍ମିତ ଆବାସରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ସମ୍ବାଦ ସରବରାହ ସଂସ୍ଥା‘ଏଏଫ୍‌ପି’ ରିପୋର୍ଟ ଅନୁସାରେ ଅଗ୍ନିକାଣ୍ଡରେ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି I ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରେ ୯ ଜଣ ଭାରତୀୟ ଶ୍ରମିକ ଥିବା ଜଣାପଡିଛି I

ସ୍ଥାନୀୟ ଅଗ୍ନିଶମ ବାହିନୀର ସୂଚନାନୁସାରେ ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା କୋଠାର ଉପର ମହଲାରୁ ୧୦ ଟି ମୃତଦେହ ଉଦ୍ଧାର କରାଯାଇଥିଲା । ନିଆଁ ଲିଭାଇବା ପାଇଁ ପ୍ରାୟ ୪ ଘଣ୍ଟା ଲାଗିଯାଇଥିଲା । କୁହାଯାଇଥିଲା ଯେ ଏହି କୋଠାର ତଳ ମହଲାରେ ଏକ ଗ୍ୟାରେଜ ଅଛି ଏବଂ ଏଥିରେ ନିଆଁ ଲାଗିବା ପରେ ପୂରା କୋଠାଟିରେ ନିଆଁ ବ୍ୟାପି ଯାଇଥିଲା I ସେହି ସମୟରେ ଶ୍ରମିକମାନେ ନିଜ ଅବାସସ୍ଥଳୀରେ ବିଶ୍ରାମ ନେଉଥିଲେ I ତେଣୁ ହଠାତ ଅଗ୍ନିକାଣ୍ଡ ସ୍ଥାରୁ ବାହାରି ନପାରି ଚିତ୍କାର କରିଥିଲେ I ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ଲାଗିବା ସ୍ଥଳରୁ ଅଗ୍ନିପିଣ୍ଡୁଳା ସବୁ ଉପରକୁ ଉଠୁଥିବାର କୁହାଯାଉଛି I ୧୦ ଜଣ ମୃତକଙ୍କ ମଧ୍ୟରେ ଜଣେ ବାଂଲାଦେଶୀ ଶ୍ରମିକ ଥିଲେ I

ସୂଚନା ଅନୁସାରେ, ମାଳଦ୍ଵୀପରେ ବିଦେଶୀ ଶ୍ରମିକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ I ମାଲେର ୨୫୦,୦୦୦ ଜନସଂଖ୍ୟାର ଅର୍ଦ୍ଧେକ ବିଦେଶୀ ଶ୍ରମଜୀବୀ। ଶ୍ରମଜୀବୀମାନେ ମୁଖ୍ୟତଃ ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାରୁ ‌ଯାଇଛନ୍ତି।

ମାଳଦ୍ୱୀପରେ ଭାରତୀୟ ଦୂତାବାସ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି। ଏଥିସହ ଦୂତାବାସର ଅଧିକାରୀମାନେ ମାଳଦ୍ୱୀପ ସରକାରଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଭାରତୀୟ ଅଧିକାରୀଙ୍କ ସହଯୋଗାଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଛି।