ତାରା ଏୟାର ବିମାନ ଦୁର୍ଘଟଣାରେ ମିଳିଲା ବ୍ଲାକ୍ ବକ୍ସ
ପୋଖରା: ମଇ ୩୧: ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି । ଏହାର ତର୍ଜମା କରାଯିବ । ଏହାପରେ ଜଣାପଡ଼ିବ କେଉଁ ପରିସ୍ଥିତିରେ ବିମାନର ଦୁର୍ଘଟଣା ଘଟିଲା । ରବିବାର ଦିନ ସକାଳ ୯ଟା ୫୫ରେ ତାରା ଏୟାରର ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜୋମ୍ସୋମ୍ ଯାଉଥିଲା । ଉଡ଼ାଣର ୧୫ ମିନିଟ ପରେ […]
ପୋଖରା: ମଇ ୩୧: ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି । ଏହାର ତର୍ଜମା କରାଯିବ । ଏହାପରେ ଜଣାପଡ଼ିବ କେଉଁ ପରିସ୍ଥିତିରେ ବିମାନର ଦୁର୍ଘଟଣା ଘଟିଲା । ରବିବାର ଦିନ ସକାଳ ୯ଟା ୫୫ରେ ତାରା ଏୟାରର ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜୋମ୍ସୋମ୍ ଯାଉଥିଲା । ଉଡ଼ାଣର ୧୫ ମିନିଟ ପରେ ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ପାଖ ନଦୀ କୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବିମାନଟି । ଏଥିରେ ୪ ଜଣ ଭାରତୀୟ, ୨ ଜଣ ଜର୍ମାନୀ ନାଗିରକ ଥିଲେ । ବାକି ସମସ୍ତେ ନେପାଳର ନାଗରିକ ଥିଲେ । ନେପାଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ରବିବାର ଅପରାହ@ରେ ବିମାନର ଧ୍ୱଂସାବଶେଷ ମିଳିଥିଲା । ତେବେ ଖରାପ ପାଗ ଯୋଗୁଁ ସର୍ଚ୍ଚ ଅପରେସନ ଅଧାରୁ ବନ୍ଦ ରହିଥିଲା । ଗତକାଲି ସକାଳେ ପୁଣି ଅପରେସନ ଆରମ୍ଭ ହୋଇଥିଲା । ନେପାଳ ସେନା ଓ ପୋଲିସ ମିଳିତ ଭାବେ ବିମାନର ଦୁର୍ଘଟଣାସ୍ଥଳ ଠାବ କରିଥିଲେ ଏବଂ ପରେ ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି ।




