ଚୀନ ବିରୋଧରେ ତାଇୱାନ ସମରାଭ୍ୟାସ
ତାଇପେଇ: ଚୀନର ସମରାଭ୍ୟାସ ଶେଷ ହେବା ପରେ ତାଇୱାନ ମଧ୍ୟ ନିଜର ଦମ୍ ଦେଖାଇବା ଆରମ୍ଭ କରିଛି । ତାଇୱାନ ସାମରିକ ବାହିନୀ ପକ୍ଷରୁ ଆଜି ଲାଇଭ୍ ଫାୟାର ଡ୍ରିଲ ଆରମ୍ଭ କରାଯାଇଛି । ଲାଇଭ୍ ଫାୟାର ଡ୍ରିଲର ଅର୍ଥ ହେଉଛି ଯେଉଁ ସମରାଭ୍ୟାସରେ କାଳ୍ପନିକ ଟାର୍ଗେଟ୍ ଉପରେ ସତସତିକା ବୋମାବର୍ଷଣ କରାଯାଇଥାଏ । ଏହି ସମରାଭ୍ୟାସ ଅଧିନରେ ତାଇୱାନର ଲଢୁଆ ବିମାନ ଉଡ଼ିବା ସହ ହାୱିତଜର ତୋପରୁ ଗୋଳା ବର୍ଷଣ କରାଯାଇଛି । ପିଙ୍ଗଟନ୍ ଅଞ୍ଚଳରେ […]
ତାଇପେଇ: ଚୀନର ସମରାଭ୍ୟାସ ଶେଷ ହେବା ପରେ ତାଇୱାନ ମଧ୍ୟ ନିଜର ଦମ୍ ଦେଖାଇବା ଆରମ୍ଭ କରିଛି । ତାଇୱାନ ସାମରିକ ବାହିନୀ ପକ୍ଷରୁ ଆଜି ଲାଇଭ୍ ଫାୟାର ଡ୍ରିଲ ଆରମ୍ଭ କରାଯାଇଛି । ଲାଇଭ୍ ଫାୟାର ଡ୍ରିଲର ଅର୍ଥ ହେଉଛି ଯେଉଁ ସମରାଭ୍ୟାସରେ କାଳ୍ପନିକ ଟାର୍ଗେଟ୍ ଉପରେ ସତସତିକା ବୋମାବର୍ଷଣ କରାଯାଇଥାଏ ।

ଏହି ସମରାଭ୍ୟାସ ଅଧିନରେ ତାଇୱାନର ଲଢୁଆ ବିମାନ ଉଡ଼ିବା ସହ ହାୱିତଜର ତୋପରୁ ଗୋଳା ବର୍ଷଣ କରାଯାଇଛି । ପିଙ୍ଗଟନ୍ ଅଞ୍ଚଳରେ ଏହି ସମରାଭ୍ୟାସ କରାଯାଇଛି । ଏହି ସମରାଭ୍ୟାସ ମାଧ୍ୟମରେ ସମ୍ଭାବ୍ୟ ଚୀନ ଆକ୍ରମଣରୁ କିପରି ତାଇୱାନକୁ ସୁରକ୍ଷା ଦିଆଯିବ, ସେ ନେଇ ପ୍ରସ୍ତୁତି କରାଯାଇଛି ।

ଗତ କାଲି ଚୀନ ପକ୍ଷରୁ ପ୍ରକାଶିତ ଏକ ଶେ୍ୱତପତ୍ରରେ କୁହାଯାଇଥିଲା ଯେ, ଚୀନ ସହିତ ତାଇୱାନର ଏକୀକରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ସାକାର କରିବା ଉପରେ ଚୀନ ସରକାର ଗୁରୁତ୍ୱ ଦେଉଛନ୍ତି । ମାତ୍ର କେତେକ ବାହ୍ୟ ଶତ୍ରୁ ତାଇୱାନକୁ ଚୀନ ବିରୋଧରେ ଉସୁକାଉଛନ୍ତି ।

ସେମାନଙ୍କୁ ବଳ ପ୍ରୟୋଗ କରି ଜବାବ ଦିଆଯିବ । ଏହାର ଜବାବରେ ତାଇୱାନର ମେନଲାଣ୍ଡସ ଆଫାୟାର୍ସ କାଉନସିଲ (ଚୀନ ଉପରେ ତାଇୱାନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ପରିଷଦ) ପକ୍ଷରୁ କୁହାଯାଇଛି ଯେ, ଉଭୟ ଚୀନ ଓ ତାଇୱାନ କେହି କାହାର ଅନ୍ତର୍ଗତ ନୁହନ୍ତି । ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥାକୁ ମଧ୍ୟ ତାଇୱାନର ଏହି ପରିଷଦ ପ୍ରତ୍ୟାଖ୍ୟାନ କରିଦେଇଛି ।




