‘ସୀମା ଲଂଘିଲେ ଆକ୍ରମଣ କରିବୁ’:ତାଇୱାନର ଧମକ

ତାଇପେଇ: ତାଇୱାନ ଚୀନ୍‌କୁ ଚେତାବନୀ ଦେଇଛି ଯେ, କୌଣସି ଯୁଦ୍ଧବିମାନ ବା ଜାହାଜ ଯଦି ତାଇୱାନର ବାୟୁ ବା ଜଳ ସୀମାର ୧୨ ନଟିକାଲ ମାଇଲ ଭିତରକୁ ପଶିଆସେ, ତେବେ ତା’ ଉପରେ ଆକ୍ରମଣ କରାଯିବ । ତାଇୱାନର ମେଜର ଜେନେରାଲ ଲିନ େୱନ-ହୁଆଙ୍ଗ କହିଛନ୍ତି ଯେ, ସେମାନେ ଆତ୍ମରକ୍ଷାର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ପ୍ରତିଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ସାଇ ଇଙ୍ଗ-େୱନ ଅଭିଯୋଗ କରିଥିଲେ ଯେ, ଚୀନ୍‌ ତା’ର […]

Samaya Live Picture
Published On

ତାଇପେଇ: ତାଇୱାନ ଚୀନ୍‌କୁ ଚେତାବନୀ ଦେଇଛି ଯେ, କୌଣସି ଯୁଦ୍ଧବିମାନ ବା ଜାହାଜ ଯଦି ତାଇୱାନର ବାୟୁ ବା ଜଳ ସୀମାର ୧୨ ନଟିକାଲ ମାଇଲ ଭିତରକୁ ପଶିଆସେ, ତେବେ ତା’ ଉପରେ ଆକ୍ରମଣ କରାଯିବ । ତାଇୱାନର ମେଜର ଜେନେରାଲ ଲିନ େୱନ-ହୁଆଙ୍ଗ କହିଛନ୍ତି ଯେ, ସେମାନେ ଆତ୍ମରକ୍ଷାର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ପ୍ରତିଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ।

 ‘ସୀମା ଲଂଘିଲେ ଆକ୍ରମଣ କରିବୁ’:ତାଇୱାନର ଧମକ

ଏହା ପୂର୍ବରୁ ରାଷ୍ଟ୍ରପତି ସାଇ ଇଙ୍ଗ-େୱନ ଅଭିଯୋଗ କରିଥିଲେ ଯେ, ଚୀନ୍‌ ତା’ର ସାମରିକ ଧମକାଣ ଅବ୍ୟାହତ ରଖିବା ପାଇଁ ତାଇୱାନ ବାୟୁସୀମା ଭିତରକୁ ଡ୍ରୋନ୍‌ ପଠାଇ ‘ଗ୍ରେ ଜୋନ୍‌’ କୌଶଳ ଅବଲମ୍ବନ କରୁଛି । ତେବେ ସାଇ ଏପରି ଚେତାବନୀ ଦେବା ପୂର୍ବରୁ ନିଜ ସେନାକୁ ଆଦେଶ ଦେଇଛନ୍ତି ଯେ, ଯଦି ଚୀନରେ କୌଣସି ବିମାନ, ଡ୍ରୋନ୍‌ ବା ଜାହାଜ ତାଇୱାନର ସୀମା ଭିତରକୁ ଆସେ ତେବେ ସେମାନେ ତା’ ଉପରକୁ ଆକ୍ରମଣ କରିବେ ।

 ‘ସୀମା ଲଂଘିଲେ ଆକ୍ରମଣ କରିବୁ’:ତାଇୱାନର ଧମକ

 

ଗତକାଲି ତାଇୱାନ ନିଜ ସୀମା ଭିତରକୁ ଆସିଥିବା ଏକ ଚୀନା ଡ୍ରୋନ୍‌ ଉପରକୁ ଚେତାବନୀ-ସୂଚକ ଗୁଳିଚାଳନା କରିଛି । ଏହା ପରେ ଚାଇନିଜ୍‌ ଡ୍ରୋନଫି ଚୀନ୍‌ ଅଭିମୁଖେ ଫେରିଯାଇଥିଲା । ପ୍ରତିଆକ୍ରମଣ କରିବା ପାଇଁ ତାଇୱାନର ସାହସ ଦେଖି ଚୀନ୍‌ ଏବେ ଚିନ୍ତିତ ହୋଇପଡ଼ିଛି । ତାଇୱାନ ସମରାଭ୍ୟାସ ମାଧ୍ୟମରେ ତା’ର ସାମରିକ ଧମକାଣ ନୀତି ଆଉ କାମ କରି ନପାରେ ବୋଲି ଏହା ଆଶଙ୍କା କରୁଛି ।

 ‘ସୀମା ଲଂଘିଲେ ଆକ୍ରମଣ କରିବୁ’:ତାଇୱାନର ଧମକ

ନିଜ ବାୟୁସୀମାରେ ଅନୁପ୍ରବେଶ କରିଥିବା ଚୀନର ଏକ ଗୁପ୍ତଚର ଡ୍ରୋନକୁ ଗୁଳି କରି ଖସାଇଦେଇଛି ତାଇୱାନ ସେନା । ପୂର୍ବରୁ ଏଥିପାଇଁ ତାଇୱାନ ବାରମ୍ବାର ଚେତାବନୀ ଦେଇଥିଲେ ବି ଚୀନର ଡ୍ରୋନ ଗୁଡ଼ିକ ଅନୁପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋ ଉତ୍ତୋଳନ କରୁଥିଲେ । ଗୁରୁବାର ତାଇୱାନ ସମୟ ଦିନ ୧୨ଟା ( ଭାରତୀୟ ସମୟ ସାଳ ସାଢେ ୯ଟା) ସମୟରେ କିନମେନ ଦ୍ୱୀପ ନିକଟରେ ଅନୁପ୍ରବେଶ କରିଥିବା ଏହି ଡ୍ରୋନକୁ ତାଇୱାନ ସେନାର କିନମେନ ଡିଫେନ୍ସ କମାଣ୍ଡ ପକ୍ଷରୁ ଗୁଳିକରି ଖସାଇଦିଆଯାଇଛି । ତାଇୱାନ ସେନା ପକ୍ଷରୁ ପ୍ରଥମେ ଚେତାବନୀ ଦିଆଯିବା ପରେ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା ।

 ‘ସୀମା ଲଂଘିଲେ ଆକ୍ରମଣ କରିବୁ’:ତାଇୱାନର ଧମକ

ଗତ ତିନିଦିନ ହେଲା ତାଇୱାନ ସେନା ପକ୍ଷରୁ ଚୀନ ଡ୍ରୋନକୁ ଲକ୍ଷ୍ୟ କରି ଗୁଳି କରାଯାଉଛି । ବୁଧବାରଦିନ ଚୀନର ୩ଟି ଡ୍ରୋନ ଉପରକୁ ତାଇୱାନ ସେନା ଗୁଳି ଚଳାଇଥିଲା, ତେବେ ସେଗୁଡ଼ିକ ଫେରିଯାଇଥିଲେ । ଏହି ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବାବେଳେ ଚୀନର ଗୁପ୍ତଚର ଡ୍ରୋନ ଗୁଡ଼ିକ ନିୟମିତଭାବେ ତାଇୱାନ ଉପରେ ଉଡ଼ୁଥିବାରୁ ତାଇୱାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି ।

 ‘ସୀମା ଲଂଘିଲେ ଆକ୍ରମଣ କରିବୁ’:ତାଇୱାନର ଧମକ

ବିଶେଷକରି ଚୀନର ଡ୍ରୋନଗୁଡ଼ିକ ତାଇୱାନର ସାମରିକ ପ୍ରତିଷ୍ଠାନ ଓ ସେନାଛାଉଣୀ ଉପରେ ଉଡ଼ି ଫଟୋ ଉଠାଉଥିବାରୁ ତାଇୱାନର ସୁରକ୍ଷା ପ୍ରତି ବିପଦ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଡ୍ରୋନଗୁଡ଼ିକୁ ଦେଖିବା ମାତ୍ରେ ଗୁଳିକରି ଖସେଇଦେବାକୁ ତାଇୱାନ ସେନା ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲା ।