ସୟଦ ଆମିର ମୁନିର ହେବେ ପାକିସ୍ଥାନର ନୂତନ ସେନାମୁଖ୍ୟ

ଇସଲାମାଵାଦ : ବଦଳିବେ ପାକିସ୍ଥାନର ସେନା ମୁଖ୍ୟ I ପାକିସ୍ତାନର ସେନାର ମୁଖ୍ୟଭାବେ ସୟଦ ଆମିର ମୁନିର ଙ୍କୁ ନିଯୁକ୍ତି ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସାରିଫ । ମୁନିର ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ ୱାଜୱାଙ୍କ ସ୍ଥାନ ନେଇଛନ୍ତି । ଏହା ବ୍ୟତୀତ ଲେଫ୍ଟନାଣ୍ଟ ଜେନେରାଲ ସାହିର ଶ୍ୟାମଶଦ ମିର୍ଜାଙ୍କୁ ଯୁଗ୍ମ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ପାକିସ୍ତାନ ସୂଚନା ମନ୍ତ୍ରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି I ୬୧ ବର୍ଷିୟ ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ […]

Samaya Live Picture
Published On

ଇସଲାମାଵାଦ : ବଦଳିବେ ପାକିସ୍ଥାନର ସେନା ମୁଖ୍ୟ I ପାକିସ୍ତାନର ସେନାର ମୁଖ୍ୟଭାବେ ସୟଦ ଆମିର ମୁନିର ଙ୍କୁ ନିଯୁକ୍ତି ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସାରିଫ । ମୁନିର ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ ୱାଜୱାଙ୍କ ସ୍ଥାନ ନେଇଛନ୍ତି । ଏହା ବ୍ୟତୀତ ଲେଫ୍ଟନାଣ୍ଟ ଜେନେରାଲ ସାହିର ଶ୍ୟାମଶଦ ମିର୍ଜାଙ୍କୁ ଯୁଗ୍ମ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ପାକିସ୍ତାନ ସୂଚନା ମନ୍ତ୍ରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି I

୬୧ ବର୍ଷିୟ ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ ବାଜ୍‌ୱା ନିଜର ୬ ବର୍ଷର କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯ ତାରିଖରେ ଅବସର ଗ୍ରହଣ କରିବେ I ଏହାପରେ ବିଦାୟୀ ସେନାମୁଖ୍ୟ ଙ୍କଠାରୁ ନୂତନ‌ ସେନାମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ ମୁନୀର ।

ସେହିପରି, ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ସାହିର୍‌ ଶମ୍‌ଶାଦ୍‌ ମିର୍ଜାଙ୍କୁ ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷରୂପେ ଚୟନ କରାଯାଇଛି। ଉଭୟ ଅଧିକାରୀଙ୍କୁ ‘ଫୋର୍‌-ଷ୍ଟାର୍‌’ ଜେନେରାଲ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ କରାଯାଇଛି।

ଆଜି ସକାଳେ ସୂଚନା ମନ୍ତ୍ରୀ ମାରିୟୁମ୍‌ ଔରଙ୍ଗ୍‌ଜେବ୍‌ ପରବର୍ତ୍ତୀ ସେନାମୁଖ୍ୟଙ୍କ କଥା ଘୋଷଣା କରିଥିଲେ। ସେ ଲେଖିଛନ୍ତି, ନିଯୁକ୍ତି ସମ୍ବନ୍ଧୀୟ ସାରାଂଶ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି। ନିଯୁକ୍ତି ପରେ ପରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ରାଷ୍ଟ୍ରପତି ଆରିଫ୍‌ ଆଲ୍‌ୱିଙ୍କ ନିକଟକୁ ପରାମର୍ଶ ପଠାଇ ଦିଆଯାଇଛି। ନିଯୁକ୍ତି କରାଯିବା ବେଳେ ଆଇନ ଓ ସମ୍ବିଧାନ ଅନୁଯାୟୀ ସବୁ କିଛି ନିର୍ଦ୍ଧାରଣ କରାଯାଇଛି। ରାଷ୍ଟ୍ରପତି ଉପରୋକ୍ତ ନିଯୁକ୍ତିକୁ ବିବାଦୀୟ ବୋଲି ନ କହି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଲୋ‌ଡ଼ିବେ‌ ବୋଲି ସେ ଆଶା କରିଛନ୍ତି।

Tags: