୭ଦିନିଆ ଭବ୍ୟ ଉତ୍ସବରେ ବାହାହେଲେ ବ୍ରୁନେଇ ସୁଲ୍ତାନ୍ଙ୍କ ଝିଅ
ବ୍ରୁନେଇ ଦେଶର ରାଜକୁମାରୀ ନିକଟରେ ୭ ଦିନ ଧରି ମହାଆଡ଼ମ୍ବରରେ ବିବାହା କରିଛନ୍ତି । ଏକ ସପ୍ତାହ ଧରି ଚାଲିଥିବା ସେହି ଭବ୍ୟ ବିବାହ ଏବେ ବିଶ୍ୱର ନାମୀଦାମୀ ବିବାହ ତାଲିକାରେ ସାମିଲ ହୋଇଛି । ବ୍ରୁନେଇର ସୁଲ୍ତାନ୍ଙ୍କ ଝିଅ ତଥା ରାଜକୁମାରୀ ଫାଦ୍ଜିଲ୍ଲା ଲୁବାବୁଲ୍ ଇରାକୀ ଏବଂ ସମ୍ପ୍ରତି କାନଡାରେ ବାସକରୁଥିବା ଅୱାଙ୍ଗ ଅବ୍ଦୁଲ୍ଲା ନବି ମହମୌଦ୍ଦିନ ଅଲ୍-ହାସମିଙ୍କୁ ବିବାହ କରିଛନ୍ତି । ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିବା ଉକ୍ତ ବାହାଘର ଧାର୍ମିକ ରୀତିନୀତି […]
ବ୍ରୁନେଇ ଦେଶର ରାଜକୁମାରୀ ନିକଟରେ ୭ ଦିନ ଧରି ମହାଆଡ଼ମ୍ବରରେ ବିବାହା କରିଛନ୍ତି । ଏକ ସପ୍ତାହ ଧରି ଚାଲିଥିବା ସେହି ଭବ୍ୟ ବିବାହ ଏବେ ବିଶ୍ୱର ନାମୀଦାମୀ ବିବାହ ତାଲିକାରେ ସାମିଲ ହୋଇଛି ।

ବ୍ରୁନେଇର ସୁଲ୍ତାନ୍ଙ୍କ ଝିଅ ତଥା ରାଜକୁମାରୀ ଫାଦ୍ଜିଲ୍ଲା ଲୁବାବୁଲ୍ ଇରାକୀ ଏବଂ ସମ୍ପ୍ରତି କାନଡାରେ ବାସକରୁଥିବା ଅୱାଙ୍ଗ ଅବ୍ଦୁଲ୍ଲା ନବି ମହମୌଦ୍ଦିନ ଅଲ୍-ହାସମିଙ୍କୁ ବିବାହ କରିଛନ୍ତି ।

ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିବା ଉକ୍ତ ବାହାଘର ଧାର୍ମିକ ରୀତିନୀତି ସହିତ ‘ଓମାର୍ ଅଲି ସେଫୁଦିନ୍ ମସ୍ଜିଦ’ରେ ୧୭ଟି ତୋପ ସଲାମୀ ହୋଇଥିଲା ।
ସୂଚନା ଅନୁସାରେ, ସୁଲ୍ତାନ୍ଙ୍କ ସରକାରୀ ବାସଭବନ ‘ଇସ୍ତାନ୍ ନୁରୁଲ୍ ଇମାନ୍’ଠାରେ ଉକ୍ତ ବାହାଘର ଅନୁଷ୍ଠିତ ହୋଇଥିଲା ।

ଏହା ହେଉଛି ବିଶ୍ୱର ଅନ୍ୟତମ ବୃହତ ତଥା ଆକର୍ଷିତ ରାଜପ୍ରାସାଦ । ଯେଉଁଥିରେ ୧୭୦୦ କୋଠରୀ ଏବଂ ୫୦୦୦ ଲୋକ ଧରିବା ଭଳି ଭୋଜିସଭା ଗୃହଟିଏ ରହିଛି ।

ବିବାହଟି ଏତେ ଆକର୍ଷଣୀୟ ଏବଂ ବ୍ୟୟବହୁଳ ଥିଲା ଯେ, ଅତିଥିଙ୍କ ଆଖି ଖୋସି ହୋଇଯାଇଥିଲା ।
ଅନ୍ୟପକ୍ଷରେ ରାଜକୁମାରୀଙ୍କ ନୂଆ ସ୍ୱାମୀଅଲ୍-ହାସମଙ୍କ ସମ୍ପର୍କରେ ବିଶେଷ କିଛି ଖବର ମିଳିପାରିନାହିଁ ।

ରାଜପରିବାର ତାଙ୍କ ପରିଚୟ ଗୁପ୍ତ ରଖିଥିଲେ । ତେବେ ଆଞ୍ଚଳିକ ଗଣମାଧ୍ୟମ ଅଲ୍-ହାସମଙ୍କୁ ‘ହ୍ୟାଣ୍ଡସମ୍ ଫରେନର୍’ ବୋଲି ଲେଖିଛନ୍ତି ।
ସୂଚନା ଅନୁସାରେ, ବାହାଘରରେ ପିନ୍ଧିବା ପାଇଁ ରାଜକୁମାରୀ ତାଙ୍କର ସାବତ ମାଆ ତଥା ବ୍ରୁନେଇର ରାଣୀଙ୍କଠାରୁ ହୀରା ମୁକୁଟ ଏବଂ ମୋତି-ହୀରା ଗଳାହାର ସମେତ ବହୁ ମୂଲ୍ୟବାନ୍ ଅଳଙ୍କାର ଉଧାର ଆଣିଥିଲେ ।

ଏହି ମୁକୁଟରେ ବଡ଼ ମୋତି ଆକୃତିର ହୀରାଖଣ୍ଡମାନ ହୋଇଛି । ମାଲେସିଆର ଲୋକପ୍ରିୟ ଡିଜାଇନର୍ ବର୍ଣ୍ଣାଡ୍ ଚନ୍ଦ୍ରନତା ତାଙ୍କ ବାହଘର ପୋଷାକ ପ୍ରସ୍ତୁତ କରିଥିଲେ ।
ବ୍ରୁନେଇ ସୁଲତାନ ହେେଉଛନ୍ତି ବିଶ୍ୱର ଅନ୍ୟତମ ଧନଶାଳୀ ରାଜବଂଶଜ । ଫୋର୍ବସ୍ଦ ପତ୍ରିକା ରିପୋର୍ଟ ଅନୁସାରେ, ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦ ବିଲିୟନ୍ ଡଲାରରୁ ଅଧିକ ହେବ ।




