ନୃତ୍ୟ, ଗୀତରେ ମାତିଲେ ଶ୍ରୀଲଙ୍କାବାସୀ

କଲମ୍ବୋ: ହା-ହତାଶା, ନିରାଶା ଓ ଅସନ୍ତୋଷ ମଧ୍ୟରେ ଆନନ୍ଦର ଲହରୀ । ଶ୍ରୀଲଙ୍କାରେ ଖୁସିର ମାହୋଲ । ପଳାତକ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ସେଲିବ୍ରେସନର ମାହୋଲ । ରାଷ୍ଟ୍ରପତିଙ୍କୁ ହଟେଇବା ପାଇଁ ଦୀର୍ଘ ଦିନ ଜାରି ରହିଥିବା ଆନ୍ଦୋଳନ ସଫଳ ହେବା ପରେ ଦେଶବାସୀ ଖୁସି ମନାଇଛନ୍ତି । ଗତକାଲି ଦେଶର ଆନ୍ଦୋଳନକାରୀମାନେ ନୃତ୍ୟ ଓ ଗୀତରେ ମଜିଥିଲେ । Beautiful scenes in Colombo ♥️ […]

Samaya Live Picture
Published On

କଲମ୍ବୋ: ହା-ହତାଶା, ନିରାଶା ଓ ଅସନ୍ତୋଷ ମଧ୍ୟରେ ଆନନ୍ଦର ଲହରୀ । ଶ୍ରୀଲଙ୍କାରେ ଖୁସିର ମାହୋଲ । ପଳାତକ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ସେଲିବ୍ରେସନର ମାହୋଲ । ରାଷ୍ଟ୍ରପତିଙ୍କୁ ହଟେଇବା ପାଇଁ ଦୀର୍ଘ ଦିନ ଜାରି ରହିଥିବା ଆନ୍ଦୋଳନ ସଫଳ ହେବା ପରେ ଦେଶବାସୀ ଖୁସି ମନାଇଛନ୍ତି । ଗତକାଲି ଦେଶର ଆନ୍ଦୋଳନକାରୀମାନେ ନୃତ୍ୟ ଓ ଗୀତରେ ମଜିଥିଲେ ।

ନୃତ୍ୟ, ଗୀତରେ ମାତିଲେ ଶ୍ରୀଲଙ୍କାବାସୀ

ଦେଶରେ ଜାରି ହୋଇଥିବା କର୍ଫ୍ୟୁକୁ ଅମାନ୍ୟ କରି ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଆସି ନୃତ୍ୟଗୀତରେ ମାତିଥିଲେ । ଏହି ସମୟରେ ବିକ୍ଷୋଭକାରୀମାନେ ବିଭିନ୍ନ ନାରାବାଜି ମଧ୍ୟ କରିଥିଲେ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଶ୍ରୀଲଙ୍କା ସଂସଦର ବାଚସ୍ପତି ସ୍ପଷ୍ଟ କରିଛନ୍ତି । ସିଙ୍ଗାପୁରରେ ପହଞ୍ଚିବା ପରେ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କୁହାଯାଉଛି । ଗତକାଲି ସାଉଦି ଆରବରେ ଏକ ଘରୋଇ ବିମାନରେ ସିଙ୍ଗାପୁରରେ ପହଞ୍ଚିଥିଲେ ଗୋଟାବାୟା । ତେବେ ସିଙ୍ଗାପୁର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗୋଟାବାୟା ରାଜପକ୍ଷ ସିଙ୍ଗାପୁରକୁ ପ୍ରାଇଭେଟ୍‌ ଭିଜିଟ୍ରେ ଆସିଛନ୍ତି ।

ନୃତ୍ୟ, ଗୀତରେ ମାତିଲେ ଶ୍ରୀଲଙ୍କାବାସୀ

ସେ ଶରଣ ଲୋଡ଼ି ନାହାନ୍ତି, କି ତାଙ୍କୁ ସେଭଳି କୌଣସି ଅନୁମତି ମଧ୍ୟ ଦିଆଯାଇନି । ୨୦୧୯ରେ ଶ୍ରୀଲଙ୍କାର ଅଷ୍ଟମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗୋଟାବାୟା । ସୂଚନା ଅନୁଯାୟୀ, ଦାରୁଣ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଗତ କିଛି ମାସ ହେବ ଅଚଳାବସ୍ଥା ସୃଷ୍ଟି ହୋଇଛି । ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ପେଟ୍ରୋଲ, ଡିଜେଲ ଓ କିରୋସିନିର ଘୋର ସଙ୍କଟ ସୃଷ୍ଟି ହୋଇଛି । ସେହପରି ଦେଶରେ ବିଜୁଳି ସଙ୍କଟ ତୀବ୍ର ହୋଇଥିବା ବେଳେ ଦେଶବାସୀ ଚଳିବା ମୁସକିଲ ହୋଇପଡ଼ିଛି । ଖାଦ୍ୟ, ସ୍ୱାସ୍ଥ୍ୟ ଏମିତି ଅନେକ ସମସ୍ୟାରେ ଛନ୍ଦି ହେବା ପରେ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି ।